Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

Covidରେ ନିରାଶ ମହାରାଷ୍ଟ୍ରର ହୋଟେଲ ଓ ପବ୍‌ ମାଲିକ, କରୁ ନାହାନ୍ତି ଲିକର ଲାଇସେନ୍ସର ନବୀକରଣ

2/04/2021 at 10:25 PM

ମୁମ୍ବାଇ ୨।୪: ମହରାଷ୍ଟ୍ରରେ ଇଣ୍ଡିଆନ ହୋଟେଲ ଏଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନର ଅଧାରୁ ଅଧିକ ସଦସ୍ୟ ସେମାନଙ୍କ ଲିକର ଲାଇସେନ୍ସର ନବୀକରଣ କରାଇ ନାହାନ୍ତି। ମାର୍ଚ୍ଚ ୩୧ ତାରିଖ ଏଥିଲାଗି ଶେଷ ଦିନ ଥିଲା। ହେଲେ ବ୍ୟବସାୟୀ ଲାଗି ସେମାନଙ୍କର ଏଫ୍ଏଲ୍-୩ ଲାଇସେନ୍ସ ଜରୁରି ହେଉଥିଲେ ବି ସେମାନେ ନବୀକରଣ କରି ନଥିବା ଜଣାପଡିଛି।

ସାଧାରଣରେ ଏହି ଲାଇସେନ୍ସ ଲାଗି ଲକ୍ଷାଧିକ ଟଙ୍କାର ଆବଶ୍ୟକତା ପଡିଥାଏ। ତେବେ ୨୦୨୦ରେ ଲକଡାଉନ୍‌ ଓ ଏଥିଯୋଗୁ ମାସମାସ କାରବାର ବନ୍ଦ ରହିବା ମହାରାଷ୍ଟ୍ରର ହସ୍ପିଟାଲିଟି ଉଦ୍ୟୋଗରେ ଚରମ ବିପର୍ଯ୍ୟୟ ସୃଷ୍ଟି କରିଛି। କାରବାର ନଥିବା ବେଳେ କର୍ମଚାରୀଙ୍କ ବେତନ ଓ ଅନ୍ୟାନ୍ୟ ବାବଦ ଖର୍ଚ୍ଚ ଉଦ୍ୟୋଗକୁ ଭାରାକ୍ରାନ୍ତ କରିଛି। ଏଣୁ ଉଦ୍ୟୋଗ ଏବେ ଖର୍ଚ୍ଚ କାଟ ନୀତି ଅବଲମ୍ବନ କରିଥିବା ବେଳେ ଲିକର ଲାଇସେନ୍ସ ନବୀକରଣରୁ ଅନେକ ହୋଟେଲ, ରେଷ୍ଟୁରାଣ୍ଟ ଓ ପବ୍ ବ୍ୟବସାୟୀ ନିଜକୁ ଦୂରେଇ ଦେଇଥିବା ଏଥିରୁ ସ୍ପଷ୍ଟ ହେଉଛି।

ତେବେ କେବଳ ଗତବର୍ଷ ନୁହେଁ ଚଳିତବର୍ଷ ମଧ୍ୟ ଆରମ୍ଭରୁ ରାଜ୍ୟରେ କରୋନା ମହାମାରୀ ମାଡିମାଡି ଚାଲିଛି। ଏଣୁ  ପୁଣି କଟକଣା ଲାଗୁ ହୋଇଥିବା ବେଳେ ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ରହୁଛି।  ଯାହା ରାଜ୍ୟରେ ହୋଟେଲ, ରେଷ୍ଟୁରାଣ୍ଟ ଓ ପବ୍ ଲାଗି କ୍ଷତିର କାରଣ ହେଲାଣି। ଏଣୁ ପ୍ରାୟ ୪୫ ପ୍ରତିଶତରୁ ଅଧିକ ସଦସ୍ୟ ସେମାନଙ୍କର ଏଫଏଲ-୩ ଲିକର ଲାଇସେନସ୍‌ ନବୀକରଣ କରିନାହାନ୍ତି।   

ସଂଘର ସାଧାରଣ ସମ୍ପାଦକ ସୁକେଶ ସେଟ୍ଟୀ କରୋନା ସଂକ୍ରମଣ ହାର ବୃଦ୍ଧି ସେମାନଙ୍କ ବ୍ୟବସାୟ ରାସ୍ତାରେ କଣ୍ଟା ପାଲଟିଥିବା କହିଛନ୍ତି। ୫୦ ପ୍ରତିଶତ କ୍ଷମତାରେ ବ୍ୟବସାୟ ଚଳାଇବା ଏବେ ହୋଟେଲ ରେଷ୍ଟୁରାଣ୍ଟ ବ୍ୟବସାୟୀଙ୍କ ଲାଗି କାଠିକର ପାଠ ହୋଇପଡୁଥିବା ସେ କହିଛନ୍ତି। ଏଥିରେ ନାଇଟ୍‌ କର୍ଫ୍ୟୁ ସେମାନଙ୍କ କାରବାର ଆହୁରି ୧୫ ପ୍ରତିଶତ ହ୍ରାସ କରିଛି। ଏବେ ହୋଟେଲ ଓ ରେଷ୍ଟୁରାଣ୍ଟମାନେ ୬୫ ପ୍ରତିଶତ କର୍ମଚାରୀରେ କାମ କରିବାକୁ ବାଧ୍ୟ ହେଉଛନ୍ତି। ଏଥିରେ ଯଦି ପରିସ୍ଥିତି ଏପରି ରହିଲା ତେବେ ରାଜ୍ୟରେ ବେକାରୀ ବଢିବା ଏକପ୍ରକାର ନିଶ୍ଚିତ ବୋଲି ସେ କହିଛନ୍ତି। କାରଣ କର୍ମଚାରୀଙ୍କୁ ବେତନ ଦେବା ମଧ୍ୟ ଆମ ଲାଗି କଷ୍ଟକର ହୋଇ ପଡୁଥିବା ସେ କହିଛନ୍ତି।

ଏଥିରେ ରାଜ୍ୟର ପ୍ରାୟ ୩୦ ପ୍ରତିଶତ ହୋଟେଲ ରେଷ୍ଟୁରାଣ୍ଟ ଏବେ ସେମାନଙ୍କର ସଟର ପକାଇଦେଇଛନ୍ତି। ୨୦ ପ୍ରତିଶତ ପୂର୍ଣ୍ଣମାତ୍ରାରେ ବ୍ୟବସାୟ କରୁଛନ୍ତି ବାକି ୫୦ ପ୍ରତିଶତ ଗତବର୍ଷ କରୋନା ଲକଡାଉନ ଜନିତ କ୍ଷତି ଯୋଗୁ ଋଣଭାରରେ ବୁଡି ଯାଇଥିବା ସେଟ୍ଟୀ କହିଛନ୍ତି। ଏଥିରେ ଲିକର ଲାଇସେନ୍ସ ସେମାନେ ନବୀକରଣ କିପରି କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

   Related Posts