Wednesday, November 13, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ଦେବେନ୍ଦ୍ର ଫଡନବିଶ, ତେଣେ ଶରଦ ପାୱାରଙ୍କୁ ତାଙ୍କ ଘରେ ଭେଟିଲେ ସଞ୍ଜୟ ରାବତ

ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ରାଜ୍ୟରେ ବିଜେପି ଲାଗି ସରକାର ଗଠନରେ ସହାୟକ ସାବ୍ୟସ୍ତ ହୋଇନି। ମେଣ୍ଟ ସହଯୋଗୀ ଶିବ ସେନା ଜିଦରେ ଅଡି ରହିବା ଯୋଗୁ ରାଜ୍ୟରେ ଏପର୍ଯ୍ୟନ୍ତ ନୂଆ ସରକାର ଗଠନ ହୋଇପାରିନଥିବା ବେଳେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡନବୀଶ ଇସ୍ତଫା ଦେଇଛନ୍ତି। ନଭେମ୍ବର ୯ ତାରିଖରେ ଚଳିତ ବିଧାନସଭାର କାର୍ଯ୍ୟକାଳ ସମାପ୍ତ ହେଉଛି। ତେବେ ମୁଖ୍ୟମନ୍ତ୍ରୀ ଫଡନବୀଶ ଦିନକ ପୂର୍ବରୁ ନିଜର ଇସ୍ତଫା ପ୍ରଦାନ କରିଛନ୍ତି।

ଏଥିଲାଗି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ରାଜଭବନକୁ ଯାଇ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ରାଜଭବନରେ ଭେଟିଥିଲେ। ଏହି ଅବସରରେ ଫଡନବୀଶ ତାଙ୍କ ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେଇଛନ୍ତି। ସେପଟେ ବରିଷ୍ଠ ଶିବସେନା ନେତା ସଞ୍ଜୟ ରାବତ ଗୁରୁବାର ଏନସିପି ନେତା ଶରଦପାୱାରଙ୍କ ଘରକୁ ଯାଇ ତାଙ୍କୁ ଭେଟିଛନ୍ତି। ଇତିମଧ୍ୟରେ ଶିବସେନା ନିଜ ବିଧାୟକଙ୍କୁ ବାନ୍ଦ୍ରାର ରଙ୍ଗ ସାରଦା ହୋଟେଲରୁ ମଲାଡର ରିଟ୍ରିଟ ହୋଟେଲକୁ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।

କ୍ଷମତା ଲାଗି ବିଜେପି ଏବେ ହର୍ଷ ଟ୍ରେଡିଙ୍ଗର ସାହାରା ନେଇଥିବା କଂଗ୍ରେସ ଅଭିଯୋଗ କରିବା ସହ ଜଣେଜଣେ ବିଧାୟକଙ୍କ ଲାଗି ବିଜେପି ୫୦  କୋଟି ଟଙ୍କା ପର୍ଯ୍ୟନ୍ତ ଅଫର କରିଥିବା କଂଗ୍ରେସ ନେତା ବଡେଟଟିୱାର ଅଭିଯୋଗ କରିଛନ୍ତି। ତେବେ କଂଗ୍ରେସର ଏହି ଅଭିଯୋଗକୁ ବିଜେପି ନେତା ସୁଧିର ମୁନଗଣ୍ଟିୱାର ଖଣ୍ଡନ କରିବା ସହ  କହିଛନ୍ତି ଯେ କଂଗ୍ରେସ ଯେଉଁ ଅଭିଯୋଗ କରିଛି ତାହା ୪୮ ଘଣ୍ଟା ମଧ୍ୟରେ ପ୍ରମାଣିତ କରୁ, ନଚେତ ରାଜ୍ୟବାସୀଙ୍କ ନିକଟରେ ନିସର୍ତ୍ତ କ୍ଷମାଯାଚନା କରୁ। ଏମିତିରେ ରାଜ୍ୟ ବିଧାନସଭାର କାର୍ଯ୍ୟକାଳ ନଭେମ୍ବର ୯ ତାରିଖରେ ସମାପ୍ତ ହେଉଠି। ଏଣୁ ସରକାର ଗଠନ ଲାଗି ନିମନ୍ତେ ହାତରେ ଶୁକ୍ରବାର ମାତ୍ର ଗୋଟିଏ ଦିନ ରହିିଛି।

ତେବେ ରାଜ୍ୟରେ ଉପୁଜିଥିବା ରାଜନୈତିକ ସଂକଟରେ ଯଦି ରାଷ୍ଟ୍ରପତି ଶାସନ ଲାଗୁ ହୁଏ ତେବେ ଏହା ଗଣତନ୍ତ୍ର ପ୍ରତି ଅପମାନ ବୋଲି କହିଛନ୍ତି ଶିବସେନା ନେତା ସଞ୍ଜୟ ରାବତ। ସରକାର ଗଠନ ନେଇ ଏପର୍ଯ୍ୟନ୍ତ ବିଜେପି ସହ କୌଣସି କଥାବାର୍ତ୍ତା ହୋଇନଥିବା ରାବତ କହିଛନ୍ତି। ତେବେ ଶିବସେନା ଶୁକ୍ରବାର ଜିଲ୍ଲାସଭାପତିମାନଙ୍କ ବୈଠକ ଆୟୋଜନ କରିଥିବା ବେଳେ ସେଥିରେ ଉଦ୍ଧବ ଠାକରେ ମଧ୍ୟ ଯୋଗଦେଇଛନ୍ତି। ତେବେ ସଂନ୍ଧ୍ୟାରେ ନିତିନ ଗଡକରୀ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଭେଟିପାରନ୍ତି ବୋଲି ଏବେ ଚର୍ଚ୍ଚା ହେଉଛି।

409 Views

   ସମ୍ବନ୍ଧିତ ଖବର