ନୌସେନାକୁ ମହାରାଷ୍ଟ୍ର ସରକାରଙ୍କ ପ୍ରସ୍ତାବ, ଆଇଏନଏସ୍ ଗଙ୍ଗାକୁ ବୁଡାଇ ଦେଲେ ସୃଷ୍ଟି ହେବ ୨ ଲକ୍ଷ ରୋଜଗାର

Published By : Prameya-News7 Bureau | June 14, 2019 IST

ମୁମ୍ବାଇ ୧୪।୬:   ଭାରତୀୟ ନୌସେନାରୁ ଅବସର ଗ୍ରହଣ କରିଥିବା ଯୁଦ୍ଧତରୀ ଆଇଏନଏସ୍ ଗଙ୍ଗାକୁ ବୁଡାଇ ଦେବାକୁ ମହାରାଷ୍ଟ୍ର ସରକାର ନୌସେନାକୁ ପରାମର୍ଶ ଦେଇଛନ୍ତି। ଯୁଦ୍ଧପୋତକୁ ସିନ୍ଧୁଦୁର୍ଗ ନିକଟରେ ବୁଡାଇ ଦିଆଗଲେ ବୁଡାଳୀଙ୍କ ପାଇଁ ଏହାକୁ କୃତ୍ରିମ ରିଫ୍ ରେ ପରିଣତ ହୋଇପାରିବ। ଫଳରେ ଅଞ୍ଚଳର ହଜାର ହଜାର ଲୋକଙ୍କ ନିମନ୍ତେ ନୂତନ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି ମହାରାଷ୍ଟ୍ର ସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ସଚିବ ବିନିତା ବୈଦ ସିଙ୍ଗଲ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି।

{"id":123022}

ତେବେ ନୌସେନାରୁ ଡି କମିସନ ହୋଇଥିବା ଯୁଦ୍ଧପୋତଙ୍କୁ ବୁଡାଇ ଦେବା ପାଇଁ ରାଜ୍ୟ ସରକାରଙ୍କର  ଏହା ପ୍ରଥମ ନିବେଦନ ନୁହେଁ । ଏହା ପୂର୍ବରୁ ଆଇଏନଏସ ବିରାଟ ପାଇଁ ମଧ୍ୟ ନୌସେନା ଏଭଳି ଦୋଦୁଲ୍ୟମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏହାକୁ ଭାସମାନ ମ୍ୟୁଜିୟମ କରିବା ଅଥବା ମେରିନ ମ୍ୟୁଜିୟମରେ ପରିବର୍ତ୍ତିତ କରିବା ପାଇଁ ଦୁଇଟି ପ୍ରସ୍ତାବରୁ କୌଣସି ଗୋଟିଏ ବି କାର୍ଯ୍ୟକାରୀ ହୋଇପାରିନାହିଁ । ଏଣୁ ଆଇଏନଏସ୍ ବିକ୍ରାନ୍ତ ଭଳି ଏହାକୁ ମଧ୍ୟ ଜାହାଜ ଭଙ୍ଗାଳୀଙ୍କ ପାଖକୁ ପଠା ଯିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି।

{"id":123023}

ଏଥିରେ ମହାରାଷ୍ଟ୍ର ସରକାରଙ୍କର ଆଉ ଏକ ପ୍ରସ୍ତାବ ଏବେ ନୌସେନା ପାଇଁ ନୂଆ ଚିନ୍ତାର କାରଣ ପାଲଟିଛି। ତେବେ ଆଇଏନଏସ ବିରାଟ ଭଳି ଆଇଏନଏସ୍ ଗଙ୍ଗା ଏତେବଡ ନୁହେଁ । ହେଲେ ଏହାର ବାହ୍ୟ ସଂରଚନା ଏତେ ମଜଭୁତ ନାହିଁ ଯାହାକୁ ଏବେ କେଉଁ ସ୍ଥାନକୁ ନିଆଯାଇପାରିବ। ଏହା ସତ୍ତ୍ବେ ଯଦି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଆଇଏନଏସ ଗଙ୍ଗାର ନୂଆ ଠିକଣା ସିନ୍ଧୁ ଦୁର୍ଗ ଉପକୂଳର ୧୪ କିଲୋମିଟର ଦୂର ସମ୍ପୂର୍ଣ୍ଣ ସ୍ବଚ୍ଛପାଣିର ୩୫ ମିଟର ତଳେ ହେବ। ରାଜ୍ୟ ସରକାରଙ୍କ ପ୍ରସ୍ତାବ ଅନୁସାରେ ଆମେରିକାରେ ୮୫୦ରୁ ଊର୍ଦ୍ଧ୍ୱ ଯୁଦ୍ଧପୋତକୁ  କୃତ୍ରିମ ରିଫରେ ରୂପାନ୍ତରିତ କରାଯାଇଛି। ଏଥିରୁ ପର୍ଯ୍ୟଟନକ୍ଷେତ୍ରକୁ  ବାର୍ଷିକ ସାଢେ ୯ କୋଟି ଡଲାରରୁ ଅଧିକ ଆୟ ମିଳିପାରୁଛି ବୋଲି କୁହାଯାଇଛି।

{"id":123024}

ଯଦି ସରକାରଙ୍କ ପ୍ରସ୍ତାବରେ ନୌସେନା ସହମତ ହୁଏ ତେବେ ନୌସେନାରୁ ଡି କମିସନିଂ ହୋଇଥିବା ଆଇଏନଏସ ଗଙ୍ଗା ଦେଶର ପ୍ରଥମ କତ୍ରିମ ରିଫ ହେବ। ଯେଉଁଠି ନୌସେନା ନିଜ ବୁଡାଳିଙ୍କୁ ମଧ୍ୟ ପ୍ରଶିକ୍ଷଣ ପ୍ରଦାନ କରିବା ସହ ସୌକିନ ବୁଡାଳିଙ୍କ ପାଇଁ ମଧ୍ୟ ଉପଯୋଗ ହୋଇପାରିବ। ୧୯୯୪ ମସିହାରେ ଆଇଏନଏସ ଗଙ୍ଗାକୁ ଭାରତୀୟ ସେନାର ୬୬ତମ ବ୍ରିଗେଡକୁ ଫେରସ୍ତ ଆଣିବାରେ ବ୍ୟାକଅପ ଦେବାକୁ ସୋମାଲିଆର ମୋଗାଦିଶୁରେ ମୁତୟନ କରାଯାଇଥିଲା। ସେଠାରୁ ଫେରିବା ପରେ ୨୦୧୭ ମସିହାରେ ନୌସେନାରୁ ଡି କମିସନ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.