Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ମହାରାଷ୍ଟ୍ରରେ ସରକାର ଗଠନ ଦାବିରୁ ଓହରିଲା ବିଜେପି, ଜାଣନ୍ତୁ ରାଜ୍ୟପାଳଙ୍କୁ କ’ଣ କହିଲେ ଫଡନବୀଶ

10/11/2019 at 6:15 PM

ମୁମ୍ବାଇ ୧୦।୧୧ :  ମହାରାଷ୍ଟ୍ରରେ ସରକାର ଗଠନ ଦାବିରୁ ବିଜେପି ଓହରି ଯାଇଛି। ଶନିବାର ରାଜ୍ୟପାଳ ଭଗତସିଂ କୋଶ୍ୟାରୀ ସଂଖ୍ୟା ଗରିଷ୍ଠ ଦଳକୁ ରାଜ୍ୟରେ ସରକାର ଗଠନ ଲାଗି ଆମନ୍ତ୍ରଣ କରିଥିଲେ। ତେବେ ରାଜ୍ୟରେ ସରକାର ଗଠନ ନେଇ ରବିବାର ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନବୀଶଙ୍କ ଘରେ କୋର କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦଳୀୟ ନିଷ୍ପତ୍ତି ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଛି।

ବୈଠକ ପରେ ଫଡନବୀଶ, ବରିଷ୍ଠ ବିଜେପି ନେତା ପଙ୍କଜା ମୁଣ୍ଡେ, ବିନୋଦ ତାବଡେ ଓ ଚନ୍ଦ୍ରକାନ୍ତ ପାଟିଲ ଆଦି ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ରାଜ୍ୟରେ ସରକାର ଗଠନ ଲାଗି ଦଳ ରାଜ୍ୟପାଳଙ୍କୁ ନିଜର ଅସମର୍ଥତା ଜଣାଇ ଥିବା ସାକ୍ଷାତ ଆଲୋଚନା ପରେ ବିଜେପି ନେତା ଚନ୍ଦ୍ରକାନ୍ତ ପାଟିଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ପାଟିଲ କହିଛନ୍ତି ଯେ ରାଜ୍ୟବାସୀ ବିଜେପି ଓ ଶିବସେନା ମେଣ୍ଟକୁ ରାଜ୍ୟରେ ସରକାର ଲାଗି ଜନାଦେଶ ଦେଇଥିଲେ। ଉଭୟ ମେଣ୍ଟ ମିସି ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ହେଁ ସରକାର ଗଠନରେ ବିଜେପିକୁ ଶିବସେନା ସହଯୋଗ କରୁନଥିବା ପାଟିଲ କହିଛନ୍ତି। ଏଣୁ ସାଙ୍ଗରେ ମେଣ୍ଟ ଆସୁନଥିବାରୁ ବିଜେପି ଏକାକୀ ରାଜ୍ୟରେ ସରକାର ଗଠନ କରିବାକୁ ସକ୍ଷମ ନୁହେଁ ବୋଲି ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ଜଣାଇ ଦିଆଯାଇଥିବା ପାଟିଲ କହିଛନ୍ତି।

   Related Posts