Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଲେ, ‘କଙ୍ଗନା ରଣାୱତଙ୍କୁ ମୁମ୍ବାଇରେ ରହିବାର କୌଣସି ଅଧିକାର ନାହିଁ’

4/09/2020 at 5:08 PM

ମୁମ୍ବାଇ ୦୪/୦୯ : ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ, ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମହାରାଷ୍ଟ୍ର କିମ୍ବା ମୁମ୍ୱାଇରେ ରହିବାର କୌଣସି ଅଧିକାର ନାହିଁ | ନିକଟରେ କଙ୍ଗନା ଏକ ଟ୍ୱିଟରେ କହିଥିଲେ ଯେ, ମୁଭି ମାଫିଆଙ୍କ ଠାରୁ ମୁମ୍ବାଇ ପୋଲିସକୁ ଅଧିକ ଭୟ ଲାଗିଥାଏ | କଙ୍ଗନାଙ୍କ ଏହି ବୟାନକୁ ନେଇ ଅନିଲ ଦେଶମୁଖ ଉତକ୍ଷିପ୍ତ ହୋଇଯାଇଛନ୍ତି | ଅନିଲ ଦେଶମୁଖ କହିଛନ୍ତି, ମୁମ୍ବାଇ ପୋଲିସକୁ ସ୍କଟଲ୍ୟାଣ୍ଡ ୟାର୍ଡ଼ ପୋଲିସ ସହ ତୁଳନା କରାଯାଇଥାଏ | କିଛି ଲୋକ ମୁମ୍ବାଇ ପୋଲିସକୁ ଟାର୍ଗେଟ କରିବାକୁ ପ୍ରୟାସ କରୁଛନ୍ତି | ଜଣେ ଆଇପିଏସ ଅଧିକାରୀ ଏହି ବୟାନ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ବୋଲି ଦେଶମୁଖ କହିଛନ୍ତି | ମୁମ୍ବାଇ ପୋଲିସକୁ ମାଫିଆ ସହ ତୁଳନା କରିଥିବାରୁ କଙ୍ଗନାଙ୍କର ମହାରାଷ୍ଟ୍ର କିମ୍ବା ମୁମ୍ବାଇରେ ରହିବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି |

ଏକ ଟ୍ୱିଟରେ କଙ୍ଗନା ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାୱତଙ୍କୁ ଟାର୍ଗେଟ କରି ମୁମ୍ବାଇକୁ ପିଓକେ ସହ କରିଥିଲେ | ସେ କହିଥିଲେ, ‘ଶିବସେନା ନେତା ସଞ୍ଜୟ ରାୱତ ମୋତେ ଖୋଲାଖୋଲି ଧମକ ଦେଇଛନ୍ତି ଏବଂ କହିଛନ୍ତି ଯେ ମୁଁ ଯେମିତି ମୁମ୍ବାଇ ନ ଫେରେ | ପୂର୍ବରୁ ମୁମ୍ବାଇ ରାସ୍ତାରେ ସ୍ୱାଧୀନତାର ନାରା ଦିଆଯାଉଥିଲା କିନ୍ତୁ ଏବେ ଖୋଲାଖୋଲି ଧମକ ମିଳୁଛି | ଏ ମୁମ୍ବାଇ ପାକିସ୍ତାନ ଅଧିକୃତ କାଶ୍ମୀର ଭଳି କାହିଁକି ଜଣାପଡୁଛି ?’

ଅପରପକ୍ଷରେ ଶିବସେନା ନେତା ସଞ୍ଜୟ ରାୱତ କଙ୍ଗନାଙ୍କ ଆରୋପକୁ ନେଇ କହିଛନ୍ତି ଯେ ସେ ମହାରାଷ୍ଟ୍ରକୁ ଅପମାନିତ କରିବାକୁ ଚେଷ୍ଟା କରୁଛନ୍ତି | ଏହା ପଛରେ ନିଶ୍ଚୟ କୌଣସି ରାଜନୈତିକ ଦଳ କିମ୍ବା ପାୱାର ଅଛି ଯିଏ ତାଙ୍କୁ ସମର୍ଥନ କରୁଛି ଯେଉଁଥିପାଇଁ ସେ ଏହିଭଳି ବୟାନ ରଖୁଛନ୍ତି ବୋଲି ସେ କହିଛନ୍ତି | ମୁମ୍ବାଇ ଓ ମୁମ୍ବାଇ ପୋଲିସର ଛବି ଖରାପ କରିବାକୁ ଏହା ଏକ ଷଡଯନ୍ତ୍ର ବୋଲି ସଞ୍ଜୟ ରାୱତ କହିଛନ୍ତି |

   Related Posts