ପୁଣି ଲଜ୍ଜା : ୩ ବର୍ଷର ଶିଶୁକନ୍ୟାକୁ ଗଣଦୁଷ୍କର୍ମ, ଅଭିଯୁକ୍ତ ଦୁଇ ନାବାଳକଙ୍କୁ ବାଳ ସୁଧାର ଗୃହକୁ ପଠାଇଲା ପୋଲିସ

Published By : Prameya-News7 Bureau | November 21, 2020 IST

ନୂଆଦିଲ୍ଲୀ ୨୧/୧୧ : ଆଉ ଏକ ଲଜ୍ଜାଜନକ ଏବଂ ଦୃଦୟ ବିଦାରକ ଘଟଣା । ମହାରାଷ୍ଟ୍ରରେ ଏଭଳି ଏକ ଘଟଣା ଘଟିଛି ଯାହା ଜାଣିଲେ ଦେହ ଶୀତେଇ ଉଠିବ ।  ଜଣେ ୩ ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରିଛନ୍ତି ଦୁଇ ଜଣ ନାବାଳକ । ଏହି ଘଟଣା ପରେ ପୋସ୍କୋ ଆଇନ ଅନୂଯାୟୀ ୨ ଜଣ ନାବାଳକଙ୍କୁ ସୁଧାର ଗୃହକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଚଳାଇଛି ମହାରାଷ୍ଟ୍ର କସ୍ତୁରବା ମାର୍ଗ୍ ପୋଲିସ କହିଛି ।

ସୂଚନାଯୋଗ୍ୟ, ନଭେମ୍ବର ୮ ତାରିଖରେ ମୁମ୍ବାଇର ଅନ୍ଧେରୀ-କୁର୍ଲା ରୋଡରେ ଆଉ ଏକ ଗଣଦୁଷ୍କର୍ମ ଘଟଣା ଘଟିଥିଲା । ଜଣେ ୨୨ ବର୍ଷିୟ ଯୁବତୀଙ୍କୁ ଏକ ପାର୍ଟିକୁ ଡାକିବା ପରେ ୩ ଜଣ ଗଣଦୁଷ୍କର୍ମ କରିଥିଲେ । ପୀଡିତାଜଣଙ୍କ ନିଜ ବୟାନରେ କହିଥିଲେ ଯେ, ସେ ଏବଂ ଆଉ ଦୁଇ ଜଣ ଯୁବତୀଙ୍କୁ ସେହି ପାର୍ଟିକୁ ଡକାଯାଇଥିଲା । ପାର୍ଟି ସାରି ସମସ୍ତେ ଚାଲିଯିବା ପରେ ତାଙ୍କୁ ୩ ଜଣ ମିଶି ଯୌନ ଶୋଷଣ କରିଥିଲେ । ପୀଡିତା ଜଣଙ୍କ କହିଥିଲେ ଯେ, ଅଭିଯୁକ୍ତମାନେ ତାଙ୍କୁ ବଳପୂର୍ବକ ମଦ୍ୟପାନ କରାଇଥିଲେ ଏବଂ ସମସ୍ତେ ଚାଲିଯିବା ପରେ ୩ ଜଣ ମିଶି ଗଣଦୁଷ୍କର୍ମ କରିଥିଲେ । ତେବେ ବର୍ତ୍ତମାନ ଯାଏଁ ମଧ୍ୟ ୩ ଅଭିଯୁକ୍ତଙ୍କର କୌଣସି ଟେର୍ ପାଇନି ପୋଲିସ ।

ତେବେ ସେହି ଘଟଣା ମନରୁ ନଲିଭୁଣୁ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ୩ ବର୍ଷର ଶିଶୁ କନ୍ୟାକୁ ଗଣଦୁଷ୍କର୍ମ କରିବାପରେ ନାବାଳକମାନେ ଫେରାର ହୋଇଯାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୂଯାୟୀ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଥିଲା ପୋଲିସ । ଶେଷରେ ଅଭିଯୁକ୍ତଙ୍କୁ ଧରିବା ସହ ବାଳ ସୁଧାର ଗୃହକୁ ପଠାଇ ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.