Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ମହାରାଷ୍ଟ୍ରରେ ବର୍ଷା ଓ ବନ୍ୟା ବିଭୀଷିକା : ମୃତ୍ୟୁସଂଖ୍ୟା ୧୦୦ ଡେଇଁଲା, ଏବେ ବି ଅନେକ ନିଖୋଜ

24/07/2021 at 7:37 AM

ମୁମ୍ବାଇ, ୨୪|୦୭ :  ଯାହା ସପ୍ତାହେ ତଳେ ୟୁରୋପରେ ହୋଇଥିଲା ଏବେ ସେହି ସ୍ଥିତି ମହାରାଷ୍ଟ୍ରରେ ହୋଇଛି। ଲଗାଣ ବର୍ଷା ବନ୍ୟା ବୀଭିଷିକା ସୃଷ୍ଟି କରିଛି । ରାଇଗଡ଼ ଜିଲ୍ଲାରେ ୨ ଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟିଛି । ବର୍ତ୍ତମାନ ସୁଦ୍ଧା ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ , ୩୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଏନ.ଡି.ଆର.ଏଫ୍. ଟିମ୍ ରେସକ୍ୟୁ ଅପରେସନ୍ ଜାରି ରଖିଛି। ପୂରା ମହାରାଷ୍ଟ୍ରରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ପାଇଁ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି ।

ବର୍ଷା ଯୋଗୁ ମହାସଙ୍କଟରେ ମହାରାଷ୍ଟ୍ର । ବର୍ଷାଜନିତ ଦୁର୍ଘଟଣା ଯୋଗୁ ପୂରା ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । କେବଳ ରାଇଗଡ଼ ଜିଲ୍ଲା ତଲଇ ଗାଁରେ ପାହାଡ଼ ଅତଡ଼ା ଧସିବା ଯୋଗୁ ୩୫ଟି ଘର ପୋତି ହୋଇଯାଇଛି । ଫଳରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକଙ୍କ ପତ୍ତା ମିଳୁନି। ମୃତକଙ୍କ ମଧ୍ୟରେ ତଲଇରେ ୩୨ଜଣ ଅଛନ୍ତି। ଏନଡିଆରଏଫ ମିଳିତ ଉଦ୍ଧାର କାର୍ଯ୍ୟରେ ଲାଗିଛି। ହେଲିକପ୍ଟର ନିୟୋଜିତ କରାଯାଇଛି।

ସ୍ଥିତି ଉପରେ କେନ୍ଦ୍ର ନଜର ରଖିଛି। ମହାରାଷ୍ଟ୍ର ସରକାରଙ୍କ ସହିତ ଅନ୍ୟ ରାଜ୍ୟମାନେ ମଧ୍ୟ କାନ୍ଧ ମିଳାଇଛନ୍ତି । ଓଡ଼ିଶାରୁ ଓଡ୍ରାଫ ଟିମ୍ ମହାରାଷ୍ଟ୍ର ଗସ୍ତ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଏମାନେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଛି ରାଇଗଡ଼, ରତ୍ନଗିରି, କୋହ୍ଲାପୁର, ଥାନେ ଓ ପାଲଘରର ଭଳି ଜିଲ୍ଲା। ରାଇଗଡ଼ ଜିଲ୍ଲାର ୪ଟି ସ୍ଥାନରେ ଭୂ-ସ୍ଖଳନ ହୋଇଛି। କୋଙ୍କଣ ଡିଭିଜନରେ ବର୍ଷା ଜନିତ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣ ପ୍ରାଣ ହରାଇଥିବା ବେଳେ ୭୦୦ ଲୋକେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଛନ୍ତି। କୋହ୍ଲାପୁରର ଚିଖାଲୀରେ ଫଶି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ଲାଗି ଏନଡିଆରଏଫର ୨ ଟିମ୍ ଲଗାତାର ପ୍ରୟାସ ଜାରି ରଖିଛନ୍ତି।

ତେବେ ୨୪ ଘଣ୍ଟା ପାଇଁ ଅନେକ ଜିଲ୍ଲାକୁ ବର୍ଷା ଆଲର୍ଟ ଥିବାରୁ ସ୍ଥିତି ଆହୁରି ବିଗିଡ଼ିବାର ଆଶଙ୍କା ରହିଛି । ଜଳବାୟୁ ପରିବର୍ତ୍ତନକୁ ହିଁ ବିଶେଷ ଭାବେ ଦାୟି କରାଯାଉଛି। କାରଣ ଗତ କିଛି ବର୍ଷ ଧରି ମହାରାଷ୍ଟ୍ରରେ କରାଳ ବନ୍ୟା ସ୍ଥିତି ସୃଷ୍ଟିହେବାରେ ଲାଗିଛି।

   Related Posts