ବଢ଼ିଲା ମୁଖ୍ୟମନ୍ତ୍ରୀଙ୍କ ଅଡୁଆ : ପାଣି ବିଲ ନଦେଇ ଡିଫଲ୍ଟରର ହେଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 24, 2019 IST

ମୁମ୍ବାଇ ୨୪/୬ : ମହାରାଷ୍ଟ୍ରରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ବମ୍ବେ ନଗରପାଳିକା (ବିଏମସି) ରାଜ୍ୟର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସରକାରୀ ବାସଭବନ 'ବର୍ଷା'କୁ ଡିଫଲ୍ଟର ଘୋଷିତ କରିଛି । ଫଡନ୍ବିସଙ୍କ ଘରର ପାଖାପାଖି ସାଢେ ସାତ ଲକ୍ଷ (୭୪୪୯୮୧) ଟଙ୍କା ପାଣି ବିଲ ବାକି ଅଛି । ବିଲ ପୈଠ ନକରିଥିବାରୁ ତାଙ୍କ ବାସଭବନକୁ ଡିଫଲ୍ଟର ଘୋଷଣା କରାଯାଇଛି । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ରାଜ୍ୟ ସରକାରଙ୍କ ମୋଟ ୧୮ ମନ୍ତ୍ରୀଙ୍କୁ ଡିଫଲ୍ଟର ଘୋଷିତ କରାଯାଇଛି ।

{"id":126382}

ଏକ ଆରଟିଆଇ ଦ୍ୱାରା ଏହି ମାମଲା ସାମ୍ନାକୁ ଆସିଛି । ଏଥିରୁ ଜଣାପଡିଛି ଯେ, ମହାରାଷ୍ଟ୍ରର ସରକାରୀ ଆବାସରେ ମନ୍ତ୍ରୀ ଓ ନେତାଙ୍କ ଆବାସ ଉପରେ ବିଏମସିର ପାଖାପାଖି ୮ କୋଟି ଟଙ୍କା ବାକି ଅଛି । ଆରଟିଆଇ ରିପୋର୍ଟ ପରେ ଏହିସବୁ ନାଁ ସାମ୍ନାକୁ ଆସିଛି । ତେବେ ଏହି ତାଲିକାରେ ସବୁଠାରୁ ଉପରେ ରହିଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନାଁ । ତାଲିକାରେ ସାମିଲ ଅଛନ୍ତି ପଙ୍କଜ ମୁଣ୍ଡେ, ଏକନାଥ ଶିନ୍ଦେ, ସୁଧୀର ମୁନଗନ୍ଟିବାର, ବିନୋଦ ତାବଡେ । ବମ୍ବେ ନଗରପାଳିକା ଉପରେ ଶିବସେନା ଏବଂ ଭାରତୀୟ ଜନତା ପାର୍ଟି ଶାସନ କରୁଛନ୍ତି ।

{"id":126383,"width":580,"height":374}

ରାଜ୍ୟରେ ଖୁବ ଶୀଘ୍ର ବିଧାନସଭା ନିର୍ବାଚନ ହେବ । ବିଜେପି ପୁଣିଥରେ ଦେବେନ୍ଦ୍ର ଫଡନାବିସଙ୍କ ନେତୃତ୍ୱରେ ନିର୍ବାଚନ ଲଢ଼ିବାକୁ ଯାଉଛି । ନିର୍ବାଚନ ପୂର୍ବରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି ଯାହାକୁ ନେଇ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିବେ । ବିଜେପି ଏଥର ରାଜ୍ୟରେ ଅବ କି ବାର ୨୨୦ ପାର ଲକ୍ଷ୍ୟ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.