ସରିଲା ମୁଖ୍ୟମନ୍ତ୍ରୀଙ୍କ ବୈଠକ, ଦୁଇ-ତିନିଦିନରେ ଲାଗିପାରେ ଲକ୍‌ଡାଉନ୍ !‌

Published By : Prameya-News7 Bureau | April 11, 2021 IST

ମୁମ୍ୱାଇ, ୧୧/୦୪: ମହାରାଷ୍ଟ୍ରରେ ଦିନକୁ ଦିନ କୋରନା ଭାଇରସ୍‌ ମହାମାରୀର ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି । ଏଥି ମଧ୍ୟରେ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଲଗାଇବା ପାଇଁ ରବିବାର ରାଜ୍ୟ କୋଭିଡ୍‌ ଟାସ୍କ ଫୋର୍ସ ସହିତ ଜରୁରୀ ଆଲୋଚନା କରିଛନ୍ତି ।

ମହାମାରୀ ଉପରେ ଚର୍ଚ୍ଚା କରିବା ସମୟରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ୮ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଲଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଟାସ୍କ ଫୋର୍ସର କିଛି ସଦସ୍ୟ ରାଜ୍ୟରେ ୧୪ ଦିନ ପର୍ଯ୍ୟନ୍ତ କଡ଼ା ଲକ୍‌ଡାଉନ୍‌ ଲଗାଇବା ପାଇଁ ଜରୁରୀ ଥିବା ମତ ଦେଇଥିଲେ । ଆଗାମୀ ଦିନେ କି ଦୁଇଦିନ ଭିତରେ ଲକ୍‌ଡାଉନ୍‌ ଲାଗିବା ନେଇ ନିଷ୍ପତ୍ତି ଆସିପାରେ ବେଲି ଏହି ବୈଠକରୁ ଜଣାପଡ଼ିଛି ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶନିବାର ସର୍ବଦଳୀୟ ବୈଠକ ଡାକିଥିଲେ । ଏଥିରେ କରନା ସଂକ୍ରମଣରେ ବ୍ରେକ୍‌ ଦେବା ପାଇଁ ଚର୍ଚ୍ଚା ହୋଇଥିଲା । ମହାରାଷ୍ଟ୍ର ସରକାର ସପ୍ତାହର ସାତ ଦିନ ଲକ୍‌ଡାଉନ୍‌ ଘୋଷଣା କରିବାର ପକ୍ଷରେ ରହିଛନ୍ତି । ରାଜ୍ୟରେ ବର୍ତ୍ତମାନ ଶନିବାର ଏବଂ ରବିବାର ଲକ୍‌ଡାଉନ୍‌ ଲଗା ଯାଇଛି ।

ରାଜ୍ୟ ବିଜେପି ଦଳୀୟ ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲ୍‌ ଆଜି କହିଛନ୍ତି ଯେ, ସର୍ବଦଳୀୟ ବୈଠକରେ ଲକ୍‌ଡାଉନ୍‌କୁ ନେଇ କୌଣସି ଔପଚାରିକ ଫୈସଲା ହୋଇନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ପକ୍ଷରେ ରହିଥିବା ସେ କହିଛନ୍ତି । ବୈଠକରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ରାଜ୍ୟରେ ବ୍ୟାପିଥିବା ସଂକ୍ରମଣକୁ ନେଇ ଆଲୋଚନା ହୋଇଥିଲା ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.