Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ବନ୍ଦ ହେଲା ୭୦ ହଜାର କୋଟି ଟଙ୍କାର ଜଳସେଚନ ଦୁର୍ନୀତି ତଦନ୍ତ, ଏସିବି କହିଲେ କେଉଁଥିରେ ବି ନଥିଲା ଅଜିତ ପାୱାରଙ୍କ ନାମ

25/11/2019 at 8:19 PM

ପୁଣେ:  ଅଜିତ ପାୱାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବାର ୨ ଦିନ ହୋଇନି, ହେଲେ ଦୀର୍ଘ ଦିନ ଧରି ଚାଲିଥିବା ରାଜ୍ୟ ଜଳ ସେଚନ ଦୁର୍ନୀତିର ୯ଟି କେସ୍  ଫାଇଲକୁ ସୋମବାର ବନ୍ଦ କରିଦିଆଯାଇଛି। ଅଜିତ ପାୱାର ଜଳସେଚନ ମନ୍ତ୍ରୀ ଥିବା ବେଳେ ବିଦର୍ଭ କ୍ଷେତ୍ରରେ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ ହୋଇଥିବା ବେଳେ ମହାରାଷ୍ଟ୍ର ଆଣ୍ଟି କରପସନ ବ୍ୟୁରୋ (ଏସିବି) ଦୀର୍ଘ ବର୍ଷରୁ ମାମଲାର ତଦନ୍ତ କରୁଥିଲେ।  

ଏହି ସବୁ କେସ୍ ବନ୍ଦ ହୋଇଥିବା ନେଇ ଏସିବି ଡିଜି ପରମବୀର ସିଂହ ସୂଚନା ଦେଇଛନ୍ତି। ତେବେ ଏଥିରେ କେଉଁଥିରେ ବି ଅଜିତ ପାୱାର ଅଭିଯୁକ୍ତ ନଥିଲେ ବୋଲି ଡିଜି କହିଛନ୍ତି। ଏଗୁଡିକ ରୁଟିନ ମାମଲା ଥିଲା ଓ କୌଣସିଥିରେ ଅନିୟମିତତା ହୋଇଥିବାର ଜଣାପଡିନାହିଁ । ତେବେ ମାମଲାକୁ ସର୍ତ୍ତମୂଳକ ବନ୍ଦ କରଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଯଦି ମାମାଲରେ ଅନିୟମିତତାର କୌଣସି ପ୍ରମାଣ ମିଳେ ତେବେ ପୁଣି ମୂଳରୁ ତଦନ୍ତ ଆରମ୍ଭ ହେବ ବୋଲି କୁହାଯାଇଛି।

ଏହି ଜଳ ସେଚନ ଦୁର୍ନୀତି ସେତେବେଳେ ହୋଇଥିଲା ଯେତେବେଳେ ରାଜ୍ୟରେ କଂଗ୍ରେସ ଓ ଏନସିପି ମେଣ୍ଟ ସରକାର ଥିଲା। ୧୯୯୯-୨୦୧୪ ମସିହା ପର୍ଯ୍ୟନ୍ତ ମେଣ୍ଟ ଶାସନ କାଳରେ ପୃଥକ ପୃଥକ ସମୟରେ ଅଜିତ ଜଳସେଚନ ବିଭାଗ ଦାୟିତ୍ୱରେ ଥିଲେ। ବିଭିନ୍ନ ପ୍ରକଳ୍ପରେ ୭୦ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ରାଜ୍ୟରେ ମାତ୍ର ୦.୧ପ୍ରତିଶତ ଜଳସେଚନ ବିସ୍ତାର ହୋଇଛି। ପ୍ରକଳ୍ପମାନଙ୍କର ଠିକାଦାରୀ ଲାଗି ଥିବା ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ କିଛି ହାତଗଣତି ଠିକାଦାରଙ୍କୁ ଏହି ସବୁ ପ୍ରକଳ୍ପର ଠିକା ଦେଇ ବିପୁଳ ଅର୍ଥ ହେରଫେର କରାଯାଇଥିବା ଅଭିଯୋଗ  ହୋଇଥିଲା। 

ଏହି ମାମଲାରେ ୩ ହଜାର ଟେଣ୍ଡରର ଯାଞ୍ଚ କରାଯାଇଛି। ସେଚନ ବିଭାଗର ଜନୈକ ପୂର୍ବତନ ଯନ୍ତ୍ରୀ ଚିଠି ଲେଖି ନେତାଙ୍କ ଚାପରେ ଆବଶ୍ୟକ ନଥିବା ପ୍ରକଳ୍ପ କରାଯାଇଥିବାର ଅଭିଯୋଗ ବି କରିଥିଲେ। ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏହାକୁ ସବୁଠୁ ବଡ ପ୍ରସଙ୍ଗ ବି କରିଥିଲା।  

   Related Posts