Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ଲକଡାଉନ୍‌କୁ ନେଇ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ କହିଛନ୍ତି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ

11/04/2021 at 9:06 PM

ମୁମ୍ବାଇ ୧୧।୪: କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହର ଭାରତ ଲାଗି ଚିନ୍ତାର କାରଣ ହେଲାଣି। ଦେଶରେ ସଂକ୍ରମଣ ସ୍ଥିତି ବେଳକୁ ବେଳ ବିଗିଡିବାରେ ଲାଗିଛି। ଏଥିରେ ଗୁରୁତର ପ୍ରଭାବିତ ମହାରାଷ୍ଟ୍ର ଲକଡାଉନକୁ ନେଇ ଅଙ୍କକଷା ଚାଲିଥିବା ବେଳେ ରବିବାର ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସେ କହିଛନ୍ତି ଯେ ଅବଶ୍ୟ ରାଜ୍ୟରେ ଲକଡାଉନ୍‌ ଭଳି ପରିସ୍ଥିତି ଉପୁଜିଛି, ହେଲେ ଏଥିପାଇଁ ସରକାରଙ୍କର କୌଣସି ଯୋଜନା ନାହିଁ।

ଟୋପେ କହିଛନ୍ତି ଯେ ଲକଡାଉନ ସେତେବେଳେ ଜରୁରି ହୋଇପଡେ ଯେତେବେଳେ ଆବଶ୍ୟକ ସଂସାଧନର ଅଭାବ ଦେଖାଯାଏ, ଯେପରି ହସ୍ପିଟାଲରେ ବେଡ୍, ଅକ୍ସିଜେନ, ଭେଣ୍ଟିଲେଟର ଓ ଆଇସିୟୁ ବେଡ୍  ଅଭାବ ହୁଏ। ଯଦି ପରିସ୍ଥିତି ଏପରି ହୁଏ ତେବେ ୩ ସପ୍ତାହ ଲକଡାଉନ କରି  ସଂକ୍ରମଣ ଚେନ୍‌ ପ୍ରତିହତ କରାଯାଇପାରେ। ତେବେ ରାଜ୍ୟରେ ଏ ପର୍ଯ୍ୟନ୍ତ ସେପରି ପରିସ୍ଥିତି ଉପୁଜି ନାହିଁ । ନାଇଟ୍‌ କର୍ଫ୍ୟୁ ଏବଂ ୱିକେଣ୍ଡର ଲକଡାଉନ ଜରିଆରେ ପରିସ୍ଥିତି ନିୟନ୍ତ୍ରଣ ଲାଗି ସରକାର ଉଦ୍ୟମ ଚଳାଇଥିବା କହିଛନ୍ତି। 

ଅପରପଟେ ମହାରାଷ୍ଟ୍ର ଟିକାକରଣ ନେଇ ମଧ୍ୟ ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦେଶ ଅନୁସାରେ ରାଜ୍ୟରେ ବ୍ୟାପକ ଟିକାକରଣ ହେଉଛି। ଏଥିଲାଗି ପ୍ରତି ମାସରେ ୧.୬୦କୋଟି ଟିକାର ଆବଶ୍ୟକତା ପଡୁଛି। ହେଲେ ରାଜ୍ୟକୁ ପ୍ରତିମାସରେ ୧.୪ କୋଟି ଟିକା ମିଳୁଛି। ଟିକାକରଣ ଲାଗି ରାଜ୍ୟରେ ୧୨୦ଟି ଟିକା କେନ୍ଦ୍ର ସ୍ଥାପିତ ହୋଇଛି। ତେବେ ଟିକା ଅଭାବରୁ ଏବେ ୭୦ଟି କେନ୍ଦ୍ରକୁ ବନ୍ଦ ରଖାଯାଇଥିବା କହିଛନ୍ତି। ତେବେ ଅନ୍ୟ ରାଜ୍ୟ ଅପେକ୍ଷା ମହାରାଷ୍ଟ୍ରକୁ କେନ୍ଦ୍ର ସରକାର ଅଧିକ ଟିକା ଯୋଗାଇ ଦେଉଛନ୍ତି। ଏହା ବାଦେ ବି ଟିକା ଅଭାବ ଦେଖାଦେଇଛି।

   Related Posts