କଙ୍ଗନାଙ୍କ ବିରୋଧରେ ଡ୍ରଗ୍ସ ସେବନ ଆରୋପ: ତଦନ୍ତ ନିର୍ଦେଶ ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ

Published By : Prameya-News7 Bureau | September 08, 2020 IST

ମୁମ୍ବାଇ ୦୮/୦୯ : କଙ୍ଗନା ରଣାବାତ ଓ ଶିବସେନା ମଧ୍ୟରେ ଚାଲିଥିବା ଶବ୍ଦ ବାଣ ଲଗାତାର ବଢ଼ିବାରେ ଲାଗିଛି | ବର୍ତ୍ତମାନ ମହାରାଷ୍ଟ୍ର ସରକାର କଙ୍ଗନାଙ୍କ ଡ୍ରଗ୍ସ କନେକ୍ସନ ଯାଞ୍ଚ କରିବାକୁ ଘୋଷଣା କରିଛନ୍ତି | ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ କହିଛନ୍ତି ଯେ କଙ୍ଗନାଙ୍କ ଏକ୍ସ ବଏଫ୍ରେଣ୍ଡ ଅଧ୍ୟୟନ ସୁମନଙ୍କ ପୁରୁଣା ଇଣ୍ଟରଭ୍ୟୁ ଆଧାରରେ ବର୍ତ୍ତମାନ କଙ୍ଗନା ଡ୍ରଗ୍ସ ସେବନ କରୁଥିବା ନେଇ ଯାଞ୍ଚ ହେବ |

ଶିବସେନା ନେତା ସୁନୀଲ ପ୍ରଭୁ ଏବଂ ପ୍ରତାପ ସରନାୟକ ଅଧ୍ୟୟନ ସୁମନଙ୍କ ପୁରୁଣା ଇଣ୍ଟରଭ୍ୟୁର ଏକ କପି ମହାରାଷ୍ଟ୍ର ସରକାରଙ୍କୁ ହସ୍ତାନ୍ତର କରିଛନ୍ତି | ଏହାର ଜବାବରେ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଛନ୍ତି ଯେ ଅଧ୍ୟୟନ ସୁମନଙ୍କ ସହ କଙ୍ଗନାଙ୍କ ସମ୍ପର୍କ ଥିଲା | ସେ ନିଜର ଏକ ଇଣ୍ଟରଭ୍ୟୁରେ ଆରୋପ ଲଗାଇଥିଲେ ଯେ କଙ୍ଗନା ଡ୍ରଗ୍ସ ନିଅନ୍ତି ଏବଂ ତାଙ୍କୁ ମଧ୍ୟ ଜୋର ଜବରଦସ୍ତ ଡ୍ରଗ୍ସ ଦିଅନ୍ତି | ଏହାପରେ ସରକାର ପୁରା ମାମଲାର ତଦନ୍ତ ନିର୍ଦେଶ ଦେଇଛନ୍ତି | ମହାରାଷ୍ଟ୍ର ପୋଲିସ ଏହି ମାମଲାର ତଦନ୍ତ କରିବ |

wp:core-embed/twitter {"url":"https://twitter.com/KanganaTeam/status/1303273355299045376","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1303273355299045376
/wp:core-embed/twitter

ଏହି ଅଭିଯୋଗ ଜବାବରେ କଙ୍ଗନା କହିଛନ୍ତି ଯେ, ସେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଓ ମୁମ୍ବାଇ ପୋଲିସ ପ୍ରତି ଆଭାରୀ | ମୁମ୍ବାଇ ପୋଲିସ ତାଙ୍କର ଡ୍ରଗ୍ସ ସେବନ ନେଇ ତଦନ୍ତ କରୁ, ତାଙ୍କର ଫୋନ କଲ ଯାଞ୍ଚ କରୁ, ଯଦି କୌଣସି ଡ୍ରଗ୍ସ ଲିଙ୍କ ପାଆନ୍ତି ତାହେଲେ ସେ ନିଜର ଦୋଷ ସ୍ୱୀକାର କରିବେ ଓ ସବୁଦିନ ପାଇଁ ମୁମ୍ବାଇ ଛାଡ଼ିଦେବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.