କରୋନାର ନୂଆ ଭାରିଏଣ୍ଟ 'ଓମିକ୍ରୋନ' ଚିହ୍ନଟ ପରେ ଏହିସବୁ ରାଜ୍ୟରେ କଡାକଡି ହେଲା ନିୟମ, ଜାରି ହେଲା ନିର୍ଦ୍ଦେଶ

Published By : Prameya-News7 Bureau | November 27, 2021 IST

ମୁମ୍ବାଇ ୨୭/୧୧ : ଦକ୍ଷିଣ ଆଫ୍ରିକାରେ କୋଭିଡ-୧୯ ର ନୂଆ ଭାରିଏଣ୍ଟ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ଓ ଗୁଜୁରାଟରେ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସୁଥିବା ଯାତ୍ରୀଙ୍କୁ ଆଇସୋଲେସନରେ ରହିବାକୁ ପଡିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ବିପଦ ସଂକୁଳ ଦେଶରୁ ଆସୁଥିବା ଯାତ୍ରୀଙ୍କୁ ଗୁଜୁରାଟ ପହଞ୍ଚିବା ପରେ କୋଭିଡ ଯାଞ୍ଚ କରିବାକୁ ହେବ।

ମୁମ୍ବାଇ ମହାପୋୖର କିଶୋରୀ ପେଡନେକର କହିଛନ୍ତି ଯେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଆଇସୋଲେସନରେ ରହିବାକୁ ପଡିବ। ଏହି ଯାତ୍ରୀଙ୍କ ନମୁନା ଜିନୋମ ଅନୁକ୍ରମଣ ପାଇଁ ପଠାଯିବ। ଦକ୍ଷିଣ ଆଫ୍ରିକାରେ କୋଭିଡର ନୂଆ ସ୍ୱରୂପ ଓମିକ୍ରୋନ ଚିହ୍ନଟ ହେବାପରେ ଏହି ନିଷ୍ପତ୍ତି ନିଆଯାଇଛି। କାରଣ ଏହି ସ୍ୱରୂପ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି।

wp:embed {"url":"https://twitter.com/ANI/status/1464495438753505284?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1464495438753505284%7Ctwgr%5E%7Ctwcon%5Es1_\u0026ref_url=https%3A%2F%2Fwww.news18.com%2Fnews%2Findia%2Fcoronavirus-live-updates-new-variant-omicron-travel-ban-south-africa-livenews-4491677.html","type":"rich","providerNameSlug":"twitter","responsive":true}
https://twitter.com/ANI/status/1464495438753505284?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1464495438753505284%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.news18.com%2Fnews%2Findia%2Fcoronavirus-live-updates-new-variant-omicron-travel-ban-south-africa-livenews-4491677.html
/wp:embed

ଗୁଜୁରାଟର ଅତିରିକ୍ତ ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ମନୋଜ ଅଗ୍ରୱାଲ କହିଛନ୍ତି ଯେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏକ ପତ୍ର ଅନୁସାରେ ଆସୁଥିବା ଯାତ୍ରୀଙ୍କ ପାଖରେ ଭ୍ୟାକସିନ ସାର୍ଟିଫିକେଟ ନଥିଲେ ଆରଟି-ପିସିଆର ଯାଞ୍ଚ କରିବା ଅନିବାର୍ଯ୍ୟ। ଯେଉଁମାନେ ଭ୍ୟାକସିନର ଉଭୟ ଡୋଜ ନେଇଛନ୍ତି ବିମାନବନ୍ଦରରେ ସେମାନଙ୍କର ମଧ୍ୟ ଯାଞ୍ଚ ହେବ। ସଂକ୍ରମଣ ଲକ୍ଷଣ ନ ଥିଲେ ଏଣ୍ଟ୍ରି ମିଳିବ। ସେ କହିଛନ୍ତି, ବ୍ରିଟେନ, ଦକ୍ଷିଣ ଆଫ୍ରିକା, ବ୍ରାଜିଲ, ବାଙ୍ଗଲାଦେଶ, ଚୀନ, ମରିସସ, ନ୍ୟୁଜିଲ୍ୟାଣ୍ଡ ଓ ଜିମ୍ବାଵେକୁ ବିପଦ ଶ୍ରେଣୀରେ ରଖାଯାଇଛି। ଗୁଜୁରାଟରେ ଦୁଇଟି ଅନ୍ତରାଷ୍ଟ୍ରୀୟ ବିମାନବନ୍ଦର ରହିଛି-ଅହମଦାବାଦ ଓ ସୁରଟ।

ବିପଦ ଶ୍ରେଣୀ ଅନ୍ତର୍ଭୁକ୍ତ ଦେଶରୁ ଆସୁଥିବା ଯାତ୍ରୀ ଭ୍ୟାକସିନର ଉଭୟ ଡୋଜ ନେଇଥିଲେ ୧୪ ଦିନ ଆଇସୋଲେସନରେ ରହିବାକୁ ହେବ। ଗୋଟିଏ ଡୋଜ ନେଇଥିଲେ କିମ୍ବା କୌଣସି ଡୋଜ ନେଇନଥିଲେ କୋଭିଡ ଯାଞ୍ଚ କରିବାକୁ ହେବ। ଏମାନଙ୍କୁ ଘରେ ୭ ଦିନ ଯାଏଁ ଆଇସୋଲେସନରେ ରହିବାକୁ ହେବ ଓ ଭାରତରେ ପହଂଚିବାର ୮ ଦିନରେ ପୁଣିଥରେ ଯାଞ୍ଚ କରିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.