ମହାରାଷ୍ଟ୍ର ସ୍ଥିତି ଗମ୍ଭୀର : ୨୪ ଘଣ୍ଟାରେ ୬୫ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ, ୮୩୨ ମୃତ

Published By : Prameya-News7 Bureau | April 25, 2021 IST

ମୁମ୍ବାଇ ୨୫/୦୪ : ଦେଶରେ କରୋନା ସଂକ୍ରମଣ ବେକାବୁ ହେବାକୁ ଲାଗିଛି । ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଛି ବରଂ କମିବାର ନା ନେଉନାହିଁ । ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଉଦବେଗଜନକ ରହିଛି । ଦୈନିକ ସଂକ୍ରମଣ ଗ୍ରାଫ୍‌ ୬୦ ହଜାର ଉପରେ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୬୧୯୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦିନକରେ ୮୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧୪୫୦ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି ।

ମହାରାଷ୍ଟ୍ରରେ ମୋଟ ଆକ୍ଟିଭ୍‌ କେସ୍‌ ରହିଛି ୬ ଲକ୍ଷ ୯୮ ହଜାର ୩୫୪ । ଏହା ସହିତ ବର୍ତ୍ତମାନ ସୁଦ୍ଧା ଡିସଚାର୍ଜ ହେଲେଣି ୩୫ ଲକ୍ଷ ୩୦ ହଜାର ୬୦ ଜଣ ଆକ୍ରାନ୍ତ । ମୋଟ ମୃତ୍ୟୁ ସଂଖ୍ୟା ୬୪୭୬୦ରେ ପହଞ୍ଚିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.