ଆକଳନ ଭୁଲ ହେଲା,ଆଲଫାନ୍ସୋ ବିକ୍ରିରୁ ବେଶ ଲାଭବାନ ହେଉଛନ୍ତି ମହାରାଷ୍ଟ୍ରର ଆମ୍ବ ଚାଷୀ

Published By : Prameya-News7 Bureau | May 31, 2020 IST

ରାୟଗଡ ୩୧।୫: କରୋନା ଭାଇରସ ମହାମାରୀ ଓ ତତ୍ ଜନିତ ଲକଡାଉନ୍‌ ଯୋଗୁ ଦେଶର ଆମ୍ବ ଚାଷୀ କ୍ଷତିଗ୍ରସ୍ତ ହେବେ ବୋଲି ଆକଳନ କରା ଯାଉଥିଲା। ତେବେ ମହାରାଷ୍ଟ୍ରର ଆମ୍ବ ଚାଷୀ ଏହା ଭୁଲ ପ୍ରମାଣିତ କରିଛନ୍ତି। ସେମାନେ ଆମ୍ବର ରାଜା କୁହାଯାଉଥିବା ଆଲଫାନ୍ସୋ ପ୍ୟାକେଟ୍ ପିଛା ୮୦୦ ଟଙ୍କାରୁ ୧୦୦୦ ଟଙ୍କାରେ ବିକ୍ରି କରି ଏବେ ବେଶ୍ ଲାଭବାନ ହେଉଛନ୍ତି। ତେବେ ଏହା କେବଳ ସରକାରଙ୍କ ଲକଡାଉନ୍ ଯୋଗୁ ସମ୍ଭବ ହୋଇପାରିଥିବା ଏବେ ଚାଷୀ କହୁଛନ୍ତି।

{"id":279063,"width":583,"height":583,"sizeSlug":"large"}

ଚାଷୀଙ୍କ ଅନୁସାରେ ଲକଡାଉନ୍‌ ଯୋଗୁ ଚଳିତବର୍ଷ ଚାଷୀଙ୍କ ପାଖକୁ ମଧ୍ୟସ୍ତ ପହଞ୍ଚି ପାରିନାହାନ୍ତି। ଏଣୁ ମଧ୍ୟସ୍ଥ ଆସୁନଥିବାରୁ ଚାଷୀ କିଛି ସମୟ ଚିନ୍ତାରେ ପଡିଥିଲେ। ତେବେ ସରକାର ଚାଷୀଙ୍କୁ ଆମ୍ବ ପରିବହନ ପାସ୍ ଦେବା ଚାଷୀଙ୍କୁ ବେଶ୍ ଉତ୍ସାହିତ କରିଛି। ଚାଷୀ ସେମାନଙ୍କ ଆମ୍ବକୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପହଞ୍ଚାଇ ବେଶ୍ ଲାଭବାନ ହେଉଥିବା କହିଛନ୍ତି। ଆଗରୁ  ମଧ୍ୟସ୍ଥ ଆମ୍ବ ବିକ୍ରିରୁ ନିଜର କମିସନ କାଢି ନେଉଥିଲେ। ଯାହା ଚାଷୀଙ୍କ ଲାଗି ଏତେ ଲାଭଦାୟକ ହେଉ ନଥିଲା। ମଧ୍ୟସ୍ଥି ଏହି ସ୍ୱତନ୍ତ୍ର ଆମ୍ବ ପ୍ରଜାତିକୁ ଦେଶରେ ବିକ୍ରି ନକରି ବିଦେଶ ରପ୍ତାନୀ କରିଦେଉଥିଲେ। ହେଲେ ଚାଷୀ ରାଜ୍ୟରେ ଆଲଫାନ୍ସୋ ବିକ୍ରି କରୁଥିବାରୁ ଗ୍ରାହକ ଅନେକ ବର୍ଷ ପରେ ଆମ୍ବର ସ୍ୱାଦ ଚାଖି ପାରିଛନ୍ତି।  

{"id":279064,"width":575,"height":323,"sizeSlug":"large"}

ଚଳିତବର୍ଷ ଚାଷୀମାନେ ପ୍ରଥମ ଥର ବିନା ମଧ୍ୟସ୍ଥରେ ସିଧାଶଳଖ ଗ୍ରାହକଙ୍କ ସହ କାରବାର କରି ବେଶ୍ ଖୁସି ଅଛନ୍ତି। ମହାରାଷ୍ଟ୍ରର ସିନ୍ଧୁ ଦୁର୍ଗ, ରତ୍ନଗିରି, କୋଙ୍କଣ ଓ ରାୟଗଡ ଆଲଫାନ୍ସୋ ଆମ୍ବର ଗଡ ଭାବେ ବେଶ୍ ପରିଚିତ। ଏଠାରେ ସାଧାରଣତଃ ମାର୍ଚ୍ଚ ମାସରୁ ଆଲଫାନ୍ସୋ ପାଚିବା ଆରମ୍ଭ ହୁଏ ଓ ଜୁନ ମଧ୍ୟ ସପ୍ତାହ ପର୍ଯ୍ୟନ୍ତ ଉପଲବ୍ଧ ହେଉଥାଏ। ତେବେ ଚଳିତବର୍ଷ କୋଭିଡ-୧୯ ମଧ୍ୟସ୍ଥିଙ୍କ ଯୋଗାଣ ଶୃଙ୍ଖଳ ଭାଙ୍ଗି ଦେଇଛି। ଏଣୁ ଚାଷୀ ୩ରୁ ୬ ଡଜନ ଆମ୍ବର ପ୍ୟାକେଟ୍‌କୁ ୮୦୦ରୁ ହଜାର ଟଙ୍କା ଦରରେ ବିକ୍ରି କରୁଛନ୍ତି।

{"id":279065,"sizeSlug":"large"}

ଗୋଟିଏ ଗୋଟିଏ ଆମ୍ବ ଗଛରୁ ୧୦ ପ୍ୟାକେଟ୍ ଆମ୍ବ ବାହାରି ଥାଏ। ୮୦୦ ଟଙ୍କା ପ୍ୟାକେଟ ଦରରେ ୧୦୦ଟି ଗଛର ଚାଷୀ ୮ରୁ ୧୦ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି। ଯାହା ଆଗରୁ ମାତ୍ର ୧ଲକ୍ଷ ୨୫ ହଜାର ଟଙ୍କା ମିଳିପାରୁଥିଲା। ଚାଷୀ ଆମ୍ବର ସ୍ୱାଦ ରାଜ୍ୟବାସୀ ଦୂରର କଥା  ନିଜେ ବି  ଚାଖି ପାରୁନଥିଲା। ହେଲେ କରୋନା ଲକଡାଉନ୍‌ ଯୋଗୁ ପ୍ରଥମ ଥର ମହାରାଷ୍ଟ୍ରର ଆମ୍ବ ଚାଷୀ ଲାଭ ଦେଖିବା ସହ ନିଜ ଆମ୍ବର ସ୍ୱାଦ ରାଜ୍ୟବାସୀଙ୍କୁ ଚଖାଇପାରିଥିବାରୁ ବେଶ୍ ଖୁସ୍ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.