ଗାନ୍ଧିଜୀଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ଗୃହରେ ଉଠିଲା ଝଡ, ମୁହାଁମୁହିଁ ହେଲେ ନରସିଂହ ଓ ସୌମ୍ୟ

Published By : Prameya-News7 Bureau | November 15, 2019 IST

ଭୁବନେଶ୍ବର ୧୫।୧୧: ବିଧାନସଭାରେ ଆଜି ମଧ୍ୟ ସ୍ମିତାରାଣୀ ପ୍ରସଙ୍ଗରେ ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ହଠାତ୍ ଗୃହରେ ଗାନ୍ଧିଜୀଙ୍କ ହତ୍ୟା ପ୍ରସଙ୍ଗ ନେଇ ଉଠିଥିଲା ଝଡ଼। ପ୍ରଶ୍ନକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ରାଜ୍ୟ ସରକାରଙ୍କୁ  ତାତ୍ସଲ୍ୟ କରି ଗଡସେଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ନରସିଂହ ଗଣଶିକ୍ଷା ବିଭାଗର ଏକ ପ୍ରଚାର ପତ୍ରକୁ ଆକ୍ଷେପ କରିଥିଲେ। 

{"id":184510,"sizeSlug":"large"}

ଜାତିର ଜନକଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗଣଶିକ୍ଷା ବିଭାଗ ପକ୍ଷରୁ 'ଆମ ବାପୁଜୀ ଏକ ଝଲକ' ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା । ଯେଉଁଥିରେ ଗାନ୍ଧିଜୀଙ୍କ ଦର୍ଶନ, କଥା ଓ ଜୀବନୀକୁ ଚୁମ୍ବକରେ ସ୍ଥାନିତ କରାଯାଇଥିଲା । ତେବେ ଗାନ୍ଧିଜୀଙ୍କ ମୃତ୍ୟୁ ସମ୍ବନ୍ଧରେ ଲେଖାଯାଇଥିଲା ଯେ, ୩୦ ଜାନୁଆରୀ ୧୯୪୮ ମସିହାରେ ଦିଲ୍ଲୀ ବିରଳା ଭବନରେ ଏକ ଆକସ୍ମିକ ଘଟଣାକ୍ରମେ ଗାନ୍ଧିଜୀଙ୍କ ଦେହାବସାନ ହୋଇଥିଲା ।

{"id":184509,"sizeSlug":"large"}

ଏହି ଘଟଣାକୁ ଆକ୍ଷେପ କରି ନରସିଂହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ବୁଝାମଣା ରହିଥିବା କହିଥିଲେ।

{"id":184511,"sizeSlug":"large"}

ସେପଟେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ମଧ୍ୟ ଏହି ପ୍ରସଙ୍ଗରେ କହିଥିଲେ ଯେ, ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ହତ୍ୟା କରାଯିବା ଘଟଣାକୁ ସମସ୍ତେ ବିନା ଦ୍ବିଧାରେ ନିନ୍ଦା କରିବା ଉଚିତ୍ । ସେପଟେ ଏହି ପ୍ରସଙ୍ଗରେ ଗୃହରେ ବିବୃତି ରଖିବା ଲାଗି ସ୍କୁଲ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.