ଗରିବଙ୍କ ପାଇଁ ସରକାରଙ୍କ ଏକ ସରଳ ଯୋଜନା: ଅଳିଆ ବଦଳରେ ପେଟ ପୁରା ଖାଇବାକୁ ମିଳିବ କୁପନ୍

Published By : Prameya-News7 Bureau | December 20, 2020 IST

ମୁମ୍ବାଇ ୨୦/୧୨ : ମହାରାଷ୍ଟ୍ର ସରକାର ଅଳିଆ ସଫା କରିବାକୁ ଏବଂ ଲୋକଙ୍କ ପେଟ ଭରିବାକୁ ଏକ ବହୁତ ଭଲ ଉପାୟ ବାହାର କରିଛନ୍ତି। ରାଜ୍ୟ ସରକାରଙ୍କ ଏହି ପ୍ରୟାସ ଯୋଗୁଁ ଅଳିଆ କମ ହେବା ସହ ଲୋକଙ୍କ ଭୋକ ମଧ୍ୟ ମେଣ୍ଟିବ। ପ୍ଲାଷ୍ଟିକଯୁକ୍ତ ଅଳିଆ ସଫା କରିବାକୁ କଲ୍ୟାଣ ଡୋମ୍ବିଭଲି ନଗର ନିଗମ ୫ କିଲୋ ପ୍ଲାଷ୍ଟିକ ଅଳିଆ ସଂଗ୍ରହ ବଦଳରେ ଖାଇବା କୁପନ ଦେବା ଯୋଜନା ଆରମ୍ଭ କରିଛନ୍ତି।

ବହୁ ଦିନ ଧରି ସହରରେ ଅଳିଆ ବଢି ବଢି ଚାଲିଛି ଏବଂ ଏଥିପାଇଁ ଅନେକ ସମସ୍ୟା ମଧ୍ୟ ହେଉଛି। ଏହି ସମସ୍ୟା ଦୂର କରିବାକୁ ସରକାର ଏହି ଖାସ ତରିକା ବାହାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସରକାର ଅଳିଆ ସଫା କରିବାକୁ ଅନେକ ଯୋଜନା ଚଲାଇଛନ୍ତି।

ମହାରାଷ୍ଟ୍ରର ନାଗରିକ ସଂସ୍ଥାର ସର୍ବୋତ୍ତମ ପରିଚାଳନା ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଯୋଜନାକୁ KDMC ର ଶୂନ୍ୟ ବର୍ଜ୍ୟ ନୀତିର ଏକ ଅଂଶ ଭାବରେ ପରିଚିତ କରାଯାଇଛି। ସେ କହିଛନ୍ତି, 'ଅତ୍ୟାଧୁନିକ ପଦକ୍ଷେପର ଏକ ଅଂଶ ଭାବରେ ଆମେ ନାଗରିକଙ୍କୁ ନିଜର ପ୍ଲାଷ୍ଟିକଯୁକ୍ତ ଅଳିଆ ଜମା କରିବାକୁ ଅପିଲ କରିଛୁ। ଯଦି ସେ ୫ କିଲୋ ଅଳିଆ ଦିଅନ୍ତି ତାହେଲେ ତା ବଦଳରେ ତାଙ୍କୁ ରୁଟି-ତରକାରୀ ଖାଇବାକୁ ଏକ କୁପନ ଦିଆଯିବ। ଏହି କୁପନର ମୂଲ୍ୟ ୩୦ ଟଙ୍କା। ସେ କହିଛନ୍ତି, ବଜାର ସହ KDMC ବିଭିନ୍ନ ସ୍ଥାନରେ ଅଳିଆ ସଂଗ୍ରହ କେନ୍ଦ୍ର ମିଶି ଏହି ଯୋଜନା କରିଛି।

କଲ୍ୟାଣ ଡୋମ୍ବିଭଲି କହିଛନ୍ତି 'ଆମ ଉଦ୍ଦେଶ୍ୟ ଏକ ସର୍ବୋତ୍ତମ ସହର ତିଆରି ଗଢିବା। ତା ସହ ସାରା ଦେଶ ପାଇଁ ଏକ ଉଦାହରଣ ସୃଷ୍ଟି କରିବା ଆମ ଲକ୍ଷ୍ୟ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.