Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପୂଜା, ରାତିରେ ମହିଷା ମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’

12/10/2021 at 1:35 PM

ବାଙ୍କୀ ୧୨/୧୦: ଚର୍ଚିକାଙ୍କ ପୀଠରେ ଆଜି ପାଳିତ ହେଉଛି ମହାଷ୍ଟମୀ ପୂଜା । ଏନେଇ ମା ଙ୍କ ପୀଠ ହୋଇ ଉଠିଛି ଚଳ ଚଞ୍ଚଳ । ସ୍ୱତନ୍ତ୍ର ରୀତିନୀତିରେ ଚଣ୍ଡୀ ପାଠ ସହିତ ପୂଜାର୍ଚ୍ଚନା କରାଯିବାର ସମସ୍ତ ବିଧି ବ୍ୟବସ୍ଥା ରହିଛି ମନ୍ଦିର ସେବାୟତଙ୍କ ପକ୍ଷରୁ । ଆଜି ସକାଳୁ ମହାନଦୀ ରେଣୁକା ଘାଟରୁ ୧୦୮ ଗରା ପାଣି ମାଠିଆ ଆସି ମାଙ୍କୁ ସ୍ନାନ ସକାଳ ଧୂପ ପରେ ମଧ୍ୟାହ୍ନ ଆଳତି ପରେ ସନ୍ଧ୍ୟା କାଳୀନ ସମସ୍ତ ପୂଜାପାଠ କରାଯିବାର ବ୍ୟବସ୍ଥା କରାଯାଇଛି ।

ଆଜିର ଦିନରେ ରାତି ଉଜାଗର ରହି ଯେ ମାଙ୍କ ପୀଠରେ ଦୀପ ଜଳିବ ତାର ମନସ୍କାମନା ପୂର୍ଣ ହୁଏ ବୋଲି ସେ ବିଶ୍ୱାସ ରହିଛି । ଆଜିର ଦିନରେ କାହିଁ କେତେଆଡୁ ଶ୍ରଦ୍ଧାଳୁ ଆସି ଭିଡ଼ ଜମେଇ ଥାନ୍ତି ମାଙ୍କ ପୀଠରେ । ବିଶେଷ କରି ରାତିରେ ମହିସା ମର୍ଦ୍ଧିନୀ ବେଶରେ ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ ମା । ଏହି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

   Related Posts