Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ସଂକଟରେ ପୂର୍ବତନ ମୁମ୍ବାଇ ପୋଲିସ କମିସନର ! ପରମବୀର ସିଂହଙ୍କ ବିରୋଧରେ DGPଙ୍କୁ ୧୪ ପୃଷ୍ଠାର ଚିଠି ଲେଖିଲେ ଇନିସପେକ୍ଟର

27/04/2021 at 8:48 PM

ମୁମ୍ବାଇ ୨୭।୪:  ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ଚାନ୍ଦା ଅଭିଯୋଗ ଓ ତାଙ୍କ ବିରୋଧରେ ସିବିଆଇ ତଦନ୍ତର କାରଣ ହୋଇଥିବା ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଏବେ ନିଜେ ସଂକଟ ଆଡକୁ ମୁହାଁଇଛନ୍ତି। ଜନୈକ ପୋଲିସ ଇନିସପେକ୍ଟର ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିବା ବେଳେ ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ଏକ ୧୪ ପୃଷ୍ଠାର ପତ୍ର ଲେଖିଛନ୍ତି। 

ଇନିସପେକ୍ଟର ତାଙ୍କ ପତ୍ରରେ ପରମବୀର ସିଂହଙ୍କ ବିରୋଧରେ ଏତଲା (ଏଫଆଇଆର) ରୁଜୁ ଲାଗି ଦାବି କରିଛନ୍ତି। ଏହା ପୂର୍ବରୁ ଅନ୍ୟ ଜଣେ ଇନିସପେକ୍ଟର ଅନିଲ ଡାଙ୍ଗେ ପରମବୀର ସିଂହଙ୍କ ଅଣ୍ଡରୱାର୍ଲଡ ସମ୍ପର୍କ ଉଜାଗର କରି ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ତେବେ ଡିଜିପିଙ୍କୁ ୧୪ ପୃଷ୍ଠାର ପତ୍ର ଏବେ ପରମବୀର ସିଂହଙ୍କ ସମସ୍ୟାକୁ ଉତ୍କଟ କରିଛି।

ପରମବୀର ସିଂହ ୧୭ ମାର୍ଚ୍ଚ ୨୦୧୫ରୁ ୩୧ ଜୁଲାଇ ୨୦୧୮ ପର୍ଯ୍ୟନ୍ତ ଠାଣେ ପୋଲିସ କମିଶନର ଅବସ୍ଥାପିତ ଥିଲେ। ଏହି ସମୟରେ ସେ ତାଙ୍କ ପଦ ଓ କ୍ଷମତାର ଅନେକ ଦୂରୁପଯୋଗ କରିଥିବା ଠାଣେ ପୋଲିସ ଇନିସପେକ୍ଟର ଭୀମ ରାଜ ଓରଫ ଭୀମରାଓ ଘାଡଗେ ଅଭିଯୋଗ କରିଛନ୍ତି। ଏହି ମର୍ମରେ ସେ ୧୪ ପୃଷ୍ଠାର ଏକ ପତ୍ର ଡିଜିପିଙ୍କୁ ଦେଇଛନ୍ତି। ଏଥିରେ ତତ୍କାଳୀନ ପୋଲିସ କମିଶନର ଅପରାଧୀଙ୍କୁ ହତୋତ୍ସାହିତ କରିବା ବଦଳେ ସେମାନଙ୍କ ଉତ୍ସାହ ବୃଦ୍ଧି କରିବା ଓ ନିଜେ ଭ୍ରଷ୍ଟାଚାରରେ ଲିପ୍ତ ରହିଥିବାର ଘାଡଗେ ଅଭିଯୋଗ ଆଣିଛନ୍ତି।

