କରୋନା ତୃତୀୟ ଲହରକୁ ମିଳିସାରିଲାଣି ନିମନ୍ତ୍ରଣ! ଜାଣନ୍ତୁ ଆସୁଛି କେବେ ଓ କେଉଁମାନେ ହେବେ ପ୍ରଭାବିତ ?

Published By : Prameya-News7 Bureau | June 17, 2021 IST

ମୁମ୍ବାଇ ୧୭।୬:  କରୋନା ଭାଇରସ ମହାମାରୀର ତୃତୀୟ ଲହର ଆଗାମୀ ୨ରୁ ୪ ସପ୍ତାହରେ ଦେଶକୁ ଆସିପାରେ। ମହାରାଷ୍ଟ୍ର କୋଭିଡ ଟାସ୍କଫୋର୍ସ ଏହି ପୂର୍ବାନୁମାନ କରିଛନ୍ତି। ରାଜ୍ୟରେ ଅନଲକ ଘୋଷଣା ପରେ ଗତ ୩ ଦିନ ହେଲା ବଜାରଘାଟରେ ହେଉଥିବା ଭିଡ ବିଶ୍ଲେଷଣ କରି ଏପରି ଆକଳନ କରିଛନ୍ତି। ତେବେ ଏହି ଲହରରେ ପିଲାମାନେ ପ୍ରଭାବିତ ହେବେ ବୋଲି ଯେଉଁ ଆଶଙ୍କା କରାଯାଉଛି ହୁଏତ ତା ହୋଇ ନପାରେ, ହେଲେ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକେ ଓ ୧୮ରୁ ଅଧିକ ଆୟୁବର୍ଗ ଏଥିରେ ଗୁରୁତର ପ୍ରଭାବିତ ହୋଇପାରନ୍ତି ବୋଲି ଟାସ୍କ ଫୋର୍ସ କହିଛନ୍ତି। 

{"id":467451,"sizeSlug":"large","linkDestination":"none"}

ରାଜ୍ୟରେ କରୋନା ତୃତୀୟ ଲହର ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆହ୍ୱାନ କରିଥିବା ବୈଠକରେ ଟାସ୍କଫୋର୍ସ ଏହି ରିପୋର୍ଟ ଉପସ୍ଥାପନ କରିଛନ୍ତି।  ଏଥିରେ ୨୦୨୦ ମସିହାରେ ଦେଶକୁ ପ୍ରଥମ କରି ଆସିଥିବା ଲହର ସମେତ ୨୦୨୧ ଦ୍ୱିତୀୟ ଲହରରୁ ଯେଉଁମାନେ ବର୍ତ୍ତି ଯାଇଛନ୍ତି ସେମାନଙ୍କ ଉପରେ କରୋନା ପ୍ରକୋପ ଦେଖାଯିବ ବୋଲି ଆକଳନ କରାଯାଉଛି। ସେହିପରି ଏଥିରେ ୧୦ ପ୍ରତିଶତ ପିଲା ଓ ୧୮ ବର୍ଷରୁ ଅଧିକ ଆୟୁବର୍ଗର ଲୋକେ ଅଧିକ ପ୍ରଭାବିତ ହେବେ ବୋଲି ଟାସ୍କଫୋର୍ସ ଅନୁମାନ କରିଛନ୍ତି।

{"id":467452,"width":840,"height":595,"sizeSlug":"large","linkDestination":"none"}

ତୃତୀୟ ଲହରରେ ଦ୍ୱିତୀୟ ଲହର ଅପେକ୍ଷା ମାମଲା ସଂଖ୍ୟା ୨ ଗୁଣାରୁ ବି ଅଧିକ ହୋଇପାରେ। ମହାରାଷ୍ଟ୍ର ଟାସ୍କ ଫୋର୍ସର ଡା. ଶଶାଙ୍କ ଯୋଶୀ ବ୍ରିଟେନରେ କରୋନା ତୃତୀୟ ଲହର ଆସି ସାରିଥିବା କହିଛନ୍ତି। ଭାରତରେ କରୋନା ବ୍ରିଟେନର ନକ୍ସାରେ ଚାଲୁଛି। ତାଙ୍କର ସେଠାରେ ଦ୍ୱିତୀୟ ଲହର ସରିବାର ଚାରି ସପ୍ତାହ ପରେ ତୃତୀୟ ଲହର ଆସିଥିଲା। ଏଣୁ ଦ୍ୱିତୀୟ ଲହର ପରି ତୃତୀୟ ଲହର ମଧ୍ୟ ମହାରାଷ୍ଚ୍ରରୁ ଆରମ୍ଭ ହୋଇପାରେ ବୋଲି ଡା. ଯୋଶୀ ଆଶଙ୍କା ବ୍ୟକ୍ତ କରିଛନ୍ତି। କାରଣ ଆମେ ବି ଏବେ କରୋନା ପ୍ରଟୋକଲ ଏଠାରେ ପାଳନ କରୁନେ।

{"id":467453,"sizeSlug":"large","linkDestination":"none"}

ଅନଲକ ଘୋଷଣା ପରେ ପରେ ପୁଣି ହାଟ ବଜାରରେ ଭିଡ ଜମିଲାଣି। ଯଦିଓ ମାସ୍କ ବାଧ୍ୟତାମୂଳକ କରାଯାଇଛି ଲୋକେ ପୁଣି ନାକ ନ ଘୋଡାଇ ମାସ୍କ ପିନ୍ଧୁଛନ୍ତି। ସମାଜିକ ଦୂରତାର ଆଦୌ ବିଚାର ମଧ୍ୟ କରାଯାଉନି। ଏଣୁ ତୁରନ୍ତ ତୃତୀୟ ଲହର ପ୍ରସ୍ତୁତି ଆରମ୍ଭ ଜରୁରିବୋଲି ସେ କହିଛନ୍ତି। ଏଣୁ ହସ୍ପିଟାଲରେ ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ବେଡ ପ୍ରସ୍ତୁତ ରଖିବା ସହ ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ଲାଗି ଏବେଠୁ ପ୍ରସ୍ତୁତି ନିମନ୍ତେ ସେ ପରାମର୍ଶ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.