ମହାରଥୀ ଇସ୍ତଫା ଦେଲେ କଣ ହେବ ? ଅଭିଯୁକ୍ତଙ୍କୁ ଫାଶୀ ମିଳିବା ଦର୍କାର, ତାହେଲେ ଯାଇ ଝିଅର ଆତ୍ମା ଶାନ୍ତି ପାଇବ କହିଲେ ପିଡୀତାଙ୍କ ମାଁ

Published By : Prameya-News7 Bureau | January 06, 2019 IST

ଭୁବନେଶ୍ୱର ୬/୧ : ପ୍ରଦୀପ ମହାରଥୀ ମନ୍ତ୍ରୀପଦରୁ ଇସ୍ତଫା ଦେବାପରେ ପ୍ରତିକ୍ରିୟା ରଖିଛନ୍ତି ପୀଡିତାଙ୍କ ପରିବାରଲୋକେ | ପିପିଲି ପ୍ରସଙ୍ଗରେ ମହାରଥୀ ଏକ ଶସ୍ତା ମନ୍ତବ୍ୟ ଦେଇଥିଲେ | ମହାରଥୀଙ୍କ ମନ୍ତବ୍ୟରେ ଆଘାତ ପାଇଥିଲେ ପୀଡିତାଙ୍କ ପରିବାରଲୋକେ | ଏହାପରେ ଆରମ୍ଭ ହୋଇଥିଲା ରାଜନୈତିକ ବୟାନବାଜି | ମହାରଥୀ ଇସ୍ତଫା ଦେବାପରେ ରାଜନୈତିକ ମାହୋଲ ପୁରା ଗରମ ରହିଛି | କିନ୍ତୁ ପୀଡିତାଙ୍କ ଗାଁ ଅର୍ଜୁନଗୋଦାରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି | ମହାରଥୀ ଇସ୍ତଫା ଦେବାପରେ ପୀଡିତାଙ୍କ ଗାଁ ଅର୍ଜୁନଗୋଦାରେ ଗ୍ରାମବାସୀ ଖୁସି ଥିବା ଦେଖିବାକୁ ମିଳିଥିଲା | ତେବେ ପୀଡିତାଙ୍କ ପରିବାରଲୋକେ ଏଠାରେ ପ୍ରଶ୍ନ କରିଛନ୍ତି ଯେ, ମହାରଥୀ ଇସ୍ତଫା ଦେଇଦେଲେ ପୀଡିତା ନ୍ୟାୟ ପାଇଗଲେ କି ? କେବଳ ମନ୍ତ୍ରୀ ଇସ୍ତଫା ଦେବା ଯଥେଷ୍ଟ ନୁହେଁ ବରଂ ପୀଡିତା ନ୍ୟାୟ ପାଇବା ମଧ୍ୟ ଆବଶ୍ୟକତା ରହିଛି | ମହାରଥୀଙ୍କ ବିରୋଧରେ ଆହୁରି ଶକ୍ତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି ବୋଲି ପରିବାର ଲୋକେ କହିଛନ୍ତି |

ପୀଡିତାଙ୍କ ପରିବାରରେ ମହାରଥୀଙ୍କ ବିରୋଧରେ ରହିଛି ଅନେକ ଆକ୍ରୋଶ | ପିପିଲି ପ୍ରସଙ୍ଗରେ ମହାରଥୀଙ୍କ ବିରୋଧରେ ସମର୍ଥକଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଥିଲା | ପରବର୍ତ୍ତୀ ସମୟରେ ମନ୍ତ୍ରୀଙ୍କ ପୃଷ୍ଠପୋଷକତାକୁ ନେଇ ଅଭିଯୋଗ ଆସିଥିଲା | ଏହାପରେ କୋର୍ଟର ରାୟ ପରେ ମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ 'ସତ୍ୟର ଜୟ ହେଲା, | ପୀଡିତାଙ୍କ ମା କହିଛନ୍ତି ଯେ, ତାଙ୍କ ଝିଅର ଆତ୍ମା ଶାନ୍ତିରେ ନାହିଁ | ସେ କହିଛନ୍ତି ଯେ, ମହାରଥୀ ଇସ୍ତଫା ଦେଇଦେଲେ କଣ ତାଙ୍କ ଝିଅ ନ୍ୟାୟ ପାଇବ | ସେ ଦାବି କରିଛନ୍ତି, ଅଭିଯୁକ୍ତକୁ ଫାଶୀ ଭଳି କଠୋର ଦଣ୍ଡ ମିଳିଲେ ଯାଇ ତାଙ୍କ ଝିଅର ଆତ୍ମା ଶାନ୍ତି ପାଇବ ।  

ସୂଚନାଯୋଗ୍ୟ ଯେ, ଗଣଧର୍ଷଣ ଓ ହତ୍ୟା ଉଦ୍ୟମର ଶିକାର ହୋଇଥିବା ପିଡୀତା ୨୦୧୨ ମସିହା ଜୁନ ୨୧ ତାରିଖ ସକାଳ ୧୧.୩୫ ମନିଟ ବେଳେ କଟକ ଏସସିବିରେ ମୃତ୍ୟୁବରଣ କରିଥିଲେ । ଏହି ମାମଲାରେ ତତ୍‌କାଳୀନ ପିପିଲି ଆଇଆଇସିଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା । ବିରୋଧୀ ଓ ସ୍ବେଚ୍ଛାସେବୀଙ୍କ ପ୍ରବଳ ଚାପ ଯୋଗୁଁ ପ୍ରଦୀପ ମହାରଥୀ ମଧ୍ୟ ସେତେବେଳେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.