ଭୀମରାଓ ତାଙ୍କ ଅଭିଯୋଗରେ ସେ ଯେତେବେଳେ କଲ୍ୟାଣର ବାଜାରପେଠ ଥାନାରେ ଇନିସପେକ୍ଟର ଥିଲେ ସେତେବେଳେ ପରମବୀର ସିଂହ ପଇସାବାଲା ଅପରାଧୀଙ୍କୁ ଛାଡିଦେବା ଲାଗି ତାଙ୍କ ଉପରେ ଚାପ ପକାଇଥିଲେ ବୋଲି ପତ୍ରରେ ଉଲ୍ଲେଖ କରିଛନ୍ତି। ଏଥିରେ ସେ ତାଙ୍କ ନିର୍ଦ୍ଦେଶ ନ ମାନିବାରୁ ତାଙ୍କୁ ଅନେକ ପ୍ରକାର ମିଥ୍ୟା ଅଭିଯୋଗରେ ଫଶାଇବାକୁ ଉଦ୍ୟମ କରିଥିଲେ ବୋଲି ବିଭିନ୍ନ ମାମଲାର ଉଦାହରଣ ଦେଇ ବିସ୍ତାରପୂର୍ବକ ସୂଚିତ କରିଛନ୍ତି। ଏବେ ସେ ଅକୋଲା କଣ୍ଟ୍ରୋଲ ରୁମରେ ସିନିୟର ପୋଲିସ ଇନିସପେକ୍ଟର ଭାବେ ଅବସ୍ଥାପିତ ଅଛନ୍ତି।

ଦିବାଲୀ ଗିଫ୍ଟରେ ମାଗୁଥିଲେ ସୁନା ବିସ୍କୁଟ୍
ଭୀମ ରାଓ ତାଙ୍କ ଅଭିଯୋଗରେ ପରମବୀର ସିଂହ ଦିପାବଳି ଉପହାରରେ ପ୍ରତ୍ୟେକ ଜୋନ ଡିସିପି, ଏସିପି ଓ ସିନିୟର ପୋଲିସ ଇନିସପେକ୍ଟରଙ୍କ ସୁନା ବିସ୍କୁଟ ଉପହାର ନେଇଥିବାର ମଧ୍ୟ ଅଭିଯୋଗ କରିଛନ୍ତି। ଏଥିରେ ସେ ଜୋନ ଡିସିପିଙ୍କ ଠାରୁ ୪୦ ତୋଳା ସୁନା ବିସ୍କୁଟ ନେଇଥିବା ବେଳେ ଏସିପିଙ୍କ ଠାରୁ ୨୦ରୁ ୩୦ ଓ ପୋଲିସ ଇନିସପେକ୍ଟରଙ୍କ ଠାରୁ ଜଣ ପିଛା ୩୦ରୁ ୪୦ ତୋଳା ଓଜନରୁ ବିସ୍କୁଟ ଉପହାର ନେଇଥିବା ଅଭିଯୋଗ କରିଛନ୍ତି।

କରିଛନ୍ତି ୫୦୦୦ କୋଟିର ନିବେଶ
ଭୀମ ରାଓ ତାଙ୍କ ଅଭିଯୋଗରେ ପରମବୀର ତାଙ୍କ ଦିବଙ୍ଗତ ପତ୍ନୀଙ୍କ ନାମରେ ମୁମ୍ବାଇ ଲୋର ପରେଲର ଏକ ବିଲ୍ଡିଂର ଷଷ୍ଠ ମହଲାରେ ଖୈତାନ ଏଣ୍ଡ କୋ ନାମରେ ଏକ କମ୍ପାନୀ ଖୋଲିଥିବା ନେଇ ଗୁଇନ୍ଦା ରିପୋର୍ଟ ଥିବା ଉଲ୍ଲେଖ କରିଛନ୍ତି। ତାଙ୍କ ପତ୍ନୀ ଇଣ୍ଡିଆ ବୁଲସର ବୋର୍ଡ ଅଫ ଡାଇରେକ୍ଟରଙ୍କ ମଧ୍ୟରେ ଜଣେ ଥିବା ବେଳେ   କମ୍ପାନୀରେ ୫ହଜାର କୋଟି ଟଙ୍କାର ନିବେଶ କରିଥିବା ସୂଚିତ କରିଛନ୍ତି। ତାଙ୍କ ବିରୋଧରେ ତୁରନ୍ତ ଏତଲା ରୁଜୁ ସହ କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ଦାବି କରିଛନ୍ତି। ଏହି ଚିଠି ପରେ ଏବେ ମୁମ୍ବାଇ ପୋଲିସରେ ହଟଚମଟ ସୃଷ୍ଟି ହୋଇଛି।

   Related Posts