ମହାରାଷ୍ଟ୍ରରେ ଲାଗିବ ଲକ୍ଡାଉନ୍ ! କିଛି ସମୟ ପରେ ବଡ ଘୋଷଣା କରି ପାରନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ
2/04/2021 at 8:19 PM

ମୁମ୍ବାଇ ୦୨।୦୪: କଣ ପୂରା ମହାରାଷ୍ଟ୍ରରେ ଲାଗିବ କି ଲକ୍ଡାଉନ୍ ? ନା କେବଳ କରୋନାପ୍ରବଣ ଜିଲ୍ଲାରେ ଲକ୍ଡାଉନ୍ ଲାଗିବ ? ଏସବୁ ନେଇ ନାନା ପ୍ରକାରର କଳ୍ପନା ଜଳ୍ପନା ଲାଗି ରହିଛି। ଯାହା ଉପରେ ଆଉ କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୂର୍ଣ୍ଣଛେଦ ପକାଇବାକୁ ଯାଉଛନ୍ତି। କୁହାଯାଉଛି ଯେ, କରୋନାର ଦ୍ଵିତୀୟ ଲହରକୁ ରୋକିବା ପାଇଁ ଠାକରେ କିଛି ବଡ ଘୋଷଣା କରି ପାରନ୍ତି।
ଦେଶରେ ସଂପ୍ରତି କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏଥିରେ ମହାରାଷ୍ଟ୍ର ରାଜ୍ୟ ସବୁଠୁ ଅଧିକ ପ୍ରଭାବିତ। ମୁଖ୍ୟମନ୍ତ୍ରୀ ଠାକରେ ସମୀକ୍ଷା ବୈଠକପରେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ। ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ପୂର୍ବରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ଯେ, କଣ ରାଜ୍ୟରେ ଲକ୍ଡାଉନ୍ ଲାଗୁ ହୋଇପାରେ।
ସୂଚନାଯୋଗ୍ୟ, ଦେଶରେ କରୋନାର ନୂତନ ଲହରରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ରର ପୁଣେରେ ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି। ଶନିବାର ଏପ୍ରିଲ ୩ରେ ଏହି ନିଷ୍ପତ୍ତି ଲାଗୁ ହେବୁ। ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ବଳବତ୍ତର ରହିବ। ଦେଶର ଅନ୍ୟ ସହର ତୂଳନାରେ ପୁଣେରେ ସବୁଠୁ ଲମ୍ବା ସମୟ କର୍ଫ୍ୟୁ ଲାଗୁ ହେଉଛି।