ମହାରାଷ୍ଟ୍ରରେ ମିନି ଲକ୍‌ଡାଉନ୍‌ ପରେ ଲାଗିବ ସଂପୂର୍ଣ୍ଣ ଲକ୍‌ଡାଉନ୍ ! ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଜବାବ- କ'ଣ ଦରକାର କି ?

Published By : Prameya-News7 Bureau | April 30, 2021 IST

ମୁମ୍ବାଇ ୩୦।୦୪: କରୋନା ଭାଇରସ୍‌ର ଦ୍ଵିତୀୟ ଲହରରେ ପୂରା ମହାରାଷ୍ଟ୍ର କାମ୍ପି ଉଠୁଛି। ପ୍ରତି ଦିନ ରେକର୍ଡ ସଂଖ୍ୟାରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ପୁଣି ଥରେ ସାରା ରାଜ୍ୟରେ ୧୫ ଦିନ ପାଇଁ ମିନି ଲକ୍‌ଡାଉନ୍‌ ଲାଗୁ କରାଯାଇଛି। ଏହା ମଧ୍ୟରେ ଶୁକ୍ରବାର ଜନତାଙ୍କୁ ସମ୍ବୋଧିତ କରି ନିଜ ସନ୍ଦେଶରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ପଷ୍ଟ କରିଛନ୍ତି ଯେ, ଗତ ବର୍ଷ ଭଳି ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲଗାଯିବ ନାହିଁ।

ଗତକାଲି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଗତ ବର୍ଷ ପରି ସଂପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ ହେବ କି ନାହିଁ ପ୍ରଶ୍ନ କରିଥିଲେ ? ଉଦ୍ଧବ କହିଛନ୍ତି, ମୋତେ ଲାଗୁନାହିଁ ଏହାର ଆବଶ୍ୟକତା ପଡିବ। କରୋନାର ଦ୍ଵିତୀୟ ଲହର ଏତେ ଭୟଙ୍କର ହେବ ବୋଲି ଜଣାନଥିଲା। ରାଜ୍ୟରେ କରୋନା ସଂକ୍ରମଣ ମୁକାବିଲାର ପ୍ରସ୍ତୁତି ବିଷୟରେ ସୂଚନା ଦେଇ ଠାକରେ କହିଛନ୍ତି, ରାଜ୍ୟରେ ଟେଷ୍ଟିଂ ସ୍ଲାବ୍‌ ସଂଖ୍ୟାକୁ ୨ରୁ ବୃଦ୍ଧି କରି ୬୦୯ କରାଯାଇଛି। ପ୍ରତିଦିନ ୩ ଲକ୍ଷ ନମୂନାର ଯାଞ୍ଚ କରାଯାଉଛି।

ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ଉପରେ ଠାକରେ କହିଛନ୍ତି ଯେ, ଜିଲ୍ଲାପାଳଙ୍କୁ ଅକ୍ସିଜେନ୍ ପ୍ଲାଣ୍ଟ ସ୍ଥାପନ କରିବାକୁ ଆଦେଶ ଦିଆଯାଇଛି। ଯଦି ବି ତୃତୀୟ ଲହର ଆସେ ତେବେ ରାଜ୍ୟରେ ଅକ୍ସିଜେନ୍‌ର ଅଭାବ ରହିବ ନାହିଁ। ରାଜ୍ୟରେ ବର୍ତ୍ତମାନ ଅକ୍ସିଜେନର ଅଭାବ ରହିଛି। ରାଜ୍ୟ ପ୍ରତିଦିନ ୧୭୦୦ ମେଟ୍ରିକ ଟନ ଅକ୍ସିଜେନ୍ ବ୍ୟବହାର କରୁଛି। ଅନ୍ୟପଟେ ପ୍ରାୟ ୧୨୦୦ ମେଟ୍ରିକ ଟନ ଅକ୍ସିଜେନ୍ ଉତ୍ପାଦନ ହେଉଛି। ପ୍ରାୟ ୫୦୦ ମେଟ୍ରିକ ଟନ କେନ୍ଦ୍ର ପକ୍ଷରୁ ରାଜ୍ୟଗୁଡିକୁକ ଆବଣ୍ଟିତ କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.