Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବିବାହ ବାର୍ଷିକୀରେ ୧କିଲୋର ହାର ପିନ୍ଧିବା ପଡିଲା ମହଙ୍ଗା : ଫଟୋ ଭାଇରାଲ ପରେ ଥାନାକୁ ଗଲେ ସ୍ୱାମୀ, ସ୍ତ୍ରୀ

24/05/2021 at 9:13 AM

ମୁମ୍ୱାଇ ୨୪/୫: ବିବାହ ବାର୍ଷିକୀରେ ଜଣେ ମହିଳା ପିନ୍ଧିଲେ ୧ କିଲୋର ସୁନାର ହାର । ହେଲେ ସୋସିଆଲ ମିଡିଆରେ ଫଟୋ ଭାଇରାଲ ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପତି ପତ୍ନୀ । ତେବେ ପୋଲିସ ପଚାରିବାରୁ ଦମ୍ପତ୍ତିଙ୍କ କଥା ଶୁଣି ପୋଲିସର ହୋସ ଉଡିଯାଇଥିଲା । ସୂଚନା ଥାଉକି, ମୁମ୍ୱାଇ ଭିମଣ୍ଡୀ କୋଗାଁରେ ରୁହନ୍ତି ବାଲା କୋଲି ନାମକ ବ୍ୟକ୍ତି ।

ଏଇ ନିକଟରେ ବ୍ୟକ୍ତି ଜଣଙ୍କ ତାଙ୍କ ବିବାହ ବାର୍ଷିକୀ ପାଳନ କରିଥିଲେ । ଏହି ସମୟରେ ସେ ଗୋଟିଏ ସେ ତାଙ୍କ ପତ୍ନୀଙ୍କୁ ଲମ୍ୱା ମଙ୍ଗଳସୂତ୍ର ଉପହାର ସ୍ୱରୂପ ଭେଟି ଦେଇଥିଲେ । ଏହାର ଲମ୍ୱା ଏତେ ଥିଲା କି, ଏହା ପତ୍ନୀ ଆଣ୍ଠୁଯାଏ ଲମ୍ୱିଥିଲା । ତେବେ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକେ ଅନେକ କଥା ଚର୍ଚ୍ଚା କରିଥିଲେ । ଆଉ ଏହି କଥା ପୋଲିସ କାନକୁ ବି ପହଞ୍ଚିଯାଇଥିଲା । ପରେ ପୋଲିସ ଏହି ଦମ୍ପତ୍ତିଙ୍କୁ ଥାନାକୁ ଡାକିଥିଲେ ।

ତେବେ ବାଲା କୋଲି ଯାହା କହିଥିଲେ ତା ଶୁଣି ପୋଲିସ ତାଜୁବ ହୋଇଥିଲା । ବାଲା କୋଲିଙ୍କ ମତରେ ଆନିଭର୍ସରୀକୁ ଟିକେ ନିଆରା ଢଙ୍ଗରେ ପାଳିବାକୁ ଏମାନେ ନିଷ୍ପତ୍ତି ନେଇଥିଲେ । କେକ୍ କାଟିବା ସହ ନିଆରା ଉପହାର ବି ଦେଇଥିଲେ । ହେଲେ ଏହି ଦେଇଥିବା ୧ କିଲୋର ହାରରେ ଅସଲି ସୁନାର ଅଳଙ୍କାର ନଥିଲା । କଲ୍ୟାଣ ଜୁଏଲାରୀ ଗୋଟିଏ କାରିଗର ଏହି ନକଲି ହାର ପ୍ରସ୍ତୁତ କରିଥିଲେ ।

ହାର ପାଇଁ ଖର୍ଚ୍ଚ କରିବାକୁ ପଡିଥିଲା ପାଖାପାଖି ୩୮ ହଜାର ଟଙ୍କା । ତେବେ ଏକଥା ଜାଣିବା ପରେ ପୋଲିସ ଦମ୍ପତ୍ତଙ୍କୁ ଦଣ୍ଡ ଦେବା ବଦଳରେ ଚେତାଇ ଦେଇଥିଲା । କି ଆପଣ ଏମିତି ନକଲି ହାର କିମ୍ୱା ଅସଲି ଗହଣା ପିନ୍ଧି ସୋସିଆଲ ମିଡିଆରେ ଫଟୋ ଛାଡନ୍ତୁ ନାହିଁ କାରଣ ଏହା ଆପଣଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ।

   Related Posts