ମହାରାଷ୍ଟ୍ର ଠାଣେରେ ଚରମ ଅବହେଳା : ୧୫ ମିନିଟରେ ମହିଳାଙ୍କୁ ଦିଆଗଲା ଭାକସିନର ୩ ଡୋଜ

Published By : Prameya-News7 Bureau | June 29, 2021 IST

ମୁମ୍ବାଇ ୨୯/୬ : ଦେଶ ତଥା ବିଦେଶରେ ଥିବା କରୋନା ଭାଇରସରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଟିକାକରଣକୁ ବ୍ୟାପକ କରାଯାଇଛି । ଏହି ସମୟରେ, ଠାଣେର ଜଣେ ମହିଳା ଦାବି କରିଛନ୍ତି ଯେ ତାଙ୍କୁ ୧୫ ମିନିଟରେ ୩ଟି ଡୋଜ କରୋନା ଟିକା ଦିଆଯାଇଛି । ଅଭିଯୋଗ ପରେ ପ୍ରଶାସନ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ସେପଟେ କିନ୍ତୁ ମହିଳା କରାଯଇଥିବା ଅଭିଯୋଗକୁ ଖଣ୍ଡନ କରଯାଇଛି ।

ରିପୋର୍ଟ ଅନୁଯାୟୀ, ୩ ଡୋଜ ନେଇଥିବା ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ମୁଁ ଶୁକ୍ରବାର ଦିନ ମୋ ପତ୍ନୀଙ୍କ ସହ ଟିକାକରଣ କେନ୍ଦ୍ରକୁ ଯାଇଥିଲି । ତାଙ୍କୁ ଟିକା ନେବାକୁ ପଡିଲା । ଯେତେବେଳେ ଟିକାକରଣର ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେଲା । ସେ ବାହାରକୁ ଆସି କହିଥିଲେ ଯେ ସେହି ତାଙ୍କୁ ଟିକାର ୩ଟି ଡୋଜ ଦିଆଯାଇଥିଲା । ତେବେ ପ୍ରଶାସନ ଏହାକୁ ଅସ୍ୱୀକାର କରିଛି ।

ଠାଣେରେ କୋଭିଡ -୧୯ ର ୪୮୦ଟି ନୂଆ ମାମଲା ରିପୋର୍ଟ ହେବା ପରେ ଜିଲ୍ଲାରେ ସଂକ୍ରମଣ ମାମଲା ୫,୩୧,୨୦୦କୁ ବୃଦ୍ଧି ପାଇଛି । ସୋମବାର ଜଣେ ଅଧିକାରୀ କହିଛନ୍ତି ଯେ ରବିବାର ଦିନ ଏହି ନୂଆ ମାମଲା ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ ସଂକ୍ରମଣ ହେତୁ ଆଉ ୧୬ ଜଣଙ୍କ ମୃତ୍ୟୁ ପରେ ଜିଲାରେ ମୃତ୍ୟୁ ସଂଖ୍ୟା ୧୦,୬୪୫କୁ ବୃଦ୍ଧି ପାଇଛି । ଜିଲ୍ଲାର କୋଭିଡ -୧୯ରୁ ମୃତ୍ୟୁ ହାର ଦୁଇ ପ୍ରତିଶତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.