Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମହାରାଷ୍ଟ୍ର ଠାଣେ ଉଲହାସ ନଗରରେ ଭୁଶୁଡ଼ିଲା କୋଠା : ୫ ମୃତ ଓ ଅନେକ ଗୁରୁତର, ଉଦ୍ଧାର କାର୍ଯ୍ୟ ଜାରି

29/05/2021 at 7:03 AM

ମହାରାଷ୍ଟ୍ର ୨୯/୫ : ଶୁକ୍ରବାର ବିଳମ୍ୱିତ ରାତିରେ ମୁମ୍ବାଇ ଠାଣେରେ କୋଠା ଭୁଶୁଡିବାରୁ ୫ ଜଣଙ୍କ ମୃତ୍ୟୁ । ଏଥିସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ବାସ୍ତବରେ, ଠାଣେର ଉଲହସଗାନାର ଏକ କୋଠାର ଛାତ ଖସିଯିବା କାରଣରୁ ୫ ଜଣ ତା ତଳେ ପୋତି ହୋଇ ପ୍ରାଣ ହରାଇଛନ୍ତି । ଏଥି ସହିତ ଅନେକ ଲୋକ ଫସି ମଧ୍ୟ ଅନୁମାନ କରାଯଉଛି ।

ଦୁର୍ଘଟଣା ସମ୍ପର୍କରେ ଠାଣେ ମ୍ୟୁନିସିପାଲିଟି କର୍ପୋରେସନ୍ କହିଛି ଯେ ଆବର୍ଜନାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହାସହ ଦୁର୍ଘଟଣାର ମୁଖ୍ୟ କାରଣ କଣ ଯାଞ୍ଚ କରିବାକୁ ଏକ ଟିମ୍ ଗଠନ କରାଯିବ । ନିଗମ କହିଛି ଯେ ଏହି ଦୁର୍ଘଟଣାର ମୁଖ୍ୟ କାରଣ ଖୋଜି ବାହାର କରିବା ସହ ଯିଏ ବି ଦୁର୍ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବ ସେ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ଘଟଣା ସମୟରେ ସେଠାରେ ଉପସ୍ଥିତ ଥିବା ଲୋକଙ୍କ କହିବା ମୁତାବକ ହଠାତ୍ କୋଠାଟି ଭୁଶୁଡି ପଡିଥିଲା । ସେଠାରେ ଜାଗା କମ ଥିବାରୁ ଉଦ୍ଧାର କରିବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା ।

   Related Posts