Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସ୍କୁଲ ଫି’ ଛାଡ ମାମଲାରେ ହାଇକୋର୍ଟଙ୍କ ରାୟକୁ ଓଏଏମ୍‌ର ସ୍ୱାଗତ

2/09/2020 at 10:30 AM

ଭୁବନେଶ୍ୱର ୦୨।୦୯: କରୋନା ମହାମାରୀ କାରଣରୁ ସ୍କୁଲଗୁଡିକରେ ଫି’ ଛାଡ ମାମଲାର ମଙ୍ଗଳବାର ରାୟ ଶୁଣାଇଛନ୍ତି ହାଇକୋର୍ଟ । ଆପୋଷ ସମାଧାନ କରି ଏସମ୍ପର୍କରେ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ରାୟକୁ ସ୍ୱାଗତ କରିଛି ଓଡ଼ିଶା ଅଭିଭାବକ ମହାସଂଘ (ଓଏଏମ୍‌) ।

ସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, କରୋନା ମହାମାରୀ ସମୟରେ ଘରୋଇ ସ୍କୁଲଗୁଡିକ ଫି ଆଦାୟକୁ ନେଇ ସଂଘ ପକ୍ଷରୁ ଆଗତ ମାମଲାରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ସ୍କୁଲ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବଙ୍କ ମଧ୍ୟସ୍ଥତାରେ ଏକ ବୈଠକ ବସି ଏହି ସମସ୍ୟାର ସମାଧାନ କରାଯିବ । ଓଡିଶା ଅଭିଭାବକ ମହାସଂଘ, ପ୍ରାଇଭେଟ୍‌ ସ୍କୁଲ ମାଲିକ ସଂଘ, ପ୍ରାଇଭେଟ ସ୍କୁଲ ଶିକ୍ଷକ ସଂଘ, ମୁସ୍ତାକ ଅନସାରୀ ଓ ପ୍ରହ୍ଲାଦ ରାଉତଙ୍କୁ ନେଇ ଆଲୋଚନା ହେବ । ଯଦି ଏଥିରେ ସହମତି ନହୁଏ ତେବେ ସମସ୍ତ ତଥ୍ୟକୁ ଅନୁଧ୍ୟାନ କରି ହାଇକୋର୍ଟ ନିଷ୍ପତ୍ତି ଶୁଣାଇବେ ।

ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି, ଅଭିଭାବକ ଓ ସ୍କୁଲ ପରସ୍ପର ପରିପୂରକ । ଉଭୟଙ୍କ ସହଭାଗିତାରେ ସ୍କୁଲ ଚାଲେ । ପୂର୍ବରୁ ସ୍କୁଲର ସମସ୍ତ କଥାକୁ ଅଭିଭାବକ ସମର୍ଥନ କରି ଆସିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ମହାମାରୀ ସମୟରେ ସ୍କୁଲ ଅଭିଭାବକମାନଙ୍କ ଅବସ୍ଥାକୁ ଅନୁଧ୍ୟାନ କରିବା ଉଚିତ୍‌ । ସ୍କୁଲ ବି ଖୋଲାନାହିଁ, କେବଳ ଅନ୍‌ଲାଇନ୍‌ରେ କ୍ଲାସ୍‌ ହେଉଛି । ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ବନ୍ଦ ରହିଛି । ଏ ସମୟରେ ସ୍କୁଲଗୁଡିକ ଫି ଆଦାୟ କରୁଛନ୍ତି । କିନ୍ତୁ କରୋନା ପାଇଁ ବହୁ ଅଭିଭାବକଙ୍କ ରୋଜଗାରରେ ବାଧାସୃଷ୍ଟି ହୋଇଥିବାରୁ ଫି ଦେବାରେ ଅସୁବିଧା ହେଉଛି । ତେଣୁ ଏ ସମସ୍ତ ବିଷୟକୁ ବିଚାରକୁ ନେଇ ସମସ୍ତେ ନିଜ ପକ୍ଷ ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

   Related Posts