Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||
  • ମୋରଡା : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ସ୍କର୍ପିଓ, ୪ ଗୁରୁତର ମେଡିକାଲରେ ଭର୍ତ୍ତି
  • ||
  • ଲମତାପୁଟ : ପୁଣି ଅପରେସନ୍ ଗ୍ରୀନ୍ କ୍ଲିନ୍ ଆରମ୍ଭ : ମାଓ ପ୍ରଭାବିତ ଅଞ୍ଚଳରେ ୮ଏକର ଗଞ୍ଜେଇ ଚାଷ ନଷ୍ଟ
  • ||

କରୋନା ମୁକାବିଲା: ବିଧାୟକଙ୍କ ମାର୍ଚ୍ଚ ମାସର ୬୦% ଏବଂ ଅଫିସରଙ୍କ ୫୦% ଦରମା କାଟିବାକୁ ଆଦେଶ ଦେଲେ ସରକାର

31/03/2020 at 5:14 PM

ମୁମ୍ବାଇ ୩୧।୦୩: ମୁମ୍ବାଇରେ କରୋନା ସଂକ୍ରମଣର ଅବସ୍ଥା ବିଗିଡିବାରେ ଲାଗିଛି। ଫଳରେ ମହାରାଷ୍ଟ୍ରରେ ଗତ ଆଠ ଦିନ ହେବ କର୍ଫ୍ୟୁ ଲାଗୁ ହୋଇଛି। ଏହା ପରେ ମଧ୍ୟ ସ୍ଥିତି ନିୟନ୍ତ୍ରଣ ହେଉ ନାହିଁ। ମଙ୍ଗଳବାର ସକାଳ ସୁଦ୍ଧା ସଂକ୍ରମଣର ପାଞ୍ଚ ନୂତନ ମାମଲା ସାମ୍ନାକୁ ଆସିଛି। ଏଥିରୁ ୧ ମୁମ୍ବାଇ, ପୁଣେରୁ ୨ ଏବଂ ବୁଲଢାନାରୁ ୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି। ଏହା ସହିତ ଏହି ମାରାତ୍ମକ ଭାଇରସରେ ୧୦ ଜଣଙ୍କ ମୃତ୍ୟୁ ଘଟିଲାଣି।

କରୋନା ସଙ୍କଟକୁ ଦେଖି ରାଜ୍ୟ ଅର୍ଥ ମନ୍ତ୍ରୀ ଅଜିତ୍ ପାଓ୍ଵାର ମୁଖ୍ୟମନ୍ତ୍ରୀ ସମେତ ସମସ୍ତ ବିଧାୟକଙ୍କ ମାର୍ଚ୍ଚ ମାସର ଦରମାରେ ୬୦ ପ୍ରତିଶତ ହ୍ରାସ କରିବାକୁ ଆଦେଶ ଦେଇଛନ୍ତି। ଏହା ସହିତ ରାଜ୍ୟ ସରକାରଙ୍କ ଗ୍ରେଡ-ଏ, ଗ୍ରେଡ୍-ବିର ଅଧିକାରୀଙ୍କ ୫୦ ପ୍ରତିଶତ ଏବଂ ଗ୍ରେଡ୍‌-ସି କର୍ମଚାରୀଙ୍କ ୨୫ ପ୍ରତିଶତ ଦରମା କାଟିବାକୁ ଆଦେଶ ଦେଇଛନ୍ତି। ମହାରାଷ୍ଟ୍ରରେ ପ୍ରାୟ ୧୯ ଲକ୍ଷ ରାଜ୍ୟ କର୍ମଚାରୀ ଅଛନ୍ତି।

ସଂକ୍ରମଣ ରୋକିବା ପାଇଁ ଦେଶ ୨୧ ଦିନିଆ ଲକ୍‌ଡାଉନ୍‌ରେ ରହିଛି। ଏହା ମଧ୍ୟରେ ଶ୍ରମିକ ପଳାୟନ ରୋକିବା ପାଇଁ ରାଜ୍ୟ ସରକାର ୨୬୨ ରିଲିଫ ଶିବିର ଆରମ୍ଭ କରିଛନ୍ତି। ଏଥିରେ ପ୍ରାୟ ୭୦ ହଜାର ପ୍ରବାସୀ ଶ୍ରମିକଙ୍କୁ ରଖାଯାଇଛି। ସେମାନଙ୍କର ସ୍ଵାସ୍ଥ୍ୟ ଲଗାତାର ଯାଞ୍ଚ କରାଯାଉଛି। ରାଜ୍ୟର ସୀମା ସିଲ୍‌ କରାଯାଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଏଠାରେ କାହାରି କିଛି ଅସୁବିଧା ହେବାକୁ ଦିଆଯିବ ନାହିଁ। ରହିବା ସହିତ ଖାଇବାର ବ୍ୟବସ୍ଥା କରାଯାଇଛି।

   Related Posts