Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଚୀନର ୩ କମ୍ପାନୀକୁ ଲାଗିଲା ଝଟ୍‌କା : ମହାରାଷ୍ଟ୍ରର ୩ ହଜାର କୋଟି ଟଙ୍କା ପ୍ରୋଜେକ୍ଟ ଉପରେ ଲାଗିଲା ରୋକ୍

22/06/2020 at 11:01 AM

ମୁମ୍ବାଇ ୨୨/୦୬ : ଲଦାଖ ଗଲୱାନ ଘାଟିରେ ଭାରତ ଚୀନ ମଧ୍ୟରେ ହୋଇଥିବା ହିଂସା ଘଟଣାରେ ଭାରତର ୨୦ ଯବାନ ଶହୀଦ ହେବା ପରେ ସାରା ଦେଶରେ ଚୀନ ବିରୋଧରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି | ଅନେକ ଜାଗାରେ ଲୋକେ ଚୀନ ସାମଗ୍ରୀ ବହିଷ୍କାର କରିବାକୁ ଅପିଲ କରିବା ସହ ଅଭିଯାନ ମଧ୍ୟ କରୁଛନ୍ତି | ଇତି ମଧ୍ୟରେ ମହାରାଷ୍ଟ୍ର ସରକାର ଚୀନକୁ ବଡ ଝଟକା ଦେଇଛନ୍ତି | ରାଜ୍ୟ ସରକାର କେନ୍ଦ୍ର ସହ କଥାବାର୍ତ୍ତା କରି ଚୀନର ୩ କମ୍ପାନୀର ପ୍ରୋଜେକ୍ଟ ରଦ୍ଦ କରିଛନ୍ତି | ଏହି ପ୍ରୋଜେକ୍ଟ ପାଖାପାଖି ୫ ହଜାର କୋଟି ଟଙ୍କାର ଥିଲା | ବର୍ତ୍ତମାନ କେନ୍ଦ୍ର ଗାଇଡଲାଇନ ଆସିବା ପରେ ଏହି ପ୍ରସଙ୍ଗ ଉପରେ କୌଣସି ନିଷ୍ପତ୍ତି ନିଆଯିବ |   

ଯେଉଁ ପ୍ରୋଜେକ୍ଟକୁ ବନ୍ଦ କରିଦିଆଯାଇଛି ସେଥିରେ ପୁନେ ସୀମାରେ ଥିବା ତାଲେଗାଓଁରେ ଇଲେକ୍ଟ୍ରିକ ଯାନବାହାନର ଫ୍ୟାକ୍ଟ୍ରି ମଧ୍ୟ ରହିଛି | ଏହା ପାଖାପାଖି ୩ ହଜାର ୫୦୦ କୋଟି ଟଙ୍କାର ପ୍ରୋଜେକ୍ଟ ବୋଲି କୁହାଯାଉଛି | ମହାରାଷ୍ଟ୍ର ସରକାର ପୂର୍ବରୁ ୧୨ ଟି ଏମଓୟୁ ରେ ଦସ୍ତଖତ କରିଥିଲେ | ସମସ୍ତ ୩ ଚୀନ କମ୍ପାନୀର ପ୍ରୋଜେକ୍ଟକୁ ବର୍ତ୍ତମାନ ବନ୍ଦ କରିଦିଆଯାଇଛି | ୯ଟି ପ୍ରୋଜେକ୍ଟର କାମ ବର୍ତ୍ତମାନ ଜାରି ରହିଛି | ଏଥିରେ ଅନ୍ୟ ଦେଶମାନଙ୍କର କମ୍ପାନୀ ମଧ୍ୟ ସାମିଲ ରହିଛି | ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ଚୀନ ପ୍ରୋଜେକ୍ଟ ଉପରେ ସୂଚନା ମାଗିଥିଲେ | 

ଏହା ପୂର୍ବରୁ ଟେଲିକମ ବିଭାଗ ଭାରତ ସଞ୍ଚାର ନିଗମ ଲିମିଟେଡ଼ ୪ଜି ଅପଗ୍ରେଡେସନ ସୁବିଧାରେ ଚୀନ ସାମଗ୍ରୀ ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଥିଲା | ଟେଲିକମ ବିଭାଗ ବିଏସଏନଏଲ ସହିତ ଏ ସମ୍ପର୍କରେ ନିଜ ଟେଣ୍ଡର ଉପରେ ପୁଣିଥରେ କାମ କରିବାକୁ ନିର୍ଦେଶ ଦେଇଛି | ଦେଶର ଘରୋଇ ମୋବାଇଲ ସର୍ଭିସ ଅପରେଟର୍ସ ମଧ୍ୟ ଚୀନ କମ୍ପାନୀର ଉତ୍ପାଦ ଉପରେ କିଭଳି କମ ନିର୍ଭର କରିବେ ତା ଉପରେ ମଧ୍ୟ ଟେଲିକମ ବିଭାଗ ବିଚାର କରୁଛି | 

ଅପରପକ୍ଷରେ ଭାରତୀୟ ରେଳବାଇ ମଧ୍ୟ ଚୀନ ଉତ୍ପାଦ ବ୍ୟବହାର କରିବାକୁ ଅସ୍ବୀକାର କରିଛି | ଚୀନର କିଛି କମ୍ପାନୀ ସହିତ ଚୁକ୍ତି ମଧ୍ୟ ରଦ୍ଦ କରିଛି |  ଭାରତ ସରକାର ଘରୋଇ ଉତ୍ପାଦ ବଢାଇବା ପାଇଁ ଉଦ୍ୟମ କରୁଛନ୍ତି | ଏଥିପାଇଁ ବାଣିଜ୍ୟ ମନ୍ତ୍ରାଳୟ ଅଲଗା ଅଲଗା ଦେଶରେ ଘରୋଇ କମ୍ପାନୀ ପାଇଁ ମଉକା ଖୋଜିବା ପାଇଁ ଭାରତୀୟ ମିଶନ ସହିତ ୧୫୦୦ ପ୍ରଡକ୍ଟସର ତାଲିକା ଜାରି କରିଛନ୍ତି |

   Related Posts