Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ : ସମ୍ପତ୍ତି ପାଇଁ ଭାଇ ହେଲା ବଇରୀ, ରକ୍ତ ସମ୍ପର୍କକୁ ଭୁଲି ମାରି ପୋଡିଦେଲେ ସାନ ଭାଇକୁ
  • ||
  • ନୟାଗଡ : ଗ୍ରାମବାସୀଙ୍କ ମାଡରେ ଲୁଟେରା ମୃତ ! ଚେନ୍ ଲୁଟ୍ ଉଦ୍ୟମ ବେଳେ ଧରି ଛେଚିଥିଲେ ଲୋକେ
  • ||
  • ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୨୭୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଟଙ୍କା ଦେବାକୁ ମନା କରିବାରୁ ରକ୍ତ ସମ୍ପର୍କ ଭୁଲିଗଲା ମଦ୍ୟପ ପୁଅ, କଟୁରୀରେ ବାପାକୁ ହାଣିଦେଲା
  • ||
  • ନୟାଗଡ : ଲୁଟ୍ ଉଦ୍ୟମ ବେଳେ ଗାଁ ଲୋକଙ୍କ ମାଡରେ ଲୁଟେରା ମୃତ
  • ||
  • ଧର୍ମଗଡ : ରୋଷେଇ ଗ୍ୟାସ୍‌ରୁ ଲାଗିଲା ନିଆଁ, ଯୁବତୀ ଜୀବନ୍ତ ଦଗ୍ଧ
  • ||
  • ଭୁବନେଶ୍ବର : କରୋନା ଟିକା ନେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ହୁତୁହୁତୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ଗାଁ ମୁହାଁ ବନ୍ୟଜନ୍ତୁ
  • ||

ଭଦ୍ରକରେ ଜଣେ ମହାରାଷ୍ଟ୍ର ଫେରନ୍ତାଙ୍କୁ ନେଇ ଟେନସନ୍ : ହେଲା କୋଭିଡ୍ ପରୀକ୍ଷା, ଜଣାପଡିନି କେଉଁ ଷ୍ଟ୍ରେନ୍

22/02/2021 at 1:22 PM

ଭୁବନେଶ୍ବର ୨୨।୨: ରାଜ୍ୟରେ କରୋନାର ଦ୍ବିତୀୟ ଲହର ଆଶଙ୍କା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି କରୋନାର ନୂଆ ଷ୍ଟ୍ରେନ୍ ନେଇ ମହାରାଷ୍ଟ୍ର ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି । ଭଦ୍ରକର ଜଣେ ବ୍ୟକ୍ତି ମହାରାଷ୍ଟ୍ରରୁ ଫେରିଛନ୍ତି । ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି । ତାଙ୍କର ଜେନମ୍ ସିକ୍ବେନ୍ସ ହେବା ପରେ ତାହା କେଉଁ ଷ୍ଟ୍ରେନ୍ ଜଣାପଡିବ ।

କୋଭିଡ୍ ନିୟମ ମାନିଲେ ସଂକ୍ରମଣରୁ ରୋକାଯାଇପାରିବ ବୋଲି ନିରଞ୍ଜନ ମିଶ୍ର କହିଛନ୍ତି । ମାର୍ଚ୍ଚ ମାସରୁ ୫୦ ବର୍ଷରୁ ଅଧିକ ବୟସ୍କଙ୍କୁ କୋଭିଡ୍ ଟିକା ଦିଆଯିବ । ସଂକ୍ରମଣ ବଢିଲେ କୋଭିଡ୍ ହସ୍ପିଟାଲ ଖୋଲିବାର ସମ୍ଭାବନା ରହିଛି ।

ଅନ୍ୟପଟେ ଆଜିଠୁ ରାଜଧାନୀରେ କଡାକଡି ହେବ କରୋନା କଟକଣା । ଜୋରଦାର ହେବ ଧରପଗଡ଼ । କିଛି ରାଜ୍ୟରେ କୋଭିଡ୍ କେସ୍ ବଢ଼ୁଛି । ତେଣୁ ରାଜଧାନୀରେ ପୋଲିସ ଏବଂ ବିଏମସି କଠୋର ହେଲାଣି । ଆଉ ଢିଲାପଣ ଚଳିବନି । ଅମାନିଆଙ୍କ ଉପରେ ନଜର ରଖାଯିବ । ନିୟମ ନମାନିଲେ ଗଣିବାକୁ ପଡ଼ିବ ତଣ୍ଡ । ମହାରାଷ୍ଟ୍ରଠୁ ଆରମ୍ଭ କରି କେରଳରେ କୋଭିଡ୍ କେସ୍ ବଢ଼ିଲାଣି । ପଡ଼ୋଶୀ ଛତିଶଗଡ଼ରେ ବି ସଂକ୍ରମଣ ଉପରମୁହାଁ । ତେଣୁ ଭୁବନେଶ୍ବର ମହାନଗର ନିଗମ ଏବଂ ପୋଲିସ ତତ୍ପର ହୋଇ ଉଠିଛି । ମାସ୍କ ଥୋଡ଼ରେ କି କାନରେ ଝୁଲେଇଲେ ନିସ୍ତାର ନାହିଁ । ମାଡ଼ିବସିବ ପୋଲିସ । ହାଟ, ବଜାର, ସପିଂ କମ୍ପ୍ଲେକ୍ସ, ମଲ୍ ସବୁଠି କଡ଼ାକଡ଼ି ଯାଞ୍ଚ ହେବ । ଜୋନାଲ ଡେପୁଟି କମିଶନରମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛି ବିଏମସି ।

ପୂର୍ବ ଭଳି ଏନଫୋର୍ସମେଣ୍ଟ ଟିମ୍ ରାଜଧାନୀର ଗଳିକନ୍ଦି ବୁଲିବ । ବିବାହ ମଣ୍ଡପ ଉପରେ ନଜର ରଖାଯିବ । ଏଥିପାଇଁ ପୋଲିସ ପକ୍ଷରୁ ୩ଟି ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ ହୋଇଛି । ତେବେ କିଛି ଲୋକ କିନ୍ତୁ କୋଭିଡ କଟକଣାକୁ ଖାତିର ହିଁ କରୁନାହାନ୍ତି । ଅଧିକାଂଶ ଲୋକଙ୍କ ମୁହଁରେ ମାସ୍କ ରହୁନି । ମୁହଁରେ ନୁହଁ, ପକେଟରେ ମାସ୍କ ରହୁଛି । ସାମାଜିକ ଦୂରତା କଥା ପଚାରେ କିଏ । ମାର୍କେଟ ବିଲ୍ଡିଂର ଦୃଶ୍ୟ ଦେଖିଲେ କଟକଣା କେତେ ମାନୁଛନ୍ତି ଲୋକେ ତାହା ବାରି ହୋଇପଡୁଛି । ରାସ୍ତା କଡ଼ ଦୋକାନ ହେଉ କି ସପିଂ ମଲ୍ ସବୁଠି ଗରାଖଙ୍କ ଭିଡ଼ । ଠେଲା ପେଲା ଭିତରେ ଚାଲିଛି କିଣାବିକା । ମାସ୍କଟା କେବଳ ଫାଇନ୍ ପାଇଁ ପାଖରେ ଅଛି । ପୋଲିସକୁ ଦେଖିଲେ ଧଡ଼ପଡ଼ ହେଇ ପିନ୍ଧି ପକାଉଛନ୍ତି ଲୋକେ ।

   Related Posts