Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

କିପରି ଚାଲିବ ଉଦ୍ଧବଙ୍କ ସରକାର! ଫଡନାଭିସ ସିନା ଇସ୍ତଫା ଦେଲେ ହେଲେ ମହା ପଲିଟିକ୍ସ ଶେଷ ହେଲା କି ?

26/11/2019 at 6:16 PM

ମୁମ୍ବଇ ୨୬।୧୧ –  ଫଡନାଭିସ ସିନା ଇସ୍ତଫା ଦେଲେ ହେଲେ ମହାପଲିଟିକ୍ସ ଶେଷ ହେଲା କି। ଶିବସେନା ନେତୃତ୍ବରେ ମେଣ୍ଟ ସରକାର ଏଥର ଠିକଠାକ୍‌ ଚାଲିବ କି। ଏମିତି ପ୍ରଶ୍ନ ଉଠିବା ସ୍ଭାଭାବିକ। 

ଗୋଟିଏ ଝଟକାରେ ବଦଳିଗଲା ମହାରାଷ୍ଟ୍ର ବାଜି । ଶୁକ୍ରବାର ରାତିରେ ପଲଟିଥିଲା ବାଜି ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜେପିର ଦେବେନ୍ଦ୍ର ଫଡନଭିସ ୭୮ ଘଣ୍ଟାରେ ଇସ୍ତଫା ଦେଲେ । ଫଡନଭିସ ଇସ୍ତଫା ଦେବା ପରେ ଏବେ କଣ ହେବ ମହାରାଷ୍ଟ୍ର ପଲିଟିକ୍ସ ।

ଫଡନଭିସ୍‌ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ  ଏବେ ଆଉ ଫ୍ଲୋର ଟେଷ୍ଟର ଆବଶ୍ୟକତା ନାହିଁ । ଶିବସେନା, ଏନ୍‌ସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବେ । ଗତକାଲି ହୋଟେଲ୍‌ରେ ୧୬୨ ବିଧାୟକ ସମର୍ଥନ ନେଇ ନିଜ ନେତାଙ୍କ ସହ ପାୱାର ସୋ ଦେଖାଇଥିଲେ ଏହି ୩ ଦଳ । ଏବେ ବିଧାନସଭାରେ ଦେଖାଇବାକୁ ପଡ଼ିବ ସଂଖ୍ୟା।

 ୩ ଦଳର ପୂର୍ବ ଘୋଷଣା ଅନୁସାରେ ଉଦ୍ଧବ ଠାକରେ ହିଁ ମୁଖ୍ୟମନ୍ତ୍ରୀ ହେବେ । ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ପ୍ରସ୍ତାବ ଦେବେ । ତେବେ ଡେପୁଟି ସିଏମ୍‌ ପଦକୁ ନେଇ ଲାଗି ରହିଛି ବିଭିନ୍ନ ଆକଳନ । କଂଗ୍ରେସର ବାଲାସାହେବ ଥୋରାଟ୍‌ ଏବଂ ଏନ୍‌ସିପିର ଜିତେନ୍ଦ୍ର ଆହ୍ବାଡା ଏହି ରେସ୍‌ରେ ଅଛନ୍ତି । ଶିବସେନାର ସଂଜୟ ରାଉତ କହିଛନ୍ତି ଉଦ୍ଧବ ହି ୫ ବର୍ଷ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ ।

ଆଜି ୩ ଦଳର ନେତା ରାଜ୍ୟାପାଳଙ୍କୁ ଭେଟିବା ପରେ କେଉଁଦିନ, କେଉଁ ସମୟରେ ଉଦ୍ଧବ ଠାକରେ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ନେବେ ତାହା ସ୍ପଷ୍ଟ ହେବ । ସେପଟେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ତିନି ଦଳକୁ କମନ୍‌ ମିନିମମ୍‌ ପୋଗ୍ରାମ ଉପରେ ନିଜ ସହମତି ଦେଇଛନ୍ତି । ଯାହା ୩ ଦଳର ମିଳିତ ବୈଠକ ପରେ ଜାରି କରାଯିବ । …

   Related Posts