ବଢୁଛି କରୋନା ସଂକ୍ରମଣ : ମାର୍ଚ୍ଚ ୩୧ ଯାଏଁ ସ୍କୁଲ-କଲେଜ ବନ୍ଦ ଘୋଷଣା କଲେ ସରକାର, କିନ୍ତୁ ହେବ ପରୀକ୍ଷା

Published By : Prameya-News7 Bureau | March 12, 2021 IST

ପୁଣେ ୧୨/୦୩ : ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ସ୍ଥିତି ଜଟିଳ ହେବା​‌ରେ ଲାଗିଛି । ପୁଣେରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ୩୧ ମାର୍ଚ୍ଚ ୨୦୨୧ ଯାଏଁ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ।

ପୁଣେରେ ମାର୍ଚ୍ଚ ୧୪ ଯାଏଁ ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ମହାରାଷ୍ଟ୍ରରେ ବର୍ତ୍ତମାନ କୋଭିଡ-୧୯ ମାମଲା ବୃଦ୍ଧି ପାଉଥିବାରୁ ସ୍କୁଲ ଏବଂ କଲେଜ ବନ୍ଦ ନିଷ୍ପତ୍ତିକୁ ବଢାଇଦିଆଯାଇଛି । ତେବେ ମହାରାଷ୍ଟ୍ରରେ MPSC-UPSC ପରୀକ୍ଷା କରାଯିବ । MPSC-UPSC ପାଇଁ ଛାତ୍ରଛାତ୍ରୀ ନେଉଥିବା କୋଚିଂ ସେଣ୍ଟର ଏବଂ ଲାଇବ୍ରେରୀକୁ ୫୦ ପ୍ରତିଶତ କ୍ଷମତାରେ ଚାଲୁ କରିବାକୁ ଅନୁମତି ଦିଆଯିବ ।

୨୦୨୦ ମାର୍ଚ୍ଚ ମାସରେ ସାରା ଦେଶରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପରେ ପୁଣେରେ ସ୍କୁଲଗୁଡିକୁ ବନ୍ଦ କରିଦିଆଯାଇଥିଲା । ସେବେଠାରୁ ବର୍ତ୍ତମାନ ଯାଏଁ କେବଳ ଅନ୍‌ଲାଇନରେ ହିଁ ପାଠପଢାଯାଉଛି । ମହାରାଷ୍ଟ୍ର ସରକାର ପୁଣେ ଏବଂ ମୁମ୍ବାଇ ଭଳି ସହରରେ ସ୍କୁଲ ଏବଂ କଲେଜ ଖୋଲି ଦିଆଯାଇଥିଲା କିନ୍ତୁ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା ପ​‌ରେ ପୁନଶ୍ଚ ବନ୍ଦ କରିଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.