Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାଲିଠାରୁ ୪ଟି ଗ୍ରହର ହେବ ମହାସଂଯୋଗ, ଏହି ରାଶି ଜାତକ ବ୍ୟକ୍ତିଙ୍କର ପୂରଣ ହେବ ସମସ୍ତ ମନୋସ୍କାମନା

19/11/2019 at 11:27 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠାରୁ ଗ୍ରହମାନଙ୍କର ମହାସଂଯୋଗ ହେଉଛି । ଯାହା ଫଳରେ କିଛି ରାଶିର ଜାତକ ବିଶିଷ୍ଟ ଲୋକଙ୍କର ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇପାରେ । ଏହି ଜାତକ ବିଶିଷ୍ଟ ବ୍ୟକ୍ତିମାନଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିପାରେ । ଏହି ରାଶିକ ଜାତକ ବିଶିଷ୍ଟ ଲୋକ ଏକ ସଫଳ ଜୀବନ ଅତିବାହିତ କରିପାରନ୍ତି ।

ବୃଷ, ମକର ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତାକାଲିଠାରୁ ୪ଟି ଗ୍ରହର ମହାସଂଯୋଗ ହେଉଛି । ଯାହା ଫଳରେ ବୃଷ ଏବଂ ମକର ରାଶିର ବ୍ୟକ୍ତିଙ୍କର ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ଏହି ବ୍ୟକ୍ତିମାନଙ୍କ ଜୀବନ ଆଲୋକିତ ହୋଇପାରେ । ଏମାନଙ୍କ ଜୀବନରେ ଥିବା ସମସ୍ତ ଦୁଃଖ, କଷ୍ଟ ଦୂର ହୋଇପାରେ । ଖୁବି ଶୀଘ୍ର ଏମାନଙ୍କୁ ଜୀବନସାଥୀ ମିଳିପାରେ । ସରକାରୀ ଚାକିରୀ ଖୋଜୁଥିବା ବ୍ୟକ୍ତିଙ୍କୁ ଶୁବ ଖବର ମିଳିପାରେ । ଏହି ସମୟ ଏମାନଙ୍କ ପାଇଁ ସବୁଠୁ ଅନୁକୂଳ । ଏହି ରାଶିର ଜାତକ ବିଶିଷ୍ଟ ଲୋକ ଭଗବାନ ଶିବଙ୍କର ଆରଧନା କରିବା ଉଚିତ୍ ।

କନ୍ୟା, କୁମ୍ଭ ରାଶି :

ଆସନ୍ତାକାଲିଠାରୁ ୪ଟି ଗ୍ରହର ମହାସଂଯୋଗ ହେଉଛି । ଯାହା ଫଳରେ କନ୍ୟା ଏବଂ କୁମ୍ଭ ରାଶିର ଜାତକ ବିଶିଷ୍ଟ ଲୋକଙ୍କ ଲାଇ ହିଁ ଲାଭ ମିଳିପାରେ । ଏମାନଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ଏମାନଙ୍କ ଜୀବନରେ ଭଲ ସମୟ ଆସିପାରେ । ଏହି ରାଶିର ବ୍ୟକ୍ତିଙ୍କୁ ଚାରିଆଡୁ ଖୁସି ମିଳିପାରେ । ଏମାନେ କରଜରୁ ମୁକ୍ତ ହୋଇପାନ୍ତି । ବିବାହିତଙ୍କୁ ସନ୍ତାନ ସୁଖ ମିଳିପାରେ । ଏମାନଙ୍କ ଜୀବନରେ ଥିବା ସବୁ ପ୍ରକାରର ଚିନ୍ତା ଦୂର ହୋଇପାରେ । ଏମାନେ ମଧ୍ୟ ଭଗବାନ ଶିବଙ୍କର ଆରଧାନା କରିବା ଉଚିତ୍ ।

ମେଷ, କର୍କଟ ରାଶି :

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କାଲିଠାରୁ ୪ଟି ଗ୍ରହର ମହାସଂଯୋଗ ହେଉଛି । ଯାହା ଫଳରେ ମେଷ ଓ କର୍କଟ ରାଶିର ଜାତକଙ୍କ ସମସ୍ତ ମନୋସ୍କାମନା ପୂରଣ ହୋଇପାରେ । ବ୍ୟବସାୟରେ ଏମାନେ ଲାଭବାନ ହୋଇପାରନ୍ତି । ଏମାନେ ଆର୍ଥିକଭାବେ ସବଳ ହୋଇପାରନ୍ତି । ଏମାନଙ୍କର ଧନ ସମ୍ପତ୍ତି ବୃଦ୍ଧି ହୋଇପାରେ । ଏମାନଙ୍କ ଦାରିଦ୍ର୍ୟ ଦୂର ହୋଇପାରେ । ଲଭ୍ ପାର୍ଟନରଙ୍କ ସାଥ୍ ଏମାନଙ୍କୁ ଭାଗ୍ୟଶାଳୀ କରିପାରେ । ନୂଆ ବ୍ୟବସାୟର ଆରମ୍ଭ କରିବା ପାଇଁ ଏହା ଉପଯୁକ୍ତ ସମୟ । ଏମାନେ ଭଗବାନ ଶିବଙ୍କ ଦର୍ଶନ କରିବା ଉଚିତ୍ ।

   Related Posts