Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆସନ୍ତାକାଲି ମହାଶିବରାତ୍ରି: ଜାଣନ୍ତୁ ବ୍ରତ ପାଳନର ମହତ୍ତ୍ୱ କ’ଣ ଏବଂ ପୂଜାରେ କ’ଣ କ’ଣ ସାମଗ୍ରୀ ଆବଶ୍ୟକ

10/03/2021 at 5:44 PM

ଭୁବନେଶ୍ୱର ୧୦/୦୩ : ହିନ୍ଦୁ ପାଞ୍ଜି ଅନୁସାରେ ମହାଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି। ଶିବରାତ୍ରି ଦିନ ଭଗବାନ ଶିବଙ୍କ ବିଶେଷ ପୂଜା ହୋଇଥାଏ। ହିନ୍ଦୁ ପାଞ୍ଜି ଅନୁସାରେ ଫାଲଗୁନ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ ମହାଶିବରାତ୍ରି ପାଳନ କରାଯାଇଥାଏ। ଏହି ପର୍ବ ଭଗବାନ ଶିବ ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବ ଭାବେ ପାଳନ କରାଯାଏ। ଏଥର ୧୧ ତାରିଖ ଗୁରୁବାର ଦିନ ମହାଶିବରାତ୍ରି ପଡୁଛି। ମହାଶିବରାତ୍ରି ଶିବ ଓ ଶକ୍ତିଙ୍କ ମିଳନର ପର୍ବ। ଧାର୍ମିକ ବିଶ୍ୱାସ ଅନୁସାରେ ଶିବରାତ୍ରି ଦିନ ବ୍ରତ ପାଳନ କଲେ ସବୁ କଷ୍ଟ ଦୂର ହୋଇଥାଏ।

ଶିବରାତ୍ରି ଦିନ ରାତିରେ ପୂଜା କରିବା ସବୁଠାରୁ ଅଧିକ ଫଳଦାୟୀ ହୋଇଥାଏ। ଏହିଦିନ ବିଶେଷ ସାମଗ୍ରୀ ସହ ଭଗବାନ ଶିବଙ୍କ ପୂଜାର୍ଚ୍ଚନା ହୋଇଥାଏ। ପୂଜାରେ ପୁଷ୍ପ, ବେଲପତ୍ର, ଭାଙ୍ଗ, ଜବ, ମନ୍ଦାର, ଦୁଦୁରା ଫୁଲ, କଞ୍ଚା କ୍ଷୀର, ଆଖୁ ରସ, କେତକୀ ଫୁଲ, ମହୁ, ଦେଶୀ ଘିଅ, ଗଙ୍ଗା ଜଳ, କର୍ପୁର, ଧୂପ, ଦୀପ, ଚନ୍ଦନ, ଫଳ, ପଞ୍ଚାମୃତ, ଶିବ ଓ ମାତା ପାର୍ବତୀଙ୍କ ଶୃଙ୍ଗାର ସାମଗ୍ରୀ, ବସ୍ତ୍ରଭୂଷଣ, ରତ୍ନ, ମିଠା, ଦକ୍ଷିଣା ଆଦି ଅର୍ପଣ କରାଯାଇଥାଏ।

ମହାଶିବରାତ୍ରିକୁ ନେଇ ଅନେକ କଥା ପ୍ରଚଳିତ। ସବୁଠାରୁ ପ୍ରଚଳିତ କଥା ଅନୁସାରେ ଶିବ ଓ ମାତା ପାର୍ବତୀଙ୍କ ମିଳନର ରାତି ଭାବେ ପାଳନ କରାଯାଇଥାଏ। ଏହିଦିନ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ। ଆଉ ଏକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭୋଳାନାଥ ୬୪ ଶିବଲିଙ୍ଗ ରୂପରେ ସଂସାରରେ ପ୍ରକଟ ହୋଇଥିଲେ। ଏଥିରୁ ଲୋକେ ୧୨ଟି ଶିବଲିଙ୍ଗ ହିଁ ଖୋଜି ପାଇଛନ୍ତି। ଏହି ୧୨ ଶିବଲିଙ୍ଗ ହେଲା ଦେଶର ୧୨ ଜ୍ୟୋତିର୍ଲିଙ୍ଗ।

ମହାଶିବରାତ୍ରି ଦିନ ଭକ୍ତ ବ୍ରତ ପାଳନ କରନ୍ତି। ହିନ୍ଦୁ ଶାସ୍ତ୍ର ଅନୁସାରେ ଚତୁର୍ଦଶୀ ରାତିରେ ଚାରିଥର ମହାଶିବରାତ୍ରି ପୂଜା କରାଯାଇଥାଏ। ଏହି ୪ ସମୟକୁ ଚାରି ପ୍ରହାର କୁହାଯାଏ। ଏହି ସମୟରେ ପୂଜା କଲେ ବ୍ୟକ୍ତି ପାପରୁ ମୁକ୍ତି ପାଇଥାଏ ଏବଂ ମୋକ୍ଷ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଏ। ଶିବ ପୂଜା ରାତି ସମୟରେ କରିବା ଅନିବାର୍ଯ୍ୟ ବୋଲି କୁହାଯାଏ। ଆର ଦିନ ଅର୍ଥାତ ଚତୁର୍ଦଶୀ ତିଥିରେ ସମାପ୍ତ ହେବା ପୂର୍ବରୁ ସୂର୍ଯ୍ୟୋଦୟ ପରେ ବ୍ରତ ସମାପନ କରାଯିବା ଉଚିତ। ଯଦି ଆପଣ ବ୍ରତ ପାଳନ କରୁଛନ୍ତି ତାହେଲେ ଦିନ ସାରା ଫଳ ଗ୍ରହଣ କରିପାରିବେ। ଶିବରାତ୍ରି ବ୍ରତ ପାଳନ କରୁଥିଲେ ଲୁଣ ସେବନ କରନ୍ତୁନି। ଯଦି ଲୁଣ ସେବନ କରନ୍ତି ତାହେଲେ ସନ୍ଧବ ଲୁଣ ବ୍ୟବହାର କରିପାରିବେ।

   Related Posts