Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ମହାରାଷ୍ଟ୍ର ରାଜନୀତିରେ ଘଣ୍ଟାକୁ ଘଣ୍ଟା ବଦଳି ଯାଉଛି ମୋଡ଼

25/11/2019 at 10:50 PM

ମୁମ୍ବଇ ୨୫।୧୧-  ମହାରାଷ୍ଟ୍ର ରାଜନୀତିରେ ଏବେ ଯାହା ଚାଲିଛି ଆଉ କିଛି ଘଣ୍ଟା ପରେ ସ୍ଥିତି ସେୟା ଥିବ ନା ବଦଳି ଯାଇଥିବା ତାକୁ ନେଇ ସନ୍ଦେହ ରହିଛି । ଘଣ୍ଟାକୁ ଘଣ୍ଟା ବଦଳି ଯାଉଛି ମୋଡ଼। କେତେବେଳେ କାହା ଆଡ଼କୁ କଥା ଯାଉଛି ତାହା ସହଜରେ ଜାଣି ହେଉନାହିଁ । ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଶେଷ ହୋଇଛି ।କାଲି ସକାଳ ସାଢେ ୧୦ଟାରେ ରାୟ ଆସିବ । ପାର୍ଲାମେଣ୍ଟରେ ଆଜି ଏହି ପ୍ରସଙ୍ଗରେ ନାହିଁ ନ ଥିବା ହଟ୍ଟଗୋଳ ହୋଇଛି ।…

କାହା ପାଖରେ ଅଛି ସଂଖ୍ୟାର ଦମ।  ବିଜେପି – ଅଜିତ ପାୱାରଙ୍କ ପାଖରେ ନା ଶିବସେନା-ଏନ୍‌ସିପି-କଂଗ୍ରେସ ପାଖରେ । ଏମିତି ସ୍ଥିତିରେ ଆଜି ମହାରାଷ୍ଟ୍ର ମହାଏପିସୋଡ୍‌ରେ ଦେଖିବାକୁ ମିଳିଛି ନୂଆ ଟ୍ବିଷ୍ଟ । ଆଜି ସୁପ୍ରିମକୋର୍ଟରେ ଶିବସେନା-ଏନ୍‌ସିପି-କଂଗ୍ରେସ ପକ୍ଷରୁ ଦାୟର କରାଯାଇଥିବା ମାମଲାର ଦେଢ଼ ଘଣ୍ଟା ଧରି ଶୁଣାଣି ହୋଇଛି ।

ରାଜ୍ୟପାଳଙ୍କୁ ଅଜିତ ପାୱାର ଦେଇଥିବା ପତ୍ରରେ ୫୪ ଜଣ  ବିଧାୟକଙ୍କ ହସ୍ତାକ୍ଷର ଥିଲା । ଫ୍ଲୋର ଟେଷ୍ଟ ତୁରନ୍ତ କରାଯିବା ପାଇଁ ଶିବସେନା, ଏନ୍‌ସିପି, କଂଗ୍ରେସ ମେଣ୍ଟ ପକ୍ଷରୁ କୁହାଯାଇଛି । ସବୁ ପକ୍ଷର ଯୁକ୍ତି ଶୁଣି ସାରିବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ।…

ଗୋଟେ ପଟେ ମହାରାଷ୍ଟ୍ର ଯୁଦ୍ଧ ବଢ଼ି ବଢ଼ି ଯାଉଛି ତ ଅନ୍ୟ ପଟେ ପାର୍ଲାମେଣ୍ଟରେ ବି ଏହାର ପ୍ରଭାବ ଦେଖିବାକୁ ମିଳିଛି । ପାର୍ଲାମେଣ୍ଟରେ ଏହାକୁ ନେଇ ହଙ୍ଗାମା ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ରରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କଂଗ୍ରେସ କହିଛି । କଂଗ୍ରେସ ସଦସ୍ୟ ମାନେ ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧି ମୂର୍ତ୍ତି ଆଗରେ ଧାରଣା ଦେଇଥିଲେ । ଗୃହରେ ହଟ୍ଟଗୋଳ କରିଥିଲେ। ତେବେ ବିଶୃଙ୍ଖଳା ଅଭିଯୋଗରେ ବାଚସ୍ପତି ଦୁଇ କଂଗ୍ରେସ ସଦସ୍ୟଙ୍କୁ ନିଲମ୍ବିତ କରିଥିଲେ।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେବେନ୍ଦ୍ର ଫଡ଼ନାଭିସ୍ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି ।ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଧ୍ୟ ଦାୟିତ୍ବ ନେଇଛନ୍ତି।  ବିଧାନଭବନ ଆଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ ବି ଚୌହାନଙ୍କ ଫଟୋରେ ଉଭୟ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଅନ୍ୟପକ୍ଷରେ ବିଜେପିକୁ ସମର୍ଥନ ଦେଇଥିବା ଅଜିତ ପାୱାରଙ୍କୁ ମନାଇବା ପାଇଁ ଏନ୍‌ସିପି ଉଦ୍ୟମ ଜାରି ରଖିଛନ୍ତି । ସେହିପରି ବିଜେପି ମଧ୍ୟ ଅଜିତ ପାୱାରଙ୍କୁ ନିଜ ପକ୍ଷରେ ରଖିବା ଲାଗି କୌଣସି ଉଦ୍ୟମ ହାତଛଡ଼ା କରିବାକୁ ପ୍ରସ୍ତୁତ ନୁହେଁ । ଏତିକିବେଳେ ମହାରାଷ୍ଟ୍ର ଜଳ ସଂପଦ ଦୁର୍ନୀତିରେ ଅଜିତ ପାୱାରଙ୍କ ବିରୋଧରେ  ଆସିଥିବା ୯ଟି ମାମଲାକୁ ଆଣ୍ଟି କରପ୍ସନ ବ୍ୟୁରୋ ଖାରଜ କରିଦେଇଛି ।…

ମହାରାଷ୍ଟ୍ରରେ ସରକାର ରକ୍ଷା କରିବା ପାଇଁ ଏବଂ ଭାଙ୍ଗିବା ପାଇଁ ଘମାସାନ୍ ଜାରି ରହିଛି । ଏହାରି ଭିତରେ କାଲି ଆସିବାକୁ ଥିବା ସୁପ୍ରିମକୋର୍ଟଙ୍କ ଚୁଡ଼ାନ୍ତ ରାୟ ଉପରେ ସମସ୍ତଙ୍କର ନଜର  ରହିଛି ।…

   Related Posts