ବଲାଙ୍ଗୀରର ବିଭିନ୍ନ ଶୈବପୀଠରେ କଟକଣା ଭିତରେ ଚାଲିଛି ଶିବରାତ୍ରୀ ପୂଜା, ମଧ୍ୟରାତିରେ ଉଠିବ ମହାଦୀପ

Published By : Prameya-News7 Bureau | March 11, 2021 IST

ବଲାଙ୍ଗୀର ୧୧।୩: ଶିବରାତ୍ରୀ ପାଇଁ ଚଳଚଞ୍ଚଳ ବଲାଙ୍ଗୀର ଜିଲ୍ଲାର ସମସ୍ତ ଶୈବ ପୀଠ । ରୀତିନୀତି ଅନୁଯାଇ ପାଳିତ ହୋଇଛି ଜାଗର । ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ହରିଶଙ୍କର, ରାଣୀପୁର ଝରିଏଲ ଶୈବ ପୀଠ, ଟିଟିଲାଗଡ ଶୈବପୀଠ, ବେଲଖଣ୍ଡି ଶୈବ ପୀଠ, ବଲାଙ୍ଗୀର ସୁର୍ଡା, ଆଠଗାଁ, ସହରର ବିଭିନ୍ନ ଶୈବ ପୀଠରେ ଚାଲିଛି ଜାଗର ପୂଜା ।

{"id":421242,"sizeSlug":"large","linkDestination":"none"}

ସକାଳ ୩ଟାରୁ ମନ୍ଦିର ଦ୍ବାର ପିଠାଯିବା ପରେ ଆରମ୍ଭ ହୋଇଥିଲା ନୀତିକାନ୍ତି । ସକାଳୁ ସକାଳୁ ଭକ୍ତମାନେ ମନ୍ଦିର ବାହାରେ ଦୀପ, ଧୂପ ଦେଇ ପୂଜାର୍ଚ୍ଚନା କରି ଫେରିଯାଇଥିଲେ । ଶୁକ୍ରବାର ମଧ୍ୟରାତିରେ ଉଠିବ ମହାଦୀପ । ବିନା ଭକ୍ତରେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାଇ ଉଠିଯିବ ମହାଦୀପ ନୀତି । ସେପଟେ ଜିଲ୍ଲାର ଟିଟିଲାଗଡ, ସଇଁନ୍ତଳା, ବଲାଙ୍ଗୀର ସହର ସହ ପାଟଣାଗଡ, କଣ୍ଟାବାଞ୍ଜିରେ ବେଶ୍ ଆଡମ୍ବରରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯାଇଥାଏ ହେଲେ ସେ ସବୁକୁ ବନ୍ଦ କରିଛି ପ୍ରଶାସନ । ଯାହା ଫଳରେ ସମସ୍ତ କାର୍ଯ୍ୟକ୍ରମ ଏଥର ବାଦ୍ ଦିଆଯାଇଛି । ସମସ୍ତ ମନ୍ଦିରରେ ପୋଲିସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.