ମହାରାଷ୍ଟ୍ର ଓ ହରିୟାନାରେ ବିଜେପିକୁ ଅଧିକ ଆସନ
24/10/2019 at 3:10 PM

ନୂଆଦିଲ୍ଲୀ – ମହାରାଷ୍ଟ୍ର ଓ ହରିୟାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଚାଲିଛି। ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟକୁ ସଂଖ୍ୟାଗରିଷ୍ଠତା ମିଳିବ ବୋଲି ସ୍ପଷ୍ଟ ହୋଇ ସାରିଥିବା ବେଳେ ହରିୟାନାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ୍ଡା ଟକର ଚାଲିଛି ।
ମହାରାଷ୍ଟ୍ରରର ୨୮୮ ଆସନରେ ମତଦାନ ହୋଇଥିଲା । ଏଠାରେ ସଂଖ୍ୟାଗରିଷ୍ଠତା ପାଇଁ ୧୪୫ ଆସନର ଆବଶ୍ୟକତା ରହିଛି ।
ହରିୟାନାରେ ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ମତଦାନ ହୋଇଥିଲା। ଏଠାରେ ସଂଖ୍ୟା ଗରିଷ୍ଠତା ପାଇଁ ୪୬ଟି ଆସନର ଆବଶ୍ୟକତା ରହିଛି ।
ଦିନ ତିନିଟା ସମୟରେ ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ମେଣ୍ଟ ୧୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୧୪୩ ଆସନରେ ଆଗୁଆ ଥିଲେ । ମୋଟ୍ ୧୬୨ ଆସନରେ ବିଜେପି ଓ ଶିବସେନା ମେଣ୍ଟ ପ୍ରାର୍ଥୀ ଭଲ ପରିସ୍ଥିତିରେ ରହିଛନ୍ତି ।
ମହାରାଷ୍ଟ୍ରରେ କଂଗ୍ରେସ ଓ ଏନ୍ସିପି ମେଣ୍ଟ ପ୍ରାର୍ଥୀ ୧୨ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୮୯ ଆସନରେ ଆଗୁଆ ଅଛନ୍ତି । ମୋଟ୍ ୧୦୧ ଆସନରେ କଂଗ୍ରେସ ଓ ଏନ୍ସିପି ଆଗୁଆ ଅଛନ୍ତି ।
ଅନ୍ୟମାନେ ୨୫ଟି ଆସନରେ ଆଗୁଆ ଅଛନ୍ତି ।
ସେହିପରି ହରିୟାନାରେ ୯୦ ଆସନ ବିଧାନସଭା ପାଇଁ ମତଗଣନା ଚାଲିଥିବା ବେଳେ ଏଠାରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡା ଟକ୍କର ଚାଲିଛି । ଦିନି ତିନିଟା ବେଳକୁ ବିଜେପିର ପ୍ରାର୍ଥୀ ୧୫ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୫ଟି ଆସନରେ ଆଗୁଆ ଚାଲିଥିଲେ । ମୋଟ୍ ୪୦ଟି ଆସନରେ ସେମାନଙ୍କ ସ୍ଥିତି ଭଲ ଥିଲା ।
କଂଗ୍ରେସ ହରିୟାନାରେ ୯ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୩ଟି ଆସନରେ ଆଗୁଆ ଅଛି । ଅନ୍ୟମାନେ ମୋଟ୍ ୧୮ଟି ଆସନରେ ଆଗୁଆ ଅଛନ୍ତି ।