Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଅସହ୍ୟ ହେବାରେ ଲାଗିଛି ଗ୍ରୀଷ୍ମ, ମହାରାଷ୍ଟ୍ରର ଚନ୍ଦ୍ରପୁର ସବୁଠୁ ଉତପ୍ତ, ୪୮ ଡିଗ୍ରି ସେଲସିୟସରେ ପହଞ୍ଚିଲା ତାପମାତ୍ରା

30/05/2019 at 3:19 PM

ନୂଆଦିଲ୍ଲୀ ୩୦।୫: ସାରା ଦେଶରେ ଗ୍ରୀଷ୍ମ ଲହରି ଜାରି ରହିଥିବା ବେଳେ ଆଜି ମହାରାଷ୍ଟ୍ରର ଚନ୍ଦ୍ରପୁରରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି । ଏଠାରେ ଦିନବେଳା ତାପମାତ୍ରା ୪୮ ଡିଗ୍ରି ସେଲସିୟସରେ ପହଞ୍ଚିଥିବା  ବେଳେ ଦେଶରେ ଚଳିତ  ମାସର ଏହା ସର୍ବାଧିକ ତାପମାତ୍ରା ବୋଲି  ଜାତୀୟ ପାଣିପାଗ ବିଭାଗ କହିଛନ୍ତି । ଏହିସମୟରେ ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି ସର୍ବାଧିକ ତାପମାତ୍ରା ୪୩.୧ ଡିଗ୍ରି ସେଲସିୟସ ରେକର୍ଡ ହୋଇଛି ।

ଅତ୍ୟାଧିକ ଗର୍ମ ଓ ଲୁ ଯୋଗୁ ରାଜସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏହି ସମୟରେ ଶ୍ରୀଗଙ୍ଗାନର ଓ ବିକାନିରରେ ସର୍ବାଧିକ ତାପମାତ୍ରା ୪୬.୮ ଡିଗ୍ରି ରେକର୍ଡ କରାଯାଇଥିବା ବେଳେ ଜୈସାଲମେରରେ ତାପମାତ୍ରା ୪୫.୫, କୋଟାରେ ୪୫.୩ ଓ ବାଡମେରରେ ୪୫.୨ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି। ମହାରାଷ୍ଟ୍ରର ନାଗପୁର ସହରର ତାପମାତ୍ରା ୪୬ଡିଗ୍ରି ସେଲସିୟସରେ ପହଞ୍ଚିଥିବା ବେଳେ ବିଦର୍ଭ କ୍ଷେତ୍ରର ଚନ୍ଦ୍ରପୁରରେ ତାପମାତ୍ରା ୪୮ ଡିଗ୍ରିକୁ ଛୁଇଁଛି ।

ତେଲେଙ୍ଗାନା ରାଜ୍ୟରେ ମଧ୍ୟ ଅସହ୍ୟ ଗ୍ରୀଷ୍ମ ଅନୁଭୂତ ହେଉଛି  । ଏଠାକର ଆଦିଲାବାଦ ସହରରେ ତାପମାତ୍ରା ଆଜି ୪୬.୩ ଡିଗ୍ରିରେ ପହଞ୍ଚିଛି । ଗତକାଲି ଏଠାରେ ୪୬ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ହିମାଚଳ ପ୍ରଦେଶ ଊନ୍ନାରେ ତାପମାତ୍ରା ୪୩ ଡିଗ୍ରି ସେଲସିୟସଥିବା ବେଳେ ଜମ୍ମୁରେ ବୁଧବାର ଚଳିତ ଋତୁର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା। ଏଠାରେ ଗତକାଲି ତାପମାତ୍ରା୪୨.୮ ଡିଗ୍ରି ସେଲସିୟସ୍ ଥିଲା। ଜାତୀୟ ପାଣିପାଗ ବିଭାଗଙ୍କ ଆକଳନ ଅନୁସାରେ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଝାରଖଣ୍ଡ, ଉତ୍ତରପ୍ରଦେଶ, ହରିୟାଣା, ଚଣ୍ଡିଗଡ, ରାଜସ୍ଥାନ, ଦିଲ୍ଲୀ ଏବଂ ଓଡିଶାରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ଲୁର ପ୍ରଭାବ ରହିବ।

   Related Posts