ଶିବସେନାକୁ କଂଗ୍ରେସର ଧମକ-'ଔରଙ୍ଗାବାଦ ସହରର ନାଁ ବଦଳାଇଲେ ଅସୁବିଧାରେ ଫସିଯିବ ସରକାର'

Published By : Prameya-News7 Bureau | January 03, 2021 IST

ଔରଙ୍ଗାବାଦ ୦୩/୦୧ : ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ମଧ୍ୟରେ ପୁଣିଥରେ ଯୁଦ୍ଧ ଆରମ୍ଭ ହୋଇଛି। ଏଥର ଔରଙ୍ଗାବାଦ ପ୍ରସଙ୍ଗରେ ଦୁଇ ଦଳ ମଧ୍ୟରେ ମତଭେଦ ଆରମ୍ଭ ହୋଇଛି। ଶିବସେନା ଔରଙ୍ଗାବାଦର ନାଁ ବଦଳାଇ ସଂଭାଜୀନଗର ରଖିବାକୁ ଚାହୁଁଛି। କିନ୍ତୁ କଂଗ୍ରେସ ଏହାର ବିରୋଧ କରିଛି। କଂଗ୍ରେସ ନେତା ସଞ୍ଜୟ ନିରୁପମ କହିଛନ୍ତି ଯେ ଯଦି ଔରଙ୍ଗାବାଦ ସହରର ନାଁ ବଦଳାଯିବ ତାହେଲେ ସରକାର ଅସୁବିଧାରେ ପଡିବ। ଏହା ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସର ପ୍ରମୁଖ ବାଲାସାହେବ ଥୋରାଟ କହିଥିଲେ ଯେ ଯଦି ଔରଙ୍ଗାବାଦ ସହରର ନାଁ ପରିବର୍ତ୍ତନ ପାଇଁ କୌଣସି ପ୍ରସ୍ତାବ ଆସେ ତାହେଲେ ତାଙ୍କ ଦଳ ବିରୋଧ କରିବ। ପାଖାପାଖି ୨୦ ବର୍ଷ ପୂର୍ବରୁ ଶିବସେନା ଔରଙ୍ଗାବାଦ ସହରର ନାଁ ବଦଳାଇ ସଂଭାଜୀନଗର ରଖିବାକୁ ଦାବି କରିଥିଲା।

ସଞ୍ଜୟ ନିରୁପମ ଟ୍ୱିଟ୍ କରି କହିଛନ୍ତି, 'ଔରଙ୍ଗାବାଦର ନାମାନ୍ତରଣ ଶିବସେନାର ପୁରୁଣା ଏଜେଣ୍ଡା। କିନ୍ତୁ ସରକାର ୩ଟି ଦଳର ବୋଲି ଭୁଲିବ ଉଚିତ ନୁହେଁ। ମେଣ୍ଟ ସରକାର କମନ ପ୍ରୋଗ୍ରାମ ଦ୍ୱାରା ସଞ୍ଚାଳିତ ହୋଇଥାଏ, କାହାର ବ୍ୟକ୍ତିଗତ ଏଜେଣ୍ଡା ଦ୍ୱାରା ନୁହେଁ। ପ୍ରୋଗ୍ରାମ କାମ କରିବାକୁ ଗଠନ ହୋଇଛି, ନାଁ ବଦଳାଇବାକୁ ନୁହେଁ। ଔରଙ୍ଗଜେବଙ୍କ ବ୍ୟକ୍ତିତ୍ୱ ବିବାଦସ୍ପଦ ଥିଲା। ସେଥିପାଇଁ ଦଳର ସମସ୍ତ ପକ୍ଷ ସହ କଂଗ୍ରେସ ସହମତ ହେବା ଜରୁରୀ ନୁହେଁ। ସଂଭାଜୀ ମହାନ ଯୋଦ୍ଧା ଥିଲେ। ତାଙ୍କର ଆତ୍ମୋତ୍ସର୍ଗ ବନ୍ଦନୀୟ। ଏଥିରେ କୌଣସି ମତଭେଦ ନାହିଁ। କିନ୍ତୁ ସରକାର ଚଲାଇବା ସମୟରେ ଶିବସେନା ମହାପୁରୁଷଙ୍କୁ ମଝିକୁ ଆଣିବ ଯଦି ଅସୁବିଧା ହେବ। ସ୍ଥାନମାନଙ୍କର ନାଁ ବଦଳାଇବା ଶିବସେନା ନେତୃତ୍ୱାଧୀନ ମହା ବିକାଶ ଅଘାଡ଼ି (ଏମବିଏ) ସରକାରର ସାଧାରଣ ସର୍ବନିମ୍ନ ପ୍ରୋଗ୍ରାମ (CMP) ର ଅଂଶ ନଥିଲା।'

wp:embed {"url":"https://twitter.com/sanjaynirupam/status/1345242154436763649","type":"rich","providerNameSlug":"twitter","responsive":true,"className":""}
https://twitter.com/sanjaynirupam/status/1345242154436763649
/wp:embed

କିଛି ଦିନ ପୂର୍ବରୁ ଶିବସେନା ନିଜର ପତ୍ରିକା 'ସାମନା' ରେ କହିଥିଲା ଯେ କଂଗ୍ରେସ ଔରଙ୍ଗାବାଦର ନାଁ ବଦଳାଇବା ପ୍ରସ୍ତାବକୁ ବିରୋଧ କରିଛି। ସମ୍ପାଦକୀୟରେ ଲେଖିଥିଲା ଯେ, ପ୍ରସ୍ତାବକୁ କଂଗ୍ରେସ ବିରୋଧ କରିବା ନୂଆ କଥା ନୁହେଁ କିନ୍ତୁ ଏହାକୁ ମହା ବିକାଶ ଅଘାଡ଼ି ସରକାର ସହ ଯୋଡିବା ମୁର୍ଖତା।

ଏହି ବୟାନ ପରେ ବିଜେପି ନେତା ଏହି ପ୍ରସଙ୍ଗରେ ନିଜର ଏଜେଣ୍ଡା ସ୍ପଷ୍ଟ କରିବାକୁ ଶିବସେନାକୁ ଦାବି କରିବା ଆରମ୍ଭ କରିଛନ୍ତି। କିନ୍ତୁ ଶିବସେନା ନିଜ ମତ ବଦଳାଇ ନାହିଁ।

ସୂଚନାଯୋଗ୍ୟ ଯେ, ଔରଙ୍ଗାବାଦ ସହରର ନାଁ ବଦଳାଇବା ପ୍ରସ୍ତାବକୁ ମହାରାଷ୍ଟ୍ର ନବନିର୍ମାଣ ସେନା ସମର୍ଥନ କରିଛି। ନବନିର୍ମାଣ ସେନା ସମର୍ଥକ କହିଛନ୍ତି ଯେ ମହା ବିକାଶ ଅଘାଡ଼ି ସରକାରକୁ ଜାନୁଆରୀ ୨୬ ତାରିଖ ସୁଦ୍ଧା ସହରର ନାଁ ବଦଳାଇ ସଂଭାଜୀନଗର ରଖିବା ଉଚିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.