ମୋଦୀଙ୍କୁ ଭେଟିଲେ ଏନସିପି ସୁପ୍ରିମୋ ଶରଦ ପାଓ୍ୱାର, ମହାରାଷ୍ଟ୍ର ରାଜନୀତିରେ ବଦଳିବ କି ସମୀକରଣ ?

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ,୧୭/୦୭ :  ଏନସିପି ସୁପ୍ରିମୋ ଶରଦ ପାଓ୍ୱାର ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । ଦିଲ୍ଲୀରେ ଉଭୟ ନେତା ପରସ୍ପର ସହ ଆଲୋଚନା କରିଛନ୍ତି ।

ଉଭୟଙ୍କ ମଧ୍ୟରେ ଏହି ବୈଠକ ପ୍ରାୟ ୧ ଘଣ୍ଟା ଧରି ଚାଲିଥିଲା । ଏହାପରେ ରାଜନୀତି ଜୋର୍ ଧରିଛି । କାରଣ ଗତ ମାସରେ ଶିବସେନା ମୁଖ୍ୟ ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମୋଦୀଙ୍କୁ ଭେଟିଥିଲେ । ଏବେ ପାଓ୍ୱାର ମୋଦୀଙ୍କୁ ଭେଟିଛନ୍ତି । ତେଣୁ ଏହି ସାକ୍ଷାତକାରକୁ ବହୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

ମୋଦୀଙ୍କ ସହ ଭେଟଘାଟ ପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି । କାରଣ ମହାରାଷ୍ଟ୍ରରେ ମହାବିକାଶ ଅଘାଡିରେ ଅନେକ ସମୟରେ ସବୁ କିଛି ଠିକ୍ ନଥିବା ଖବର ଆସିଥାଏ । ଯାହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ କିଛି ବଡଧରଣର ଅଦଳବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆହୁରି ମଧ୍ୟ ଶରଦ ପାଓ୍ୱାର ବିରୋଧି ଦଳ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ନିକଟରେ ପ୍ରଶାନ୍ତ କିଶୋର ମଧ୍ୟ ପାଓ୍ୱାରଙ୍କୁ ଭେଟିଥିଲେ । ତେବେ ଏସବୁ ଆଲୋଚନାକୁ ଗୁଜବ ବୋଲି ପାଓ୍ୱାର କହିଥିଲେ ।

wp:html /wp:html

ସୂଚନାଯୋଗ୍ୟ, ଦୁଇଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଶରଦ ପାଓ୍ୱାରଙ୍କ ଘରେ ତାଙ୍କୁ ଭେଟିଥିଲେ । ଏହାପରେ ଜୁଲାଇ ୧୬ରେ ପାଓ୍ୱାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ । ତେବେ ମୋଦୀଙ୍କ ସହ ଆଲୋଚନାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.