Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କୁ ହେପାଜତକୁ ନେଲା ପୋଲିସ, ନିର୍ବାଚନରେ ସଂରକ୍ଷଣକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲା ବିଜେପି

26/06/2021 at 9:02 PM

ନାଗପୁର ୨୬/ ୦୬ : ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସଙ୍କ ସମେତ ତାଙ୍କର କିଛି ସମର୍ଥକଙ୍କୁ ପୋଲିସ ହେପାଜତକୁ ନେଇଥିବା ସୂଚନା ମିଳିଛି । ମହାରାଷ୍ଟ୍ରରେ ଆରକ୍ଷଣକୁ ନେଇ ପୁଣି ଥରେ ମାହୋଲ ସରଗରମ ହୋଇଥିବା ବେ​‌ଳେ କ୍ଷମତାରେ ଥିବା ସରକାରକୁ ବାରମ୍ବାର ଟାର୍ଗେଟ କରୁଛି ବିଜେପି । ଏହରି ମଧ୍ୟରେ ଶନିବାର ନାଗପୁରରେ ଓବିସି ଆରକ୍ଷଣକୁ ନେଇ ପ୍ରଦର୍ଶନ କରିଛି ବିଜେପି ।

ଜନସାଧାରଣଙ୍କୁ  ସମ୍ବୋଧିତ କରି ଫଣବୀସ କହିଛନ୍ତି, ବିଜେପି କ୍ଷମତାକୁ ଆସିଲେ ମହାରାଷ୍ଟ୍ରରେ ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ ବା ଓବିସି ସଂରକ୍ଷରକୁ ପୁନଃ ସ୍ଥାପନ କରାଯିବ ଏବଂ ଯଦି ତାହା ନହୁଏ ତେବେ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି କହିଛନ୍ତି ଦେବେନ୍ଦ୍ର ଫଡଣବୀସ । ଓବିସି ଆରକ୍ଷଣକୁ ନେଇ ଦଳ ଆଜି ଚକ୍କା ଜାମ କରିଥିଲା ।

ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରି ଫଡନବୀସ, କ୍ଷମତାରେ ଥିବା ମହା ବିକାଶ ଅଘାଡି ସରକାର ଉପରେ ପ୍ରବଳ ବର୍ଷିଛନ୍ତି । ସେ କହିଛନ୍ତି କ୍ଷମତାରେ ଥିବା ଦଳ ସବୁବେଳେ ଲୋକମାନଙ୍କୁ ଭୁଆଁ ବୁଲାଇଆସିଛି । ଯେଉଁଠି ମାମଲାର ସମାଧାନ ରାଜ୍ୟରେ ହୋଇପାରିବ, ରାଜ୍ୟ ସରକାର ଚାହିଁଲେ ନୂଆ ଆଇନ ପ୍ରଣୟନ କରି ଆରକ୍ଷରକୁ ପୁନଃ ଅବସ୍ଥାପିତ କରିପାରିବେ । ମହାରାଷ୍ଟ୍ରକୁ ଛାଡି ଅନ୍ୟ ରାଜ୍ୟମାନଙ୍କରେ ଓବିସି ସଂରକ୍ଷଣ ରହିଛି । କିନ୍ତୁ ରାଜ୍ୟ ସରକାରଙ୍କ ଆନ୍ତରିକତା ଅଭାବରୁ ତାହା କର୍ଯ୍ୟକାରୀ ହୋଇପାରୁନାହିଁ ।

ମହାରାଷ୍ଟ୍ରରେ ସତ୍ତାରେ ଥିବା ଦଳର ଅସଲ ସତ ସାମ୍ନାକୁ ଆସିବ । ସେ ଯାଏଁ ଏ ଲଢେଇ ଜାରି ରହିବ କହିଛନ୍ତି ଦେବେନ୍ଦ୍ର ଫଡଣବୀସ । ମାର୍ଚ୍ଚ ୪ ତାରିଖରେ ମହାରାଷ୍ଟ୍ର ହାଇକୋର୍ଟ ଆଦେଶ ଦେଇଥିଲେ ଯେ, ରାଜ୍ୟରେ ଆଗାମୀ ସରପଞ୍ଚ ନିର୍ବାଚନରେ ଓବିସି, ଅନୂସୁଚିତ ଜାତି, ଅନୂସୁଚିତ ଜନଜାତି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ଆରକ୍ଷିତ ମୋଟ ୫୦ ପ୍ରତିଶତ ସିଟ୍ ହିଁ ରହିପାରିବ ।

   Related Posts