Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ମହାତ୍ମା ଗାନ୍ଧିଙ୍କ ଅଣନାତୁଣୀଙ୍କୁ ୭ ବର୍ଷ ଜେଲ୍, ଦକ୍ଷିଣ ଆଫ୍ରିକାରେ ଜଣେ ବ୍ୟବସାୟୀଙ୍କୁ ଠକିଛନ୍ତି ୩ କୋଟି ୨୩ ଲକ୍ଷ

8/06/2021 at 2:51 PM

ଜୋହାନ୍ସବର୍ଗ,୦୮/୦୬:  ମହାତ୍ମା ଗାନ୍ଧୀଙ୍କ ଅଣ ନାତୁଣୀଙ୍କୁ ଜେଲ୍ ଦଣ୍ଡ । ଦକ୍ଷିଣ ଆଫ୍ରିକାରେ ରହୁଥିବା ଗାନ୍ଧିଜୀଙ୍କ ଅଣ ନାତୁଣୀଙ୍କୁ ଡରବନର ଏକ କୋର୍ଟ ୭ ବର୍ଷ ପାଇଁ ଜେଲ ଦଣ୍ଡ ଶୁଣାଇଛନ୍ତି । ତାଙ୍କ ବିରୋଧରେ ୬୦ ଲକ୍ଷ ରାଣ୍ଡ୍ ବା ୩ କୋଟି ୨୩ ଟଙ୍କାର ଠକେଇ ଅଭିଯୋଗ ଲାଗିଛି ।

୫୬ ବର୍ଷୀୟ ଆଶିଷ ଲତା ରାମଗୋବିନଙ୍କୁ କୋର୍ଟ ଶୁଣାଣି ବେଳେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଆଶିଷ ଲତା ହେଉଛନ୍ତି ବିଶିଷ୍ଟ ସମାଜସେବୀ ଉଲା ଗାନ୍ଧୀ ଓ ସ୍ୱର୍ଗତଃ ମେବା ରାମଗୋବିନ୍ଦଙ୍କ ଝିଅ ଅଟନ୍ତି ।

ପୁରା ମାମଲା କଣ

ନିଜକୁ ଜଣେ ବ୍ୟବସାୟୀ କହୁଥିବା ଲତା ଜଣେ ସ୍ଥାନୀୟ ବ୍ୟବସାୟୀଙ୍କଠାରୁ ୬୨ ଲକ୍ଷ ଟଙ୍କା ହଡପ କରିଥିଲେ । ଠକେଇର ଶିକାର ହୋଇଥିବା ଏସଆର ମହାରାଜ ଅଧିକ ଲୋଭର ବଶବର୍ତ୍ତୀ ହୋଇ ଠକାମିରେ ପଡିଥିଲେ । ମହାରାଜ ସନସାଇନମେଣ୍ଟ ଇମପୋର୍ଟ ଓ କଷ୍ଟମ କ୍ଲିଅରାନ୍ସ ପାଇଁ ୬୦ ଲକ୍ଷ ରାଣ୍ଡ୍  ପ୍ରଦାନ କରିଥିଲେ । କିନ୍ତୁ କୌଣସି କନସାଇନମେଣ୍ଟ ହୋଇନଥିଲା ।

ଶୁଣାଣି ବେଳେ କୋର୍ଟଙ୍କୁ କୁହାଯାଇଥିଲା ଯେ, ଲତା ନ୍ୟୁ ଆପ୍ରିକା ଫୁଟଓ୍ୱିଅର ନିର୍ଦ୍ଦେଶକ ମହାରାଜଙ୍କ ସହ ୨୦୧୫ରେ ସାକ୍ଷାତ କରିଥିଲେ । ମହାରାଜଙ୍କ କମ୍ପାନୀ ପୋଷାକ, ଜୋତା ରପ୍ତାନୀ କରେ । ଅନ୍ୟ କମ୍ପାନୀଙ୍କୁ ଲାଭ ହିସାବରେ ଅର୍ଥ ପ୍ରଦାନ କରିଥାଏ । ସେ ଦକ୍ଷିଣ ଆଫ୍ରିକା ହସ୍ପିଟାଲ ଗ୍ରୁପ ନେଟକେୟାର ପାଇଁ ୩ଟି କଣ୍ଟେନର ଆମଦାନୀ କରିଥିଲା ।

ଏନପିଏ ମୁଖପାତ୍ର ନତାଶା କାରାଙ୍କ କହିବାନୁସାରେ, ଲତା ମହାରାଜଙ୍କୁ ବିଭିନ୍ନ ଆଇନର ପାଠ ପଢାଇଥିଲେ । ଆମଦାନୀ ପାଇଁଅଧିକ ଟିକସ୍ ଲାଗିବ କହିଥିଲେ । ବନ୍ଦରରୁ ସାମଗ୍ରୀ ଖଲାସ ପାଇଁ ଟଙ୍କା ପଇଠ କରିବାକୁ ଲତା ମହାରାଜଙ୍କୁ କହିଥିଲେ । ଏଥିପାଇଁ ଲତା ତାଙ୍କଠାରୁ ୬୨ ଲକ୍ଷ ଟଙ୍କା ନେଇଥିଲେ । କିନ୍ତୁ କିଛି ମାସ ପରେ ଲତା ମହାରାଜଙ୍କୁ ଏକ ଚାଲାଣ ଦେଇଥିଲେ । ଯେଉଁଥିରେ ସାମଗ୍ରୀ ଡେଲିଭରୀ ହୋଇଥିବା କିନ୍ତୁ ଟଙ୍କା ପଇଠ କରାଯାଇନଥିବା ଜଣାପଡିଥିଲା । ଏହି ସମ୍ବନ୍ଧୀୟ କାଗଜପତ୍ର ମଧ୍ୟ କୋର୍ଟରେ ପ୍ରଦାନ କରାଯାଇଛି ।

   Related Posts