ସୁଧୁରୁନି କରୋନା ସ୍ଥିତି: ମହାରାଷ୍ଟ୍ରରେ ଲାଗିବ ସଂପୂର୍ଣ୍ଣ ଲକ୍‌ଡାଉନ୍, ବାଜିଲା କ୍ୟାବିନେଟ୍ ମୋହର

Published By : Prameya-News7 Bureau | April 20, 2021 IST

ମୁମ୍ବାଇ ୨୦।୦୪: ଦେଶରେ ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗିବାକୁ ଯାଉଛି। ପ୍ରଚଣ୍ଡ ଲହର ମଧ୍ୟରେ ମହାରାଷ୍ଟ୍ରରେ ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ। ରାଜ୍ୟ କ୍ୟାବିନେଟ୍ ସଂପୂର୍ଣ୍ଣ ଲକ୍‌ଡାଉନ୍ ପାଇଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପାରିସ୍ କରିଛନ୍ତି। ଏପ୍ରିଲ ୮ଟାରୁ ଲକ୍‌ଡାଉନ୍‌ ଲାଗୁ ହେବା ନେଇ ସଙ୍କେତ ଦେଇଛନ୍ତି ସ୍ଵାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ।

ମନ୍ତ୍ରୀ କହିଛନ୍ତି ଯେ, ମେଡିକାଲରେ ଅକ୍ସିଜେନ୍ ଅଭାବ କାରଣରୁ ଏହି ନିଷ୍ପତ୍ତି ନିଆଯାଇଛି। ଆମେ ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତାକାଲି ରାତି ୮ଟାରୁ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲଗାଇବାକୁ ଅପିଲ୍ କରିଛୁ। ଏବେ ମୁଖ୍ୟମନ୍ତ୍ରୀଙ୍କୁ ଚୂଡାନ୍ତ ନିଷ୍ପତ୍ତି ନେବାର ବାକି ଅଛି। ସଂପୂର୍ଣ୍ଣ ଲକ୍‌ଡାଉନ୍‌ ନେଇ ଗାଇଡ୍‌ଲାଇନ୍‌ ଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି।

ମହାରାଷ୍ଟ୍ରରେ ମେ ୧ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି।  ବ୍ରେକ୍ ଦ ଚେନ୍‌ ଅଭିଯାନ ଆଧାରରେ ଅତ୍ୟାବଶ୍ୟକ ସେବାକୁ ବାଦ୍‌ ଦେଲେ ବାକି ସମସ୍ତ ଗତିବିଧି ଉପରେ ରୋକ୍ ଲଗାଯାଇଛି। ରାଜ୍ୟରେ ଏବେ କିରାନା ଓ ଖାଦ୍ୟ ସାମଗ୍ରୀ ଦୋକାନ କେବଳ ୪ ଘଣ୍ଟା ପାଇଁ ଖୋଲା ରହିବ। ପ୍ରଥମେ ନାଇଟ୍ କର୍ଫ୍ୟୁ, ପୁଣି ସପ୍ତାହାନ୍ତ ଲକ୍‌ଡାଉନ୍ ଏବଂ ଏବେ ମିନି ଲକ୍‌ଡାଉନ୍‌ ପରେ ବି ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.