Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମା’ ତାରିଣୀ ପୀଠରେ ମହାଷ୍ଟମୀ, କାଳରାତ୍ରୀ ରୂପରେ ଦର୍ଶନ ଦେଉଛନ୍ତି ଜଗତଜନନୀ

13/10/2021 at 8:31 AM

ଘଟଗାଁ ୧୩।୧୦: ଆଜି ଘଟଗାଁ ମା ତାରିଣୀ ପୀଠରେ ମହାଷ୍ଚମୀ । ଅଷ୍ଟମ ଦିବସରେ କାଳରାତ୍ରୀ ରୂପରେ ମା ଦୁର୍ଗା । ଏପଟେ ସୁନା ବେଶରେ ଦର୍ଶନ ଦେଉଛନ୍ତି ମା ତାରିଣୀ । ଶ୍ରଦ୍ଧାଳୁଙ୍କ ଶୃଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ତେବେ ନବରାତ୍ରୀଙ୍କର ସପ୍ତମ ଦିନ ଦେବୀ କାଳରାତ୍ରୀଙ୍କର ଅଟେ । କିମ୍ବଦନ୍ତୀ ଅନୁଯାୟୀ ଏହି ରୂପରେ ମା ସେ ନିଜ ଚର୍ମ ରଙ୍ଗକୁ ବଳିଦାନ ଦେଇ ରାକ୍ଷାସ ମାନଙ୍କୁ ମାରିବା ପାଇଁ ଏକ ଅନ୍ଧକାର ରଙ୍ଗ ଗ୍ରହଣ କରିଥିଲେ | ସେ ଜଣେ ଚାରି-ସଶସ୍ତ୍ର ଦେବତା ଯିଏ ଗଧ ଉପରେ ଚାଲି ଚାଲି ଖଣ୍ଡା, ଖଡଗ ଏବଂ ନାକ ଧରିଥାନ୍ତି | ତାଙ୍କ କପାଳରେ ତୃତୀୟ ଆଖି ଦେଖିବାକୁ ମିଳିଥାଏ, ଯେଉଁ ଆଖିରେ ମା କାଳରାତ୍ରୀ ସମଗ୍ର ବ୍ରହ୍ମାଣ୍ଡ ଧାରଣ କରିଥିବା ବିଶ୍ୱାସ କରାଯାଏ |

ତେବେ ଏହି ଅବସରରେ ଆଜି ମଣ୍ଡପ ଗୁଡିକରେ ମହାଷ୍ଟମୀ ପୂଜା ପାଳିତ ହେଉଥିବା ବେଳେ ପୀଠ ମାନଙ୍କରେ ନବମୀ ପୂଜା ପାଳିତ ହେଉଛି | କିନ୍ତୁ ଘଟଗାଁ ମା ତାରିଣୀଙ୍କ ପୀଠରେ ମହାଷ୍ଟମୀ ପୂଜା ପାଳିତ ହେଉଛି | ଆଜି ମଧ୍ୟ ମାଙ୍କୁ ତାଙ୍କ ସେବାୟତ ମାନେ ମାଙ୍କର ମହାସ୍ନାନ, ମାଜଣା, ମଙ୍ଗଳ ଆଳତି, ବଡ ସିଂହାର ବେଶ,ଷୋଡଶ ଉପଚାର ପୂଜା ଇତ୍ୟାଦି ଯଥା ରିତିକାନ୍ତି ପୂଜା କାର୍ଯ୍ୟ ସମାପନ କରି ମାଙ୍କୁ ସୁନାବେଶରେ ସଜ୍ଜିତ କରିଥିଲେ | ମାଙ୍କର ସୁନା ବେଶକୁ ଦେଖିବା ପାଇଁ ସକାଳୁ ସକାଳୁ ବହୁ ସଂଖ୍ୟାରେ ଭକ୍ତଙ୍କ ଆଗମନ ହୋଇଛି | ତା ସହିତ ମା ଆଜି ମହାଷ୍ଚମୀ ଅବସରରେ କାଳରାତ୍ରୀ ରୂପ ଧାରଣ କରିଛନ୍ତି | ଶ୍ରଦ୍ଧାଳୁଙ୍କ ଶ୍ରୁଙ୍ଖଳା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି |

   Related Posts