୬୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ହେବ ମହାସଂଯୋଗ, ଏହି ରାଶିର ଲୋକଙ୍କର ହେବ ଭାଗ୍ୟ ପରିବର୍ତ୍ତନ

Published By : Prameya-News7 Bureau | November 10, 2019 IST

ଜ୍ୟୋତିଷଶାସ୍ତ୍ର ଅନୁସାରେ ୬୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ମହାସଂଯୋଗ ହେବ। ଏହା ଦ୍ବାରା କିଛି ରାଶିର ଲୋକଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ। କିଛି ଲୋକଙ୍କ ଜୀବନ ଉଜ୍ଜ୍ବଳ ହେବା ସହ ସୁଖମୟ ହେବ।ଜୀବନରେ ଭଲ ଦିନ ଆସିବ। ଏହା ସହ ତାଙ୍କର ସବୁ ସମସ୍ୟା ଦୂର ହୋଇଯିବ। ତେବେ ଜ୍ୟୋତିଷଶାସ୍ତ୍ର ଅନୁସାରେ କେଉଁ ରାଶିର ଲୋକମାନଙ୍କର ମହାଯୋଗ ଯୋଗୁଁ ଭାଗ୍ୟରେ ପରିବର୍ତ୍ତନ ହେବ ଜାଣନ୍ତୁ।  

କୁମ୍ଭ ଓ ମୀନ ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ୬୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ମହାସଂଯୋଗ ହେବ। ଏଥିପାଇଁ କୁମ୍ଭ ଓ ମୀନ ରାଶିର ଲୋକଙ୍କ ଭାଗ୍ୟରେ ଅନେକ ପରିବର୍ତ୍ତନ ହେବ। ଏମାନଙ୍କ ଜୀବନରେ ଭଲ ଦିନ ଆସିବ ତଥା ଦୈନିକ ଜୀବନ ସୁଖମୟ ହେବ। ସବୁ ମନୋସ୍କାମନା ପୂରଣ ହେବ ତଥା ସବୁ ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ସଫଳତା ଲାଭ କରିବେ, ଶିବଙ୍କୁ ପୂଜା କଲେ ଦିନ ଭଲରେ କଟିବ।

wp:heading {"level":5}
ତୁଳା ଓ କର୍କଟ ରାଶି- ୬୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ମହାସଂଯୋଗ ହେବ। ତୁଳା ଓ କର୍କଟ ରାଶିର ଲୋକଙ୍କୁ ଚାରିଆଡୁ ଖୁସି ମିଳିବ। ଉଭୟ ରାଶିର ଲୋକଙ୍କ ପ୍ରେମ ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ସଫଳ ହେବ। ସଠିକ୍‌ ଜୀବନସାଥୀ ପାଇବାରେ ସଫଳ ହେବେ। ଧନ ଦୌଲତରେ ବୃଦ୍ଧି ହେବ। ପ୍ରତ୍ୟେକ ଦିନ ଶିବଙ୍କ ପୂଜା କଲେ ଜୀବନରେ ଅନେକ ସଫଳତା ହାସଲ କରିବେ।
/wp:heading

ବୃଷ ଓ କନ୍ୟା ରାଶି- ଜ୍ୟୋତିଷଶାସ୍ତ୍ର ଅନୁସାରେ ୬୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ମହାସଂଯୋଗ ହେବ। ଏହି ରାଶିର ଲୋକଙ୍କ ଜୀବନରୁ ସବୁ ଦୁଃଖ କଷ୍ଟ ଦୂର ହେବ। ଉଭୟ ରାଶିର ଲୋକଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଆସିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ମଜବୁତ ହେବ। ବ୍ୟବସାୟରେ ମଧ୍ୟ ସଫଳତା  ଲାଭ କରିବେ । ଏମାନଙ୍କ ଖରାପ ସମୟ ଶେଷ ହୋଇ ଭଲ ସମୟ ଆରମ୍ଭ ହେବ ।ଶିବଙ୍କୁ ପୂଜା କଲେ ଜୀବନ ସୁଖମୟ ହେବା ସହ ଅନେକ ସଫଳତା ଲାଭ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.