Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ମହାରାଷ୍ଟ୍ର ମନ୍ତ୍ରୀଙ୍କୁ କରୋନା, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୭୮ ନୂଆ କେସ

23/04/2020 at 9:09 PM

ମୁମ୍ବାଇ, ୨୩|୦୪:  ମହାରାଷ୍ଟ୍ରରେ କରୋନା ଭାଇରସର ଆତଙ୍କ ଥମିବାର ନା ନେଉନାହିଁ । ରାଜ୍ୟର ଜଣେ ମନ୍ତ୍ରୀ ଜିତେନ୍ଦ୍ର ଅହ୍ୱାଦଙ୍କ କୋଭିଡ୍-୧୯ ରିପୋର୍ଟ ପଜିଟିଭ୍ ଆସିଛି । ପୂର୍ବରୁ ତାଙ୍କର ୧୪ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ । ଏହି ୧୪ଜଣଙ୍କ ମଧ୍ୟରୁ ୫ଜଣ ପୋଲିସ କନଷ୍ଟେବଳ ଥିବା ବେଳେ ୯ଜଣ ଘର କର୍ମଚାରୀ, ଦଳୀୟ କାର୍ଯ୍ୟକର୍ତ୍ତା ରହିଥିଲେ । ଏହାପରେ ଜିତେନ୍ଦ୍ର ନିଜେକୁ କ୍ୱାରାଣ୍ଟାଇନ କରିଥିଲେ ।

ଏନସିପି ନେତା ଜିତେନ୍ଦ୍ର ଏପରି ଜଣେ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ଯିଏ କରୋନା ସଂକ୍ରମିତ ଥିବା ଜଣାପଡିଥିଲା । ସେ ଠାଣେ ଜିଲ୍ଲାର କାଲବା-ମୁମ୍ବ୍ରା ବିଧାନସଭାରୁ ବିଧାୟକ ରହିଛନ୍ତି । ଗତ କିଛି ସପ୍ତାହ ହେଲେ ଏହି ସ୍ଥାନରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୭୭୮ଟି ନୂଆ କେସ୍ ସାମ୍ନାକୁ ଆସିଛି । ଏହାସହ ୧୪ଜଣ ପ୍ରାଣ ହରାଇଛନ୍ତି । ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୪୨୭ରେ ପହଁଚିଛି । ଏହାସହ ୨୮୩ଜଣ ପ୍ରାଣ ହରାଇଛନ୍ତି ।  କେବଳ ମୁମ୍ବାଇରେ ୨୪ ଘଣ୍ଟାରେ ୫୨୨ଟି କେସ୍ ସାମ୍ନାକୁ ଆସିଥିବା ବେଳେ ୬ଜଣ ପ୍ରାଣ ହରାଇଛନ୍ତି । ଏଠାରେ ମୋଟ କରୋନା ମାମଲା ୪୨୦୫ ଥିବା ବେଳେ ୧୬୭ଜଣ ପ୍ରାଣ ହରାଇଛନ୍ତି ।

   Related Posts