ଆଜି ମହାରାଷ୍ଟ୍ର ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ : ଅଜିତ ପାୱାର ହୋଇ ପାରନ୍ତି ଉପମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | December 30, 2019 IST

ମୁମ୍ବାଇ ୩୦/୧୨: ଆଜି ହେବ ମହାରାଷ୍ଟ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ । ମନ୍ତ୍ରୀପଦକୁ ନେଇ କଂଗ୍ରେସରେ ଥିବା ଅଡ଼ୁଆ ତୁଟିବା ପରେ ସଂପ୍ରସାରଣ ପାଇଁ ପଥ ପରିଷ୍କାର ହୋଇଛି । ଏହି ଶପଥଗ୍ରହଣ ସମାରୋହ ମହାରାଷ୍ଟ୍ରର ବିଧାନଭବନଠାରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି ।

ତିନି ମେଣ୍ଟ ସଦସ୍ୟ ଶିବସେନା,ଏନସିପି ଓ କଂଗ୍ରେସ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ଶିବସେନାକୁ ମୋଟ ୧୬ଟି, ଏନସିପିକୁ ୧୪ଟି ଓ କଂଗ୍ରେସକୁ ୧୨ଟି ମନ୍ତ୍ରୀ ପଦ ମିଳିବ । ଏନସିପି ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ପଦ ପାଇବାର ସମ୍ଭାବନା ରହିଛି । ତିନି ଦଳର ଦୁଇ ଜଣ ଲେଖାଏଁ ମନ୍ତ୍ରୀ ହୋଇସାରିଥିବାରୁ ଶିବସେନାର ଆଉ ୧୪ ଜଣ, ଏନସିପିର ୧୨ ଜଣ ଓ କଂଗ୍ରେସର ୧୦ ଜଣ ବିଧାୟକ ମନ୍ତ୍ରୀପଦ ପାଇବେ । ତେବେ କଂଗ୍ରେସକୁ ମଧ୍ୟ ଏକ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିବ କି ନା ସେ ସଂପର୍କରେ ସ୍ପଷ୍ଟ ହୋଇପାରିନି ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଗତ ନଭେମ୍ବର ୨୮ ତାରିଖରେ ମହାରାଷ୍ଟ୍ରର ୨୯ ତମ ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହ କଂଗ୍ରେସ, ଶିବସେନା ଓ ଏନସିପିର ମୋଟ ୬ ଜଣ ମନ୍ତ୍ରୀ ଯଥା ଶିବସେନାର ଏକନାଥ ସିନ୍ଦେ, ସୁଭାଷ ଦେଶାଇ, ଏନସିପିର ଛଗନ ଭୁଜବଳ, ଜୟନ୍ତ ପାଟିଲ, କଂଗ୍ରେସର ବାଲାସାହେବ ଥୋରାଟ ଓ ନିତିନ ପାଟିଲ ଶପଥ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.