Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ତିରୋଧାନ ଦିବସ ; ଦେଶ ପାଳନ କରୁଛି ସହିଦ ଦିବସ

30/01/2019 at 11:36 AM

ନୂଆଦିଲ୍ଲୀ ୩୦|୧: ଆଜି ସଦିଦ ଦିବସ । ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିକୁ ସମଗ୍ର ଦେଶ ସହିଦ ଦିବସ ଭାବେ ପାଳନ କରୁଛି। ଏହି ଅବସରରେ ରାଜଘାଟ ସ୍ଥିତ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରତିରକ୍ଷାମନ୍ତ୍ରୀ ଏବଂ ତିନି ସେନାର ମୁଖ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ମହାତ୍ମା ଗାନ୍ଧିଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସହିଦ ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଦାଣ୍ଡିଠାରେ ଜାତୀୟ ଲବଣ ସତ୍ୟାଗ୍ରହ ସ୍ମାରକୀ ଉଦ୍‌ଘାଟନ କରିବେ।

୧୯୪୮ ମସିହା ଜାନୁଆରୀ ୩୦ ତାରିଖ ଦିନ ଗୋଟିଏ ପ୍ରାର୍ଥନା ସଭା ସମୟରେ ଗାନ୍ଧିଜୀଙ୍କୁ ହତ୍ୟା କରାଯାଇଥିଲା। ନାଥୁରାମ ଗଡସେ ତାଙ୍କୁ ଗୁଳିମାରି ହତ୍ୟା କରିଥିଲେ । ଏହି ଦିନକୁ ପ୍ରତିବର୍ଷ ସହିଦ ଦିବସ ଭାବେ ପାଳନ କରାଯାଏ । ମହାତ୍ମା ଗାନ୍ଧି ଭାରତ ସ୍ବାଧିନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଭାରତକୁ ସ୍ବତନ୍ତ୍ର କରାଇବାରେ ଗାନ୍ଧିଜୀ ମହତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଦେଶକୁ ସ୍ବାଧୀନ କରାଇବାକୁ ପାଇଁ ସେ କେତେଥର ଜେଲ୍ ମଧ୍ୟ ଯାଇଛନ୍ତି । ୧୯୪୮ ମସିହା ଜାନୁଆରୀ ୩୦ ତାରିଖ ସନ୍ଧ୍ୟାରେ ଗାନ୍ଧିଜୀ ଦିଲ୍ଲୀର ବିଡଲା ଭବନରେ ପ୍ରାର୍ଥନା ସଭାରେ ଉପସ୍ଥିତ ଥିବାବେଳେ ନାଥୁରାମ ଗଡସେ ତାଙ୍କୁ ସେଠାରେ ହିଁ ଗୁଳିକରି ହତ୍ୟା କରିଥିଲା । ଗୋଟିଏ ପରେ ଗୋଟିଏ ୩ଟି ଗୁଳି ମାରିଥିଲେ ଗାନ୍ଧିଜୀଙ୍କ ଉପରକୁ ।  ଗାନ୍ଧିଜୀଙ୍କ ଅନ୍ତିମ ଯାତ୍ରାରେ ତାଙ୍କୁ ବିଦାୟ ଶୋଭାଯାତ୍ରାରେ ପାଖାପାଖି ଦଶ ଲକ୍ଷ ଲୋକ ଚାଲିଥିବାବେଳେ ୧୫ଲକ୍ଷ ଲୋକ ରାସ୍ତା ପାର୍ଶ୍ବରେ ଛିଡାହୋଇ ଅଶ୍ରୁଳ ବିଦାୟ ଦେଇଥିଲେ ।

   Related Posts