ଫଡନବିଶ ପୁଣି ମନୋନୀତ ହେଲେ ମହାରାଷ୍ଟ୍ର ବିଜେପି ବିଧାୟକଦଳ ନେତା, ସୂଚନା ଦେଲେ ତୋମାର

Published By : Prameya-News7 Bureau | October 30, 2019 IST

ମୁମ୍ବାଇ :  ଦେବେନ୍ଦ୍ର ଫଡନବିଶଙ୍କୁ ପୁଣି ଥରେ ମହାରାଷ୍ଟ୍ର ବିଜେପି ବିଧାୟକ ଦଳର ନେତା ମନୋନୟନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଓ ଦଳର ରାଜ୍ୟ ଉପାଧ୍ୟକ୍ଷ ଅବିନାଶ ରାୟ ଖାନ୍ନାଙ୍କ ଉପସ୍ଥିତିରେ ବୁଧବାର ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ନବନିର୍ବାଚିତ ୧୦୫ ଜଣ ବିଧାୟକ ଯୋଗଦେଇଥିଲେ। ବିଧାୟକମାନେ ସର୍ବସମ୍ମତି କ୍ରମ ଫଡନବିଶଙ୍କୁ ସେମାନଙ୍କର ନେତା ମନୋନୟନ କରିଛନ୍ତି।   

{"id":176958}

ଦକ୍ଷିଣ ମୁମ୍ବାଇର ବିଧାନଭବନରେ ଅନୁଷ୍ଠିତ ବୈଠକ ଶେଷରେ ତୋମର ଫଡନବିଶଙ୍କୁ ବିଧାୟକ ଦଳ ନେତା ମନୋନୟନ କରାଯାଇଥିବା ଗଣମାଧ୍ୟମକୁ ସୂଚନା ଦେଇଥିଲେ। ସେ କହିଥିଲେଯେ ବୈଠକରେ ଫଡନବିଶଙ୍କ ବ୍ୟତୀତ କୌଣସି ଅନ୍ୟ ନେତାଙ୍କ ନାମ ପ୍ରସ୍ତାବ କରାଯାଇନଥିଲା। ତେବେ ତାଙ୍କ ପ୍ରତି ବିଧାୟକମାନଙ୍କର ଆସ୍ଥା ଓ ବିଶ୍ୱାସ ଯୋଗୁ ପୁଣି ୫ ବର୍ଷ ଲାଗି ରାଜ୍ୟର ସେବା କରିବା ନିମନ୍ତେ ସୁଯୋଗ ଦେଇଥିବାରୁ ତୋମାର ବିଧାୟକମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

{"id":176959}

ତେବେ ବିଜେପି ବିଧାୟକ ଦଳର ଏହି ବୈଠକ ଅକ୍ଟୋବର ୨୪ ତାରିଖ ନିର୍ବାଚନ ଫଳାଫଳ ପ୍ରକାଶ ପରେ ସହଯୋଗୀ ଶିବସେନା ସହ କ୍ଷମତା କନ୍ଦଳ ପୃଷ୍ଟିଭୂମିରେ ଅନୁଷ୍ଠିତ ହୋଇଛି। ଶିବସେନା ସରକାରରେ ୫୦-୫୦ ଫର୍ମୁଲାଜିଦରେ ଅଡି ରହିଥିବା ବେଳେ ବିଜେପି ଏଥିପ୍ରତି ଏତାଟା ପ୍ରାଧାନ୍ୟ ଦେଉ ନାହିଁ। ୨୮୮ ସଦସୀୟ ବିଧାନସଭାରେ ଶିବସେନାକୁ ମାତ୍ର ୫୬ଟି ଆସନ ମିଳିଛି। ଅନ୍ୟପକ୍ଷରେ ଏନସିପିକୁ ୫୪ ଓ କଂଗ୍ରେସକୁ ୪୪ଟି ଆସନ ମିଳିଛି। ସରକାର ଗଠନ ଲାଗି ଏଠାରେ ମ୍ୟାଜିକ ନମ୍ବର ୧୬୧ ଥିବା ବେଳେ ବିଜେପି ଓ ଶିବସେନା ମିଶି କେବଳ ସରକାର ଗଠନ କରିପାରିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.