Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି – ଆସନ୍ତାକାଲି ସକାଳ ସାଢେ ୧୦ଟା ରେ ପୁଣି ଶୁଣାଣି ହେବ

24/11/2019 at 9:45 PM

ନୂଆଦିଲ୍ଲୀ ୨୪।୧୧ –  ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ରାଜନୀତି । ଆସନ୍ତାକାଲି ସକାଳ ସାଢେ ୧୦ଟା ରେ ପୁଣି ଶୁଣାଣି ହେବ ।  ତେବେ ରାଜ୍ୟପାଳଙ୍କ ଆଦେଶ ଏବଂ ସରକାର ଗଠନ ପାଇଁ ଫଡନଭିସ ଦେଇଥିବା ସମର୍ଥନ ପତ୍ର ପେଶ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ  କଂଗ୍ରେସ-ଏନସିପି ଓ ଶିବସେନା ନିଜ ନିଜର ବିଧାୟକଙ୍କୁ ହୋଟେଲରେ ରଖିଥିବା ବେଳେ ଫଡନଭିସ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇପାରିବେ କି ନାହିଁ ତାହା ହିଁ ସବୁଠାରୁ ବଡ଼ ପ୍ରଶ୍ନ ।

ମହାରାଷ୍ଟ୍ରରେ ମହାନାଟକ । ଶପଥ ଗ୍ରହଣକୁ ନେଇ ଛକାଛକି ପରେ ଏବେ ଆରମ୍ଭ ହୋଇଛି ରିସୋର୍ଟ ରାଜନୀତି । ଏସବୁ ଭିତରେ ଆଜି ସୁପ୍ରିମକୋର୍ଟରେ ହୋଇଛି ମହାରାଷ୍ଟ୍ର ଶୁଣାଣି । ଶିବସେନା-ଏନସିପି ଏବଂ କଂଗ୍ରେସର ଆବେଦନର ଆଜି ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କୁ ନୋଟିସ ଜାରି କରିଛନ୍ତି । କେନ୍ଦ୍ର ସରକାର କାଲି ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବେ । ଶୁଣାଣି ସମୟରେ ରାଜ୍ୟପାଳଙ୍କ ଆଦେଶ ଏବଂ ସରକାର ଗଠନ ପାଇଁ ଫଡନଭିସ ଦେଇଥିବା ସମର୍ଥନ ପତ୍ର ପେଶ କରିବା ପାଇଁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆଜି ଶିବସେନା-ଏନସିପି-କଂଗ୍ରେସ ତରଫରୁ କପିଲ ସିବଲ ଏବଂ ଅଭିଷେକ ମନୁ ସିଂଘଭୀ ନିଜର ପକ୍ଷ ରଖି ରାଜ୍ୟପାଳଙ୍କ ଫଇସଲା ଉପରେ ପ୍ରଶ୍ନ ଉଠାଇଥିଲେ । ରାଜ୍ୟପାଳ ତାଙ୍କ ପଦର ଅପବ୍ୟବହାର କରିଥିବା କହିଥିଲେ । ଆସନ୍ତାକାଲି ସାଢ଼େ ୧୦ଟାରେ ପୁଣି ଏହି ମାମଲାର ଶୁଣାଣି ହେବ ।

ସେପଟେ ସରକାର ଗଢିବା ଅଭିଯାନ ଅପେକ୍ଷା ଏବେ ବିଧାୟକଙ୍କୁ ଏକାଠି ରଖିବା ସବୁ ଦଳ ପାଇଁ  ବଡ଼ ଚ୍ୟାଲେଞ୍ଜ ହୋଇଛି । ଶିବସେନା-ଏନସିପି ଓ କଂଗ୍ରେସ ନିଜ ନିଜ ବିଧାୟକଙ୍କୁ ଭିନ୍ନ ଭିନ୍ନ ହୋଟେଲରେ ରଖିଛନ୍ତି । ନିଜ ନିଜ ବିଧାୟକଙ୍କୁ ହାଡ଼େ ହାଡ଼େ ଜଗିରହିଛନ୍ତି ଦଳର ନେତାଏ।  ଉଦ୍ଧବ ଠାକରେ ପ୍ରଥମେ ଶରଦ ପାୱାରଙ୍କ ସହ ଆଲୋଚନା କରିଥିବା ବେଳେ ପରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ ଭେଟିଛନ୍ତି । ସେପଟେ ଅଜିତ ପୱାରଙ୍କ ସହ ଯାଇଥିବା ବିଧାୟକ ଶରଦ ପୱାରଙ୍କ କ୍ୟାମ୍ପକୁ ଫେରି ଆସିଛନ୍ତି । ଅଜିତ ପୱାରଙ୍କୁ ଏନସିପି ବିଧାୟକ ଦଳ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଜୟନ୍ତ ପାଟିଲଙ୍କୁ ନୂଆ ନେତା ନିଯୁକ୍ତ କରାଯାଇଛି । ତେବେ ଅଜିତ ପାୱାରଙ୍କୁ ମନାଇବା ପାଇଁ ଉଦ୍ୟମ ଚାଲିଥିବା ବେଳେ ସେ କିନ୍ତୁ ଶରଦଙ୍କ ପାଖକୁ ଫେରିବାକୁ ମନା କରିଦେଇଛନ୍ତି ।

ମହାରାଷ୍ଟ୍ରରେ ବିଜେପି ୧୦୫ଟି ଆସନରେ ଜିତିଥିବା ବେଳେ ଶିବସେନା ୫୬, ଏନସିପି ୫୪, କଂଗ୍ରେସ ୪୪ ଓ ୨୯ ଜଣ ଅନ୍ୟାନ୍ୟ ବିଧାୟକ ରହିଛନ୍ତି । ତେଣୁ ଶକ୍ତି ପରୀକ୍ଷାରେ ସଂଖ୍ୟା ଗଣିତ କାହା ସପକ୍ଷରେ ଯାଉଛି, ଏବେ ତାହା ହିଁ ବଡ଼ ପ୍ରଶ୍ନ ।

   Related Posts